Sunday, September 20, 2026
24.1 C
Odisha

    ପିଟିଦେଲା ଟ୍ରକ୍‌; ଜଳିଗଲା କାର୍‌, ୪ ଜୀବନ୍ତ ଦଗ୍ଧ

    ଆଗକୁ ପଢନ୍ତୁ

    ପଞ୍ଜାବର ହୋସିଆରପୁରରେ ଗତରାତିରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଓ କାର୍‌ରେ ନିଆଁ ଲାଗିବା ଯୋଗୁ ଘଟଣାସ୍ଥଳରେ କାର୍‌ଟି ଜଳି ଯାଇଥିଲା। ଏହି ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇ ଯାଇଛି। ପୁଲିସ୍‌ ମାମଲାର ଯାଞ୍ଚ ଆରମ୍ଭ କରିଛି। ଏହି ଭୟଙ୍କର ଦୁର୍ଘଟଣା ହୋସିଆରପୁରର ମୁକେରିୟା ଅଞ୍ଚଳରେ ଗତ ରାତିରେ ଘଟିଛି। ଦ୍ରୁତ ଗତିରେ ଆସୁଥିବା କାର୍‌ ଓ ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ପରେ ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ପରେ କାର୍‌ରେ ହଠାତ୍‌ ନିଆଁ ଲାଗି ଯିବାରୁ ଭିତରେ ଫସିଥିବା ଯାତ୍ରୀ ଉଦ୍ଧାର ପାଇଁ ଆକୁଳ ଚିତ୍କାର କରିଥିଲେ।
    ଏହା ଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳକୁ ଦୌଡ଼ି ଆସିଥିବା ବେଳେ ପୁଲିସ୍‌କୁ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ। ଖବର ପାଇ ତୁରନ୍ତ ପୁଲିସ୍‌ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ କାବୁ କରିଥିଲେ। ହାପରେ ପୁଲିସ୍‌ ମୃତଦେହଗୁଡ଼ିକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଗୁରୁତର ଆହତଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲକୁ ପଠାଯାଇଛି। ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.1 ° C
    24.1 °
    24.1 °
    94 %
    1.1kmh
    92 %
    Sun
    30 °
    Mon
    31 °
    Tue
    31 °
    Wed
    31 °
    Thu
    24 °

    ସମ୍ବନ୍ଧିତ