ଭୁବନେଶ୍ୱର: ୫-ଟି ଉପକ୍ରମରେ ଓଡ଼ିଶାର ପ୍ରତ୍ୟେକ କ୍ଷେତ୍ରରେ ଚାଲିଛି ରୂପାନ୍ତରଣ ପ୍ରକ୍ରିୟା। ସମୟ ସହ ତାଳ ଦେଇ ଡିଜିଟାଇଜେସନ କ୍ଷେତ୍ରରେ ବି ପଛରେ ପଡିବାକୁ ଚାହୁଁନାହିଁ ଓଡ଼ିଶା। ଏ କ୍ଷେତ୍ରରେ ବି ଓଡ଼ିଶା ଆଗେଇ ଚାଲିଛି। ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷଙ୍କ ମଧ୍ୟ ଟେକ୍ନୋଲୋଜିର ସଦୁପଯୋଗ ଉପରେ ଗୁରୁତ୍ୱାରୋପ କରିଛନ୍ତି। ସଦ୍ୟ ସମାପ୍ତ ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀରେ ଟେକ୍ନୋଲୋଜି ପ୍ରୟୋଗ କରି ଓଡ଼ିଶାର ସମୃଦ୍ଧ ଭାଷା,ସଂସ୍କୃତି, ସାହିତ୍ୟ, ପରମ୍ପରା ଓ ଐତିହ୍ୟର ପ୍ରଚାର ପ୍ରସାର କରିବାକୁ ଉଦ୍ୟମ କରାଯାଇଥିଲା ।