Sunday, October 11, 2026
28.3 C
Odisha

    ବିମାନରେ ଯିବାବେଳେ ଅସୁସ୍ଥ ହୋଇପଡ଼ିଲେ ମୟଙ୍କ ଅଗ୍ରୱାଲ୍

    ଆଗକୁ ପଢନ୍ତୁ

    ଅଗରତାଲା: ମଙ୍ଗଳବାର ଦିନ ବିମାନରେ ଅଗରତାଲାରୁ ସୁରତ ଯିବା ବେଳେ ଟିମ୍‌ ଇଣ୍ଡିଆ ତଥା କର୍ଣ୍ଣାଟକ ରାଜ୍ୟର କ୍ରିକେଟର୍‌ ମୟଙ୍କ ଅଗ୍ରୱାଲ୍‌ ଗୁରୁତର ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାର ଆଇସିୟୁରେ ଭର୍ତ୍ତି କରାଯାଇଥିବା କଥା ‘ୱିଅନ୍‌’ ରିପୋର୍ଟ କରିଛି।ସଂଗୃହିତ ସୂଚନା ଅନୁସାରେ, ଦୂଷିତ ଜଳ ପିଇବାରୁ ମୟଙ୍କଙ୍କ ତଣ୍ଟି ଓ ପାଟି ପୋଡ଼ିଲା ପରି ଲାଗିଲା। ଏକଥା କହିବାରୁ ତାଙ୍କୁ ତୁରନ୍ତ ଆଇଏଲ୍‌ଏସ୍‌ ହସ୍ପିଟାଲ୍‌ର ଆଇସିୟୁରେ ଭର୍ତ୍ତି କରାଯାଇଛି। ସମ୍ପ୍ରତି ବିପଦମୁକ୍ତ ଥିଲେ ବି ସମ୍ପୂର୍ଣ୍ଣ ସୁସ୍ଥ ନ ହେବାଯାଏ ତାଙ୍କୁ ଡାକ୍ତରଖାନାରୁ ଡିସ୍‌ଚାର୍ଜ କରାଯିବ ନାହିଁ।କିନ୍ତୁ, ଏ ସଂକ୍ରାନ୍ତରେ ‘ବିସିସିଆଇ’ ଏଯାବତ୍‌ କୌଣସି ସୂଚନା ଦେଇନାହିଁ।

    ନିଉଜ୍‌ ଏଜେନ୍‌ସି ‘ପିଟିଆଇ’ ରିପୋର୍ଟ କରିଛି, ବାନ୍ତି କରିବା ପରେ ଅସୁସ୍ଥ ଲାଗୁଛି ବୋଲି କହିବାରୁ ମୟଙ୍କଙ୍କର କେତେକ ଡାକ୍ତରୀ ପରୀକ୍ଷା କରାଗଲା। ସେତେବେଳେ ତ୍ରିପୁରା କ୍ରିକେଟ୍‌ ଆସୋସିଏସନ୍‌ର କର୍ମକର୍ତ୍ତାମାନେ ମଧ୍ୟ ଡାକ୍ତରଖାନାରେ ଉପସ୍ଥିତ ଥିଲେ। ତେଣୁ, ସେ ସୌରାଷ୍ଟ୍ରରେ ରେଳବାଇ ବିପକ୍ଷରେ ହେବାକୁ ଥିବା ପରବର୍ତ୍ତୀ ରଣଜୀ ଟ୍ରଫି କ୍ରିକେଟ୍‌ ମ୍ୟାଚ୍‌ ଖେଳିପାରିବେ ନାହିଁ। ତାଙ୍କ ସହିତ ଥିବା ଟିମ୍‌ର ବାକି ଖେଳାଳିମାନେ ରାଜକୋଟ ଯିବେ। ଅନ୍ୟ କେତେକ ଗଣମାଧ୍ୟମ ରିପୋର୍ଟ କରିଛନ୍ତି ଯେ, ତଣ୍ଟି ପୋଡୁଛି ବୋଲି କହିବାରୁ ମୟଙ୍କଙ୍କୁ ବିମାନରୁ ଓହ୍ଲାଇ ତୁରନ୍ତ ଡାକ୍ତରଖାନାକୁ ନିଆଗଲା। ଭାରତ ତରଫରୁ ୨୧ଟି ଟେଷ୍ଟ ମ୍ୟାଚ୍‌ ଖେଳିଥିବା ମୟଙ୍କ ସମ୍ପ୍ରତି କର୍ଣ୍ଣାଟକ କ୍ରିକେଟ୍‌ ଟିମ୍‌ର ଅଧିନାୟକ ଦାୟିତ୍ବ ତୁଲାଉଛନ୍ତି। ସୋମବାର ଦିନ ତାଙ୍କ ନେତୃତ୍ବରେ କର୍ଣ୍ଣାଟକ ଟିମ୍‌ ତ୍ରିପୁରା ଟିମ୍‌କୁ ୨୯ ରନ୍‌ରେ ପରାସ୍ତ କରିଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.3 ° C
    28.3 °
    28.3 °
    70 %
    1.4kmh
    0 %
    Sun
    26 °
    Mon
    30 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ