Thursday, January 23, 2025
15.9 C
Odisha

    ପୁଣି ଆସୁଛି ଲଘୁଚାପ ; ୨୧ ସୁଦ୍ଧା ଘର୍ଣ୍ଣିବଳୟ ସୃଷ୍ଟି ନେଇ ପାଣିପାଗ ବିଭାଗର ସୂଚନା

    ଆଗକୁ ପଢନ୍ତୁ

    ରାଜ୍ୟରେ କମିବ ତାପମାତ୍ରା ବଢିବ ଶୀତ । କାରଣ ୨୩ରେ ଆଉ ଏକ ଲଘୁଚାପ ସୃଷ୍ଟି ହେବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ । ୨୧ ସୁଦ୍ଧା ଘୂର୍ଣ୍ଣିବଳୟ ସୃଷ୍ଟି ହେବା ଆଶଙ୍କା । ପରେ ଘନୀଭୂତ ଏହା ଅବପାତର ରୂପ ନେଇପାରେ ବୋଲି ଅନୁମାନ କରାଯାଉଛି । ନଭେମ୍ବର ତୃତୀୟ ସପ୍ତାହରୁ ଶୀତ ଅନୁଭବ ହେଉଛି । ତେବେ ଡିସେମ୍ବର ଓ ଜାନୁଆରୀରେ ଅଧିକ ଶୀତ ପଡ଼ିବ ବୋଲି ଆଗୁଆ ଆକଳନ କରିଛି ପାଣିପାଗ ବିଭାଗ । ଆଗାମୀ ୫ ଦିନ ଯାଏଁ ତାପମାତ୍ରାରେ ସେଭଳି କିଛି ବଡ ପରିବର୍ତ୍ତନ ହେବନାହିଁ । କିଛି ସ୍ଥାନରେ ୪୮ ଘଣ୍ଟା ପରେ ୨ ରୁ ୪ ଡିଗ୍ରୀ ଯାଏ ତାପାମାତ୍ର କମିବାର ସମ୍ଭାବନା ରହିଛି । ତାପମାତ୍ରା ହ୍ରାସ ସହ ରାଜ୍ୟରେ ପଡିବ ଶୀତ। ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତ ହେବା ସହ ଅନ୍ୟ ଅଞ୍ଚଳରେ ଅନୁଭବ ହେଉଛି ଶୀତ । ଦିନର ତାପମାତ୍ରା ସ୍ୱାଭାବିକକୁ ଫେରିଛି ।

    ସେହିଭଳି ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ରେକର୍ଡ ହୋଇଥିବାବେଳେ ପାହାଡିଆ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ଜି .ଉଦୟଗିରିରେ ୬.୬ ଡିଗ୍ରୀ ରେକର୍ଡ ହୋଇଛି । ଭୁବନେଶ୍ବରରେ ୧୬.୧ ଓ କଟକରେ ତାପମାତ୍ରା ୧୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଭବାନୀପାଟଣା ଓ ଫୁଲବାଣୀ ରେ ଘନ କୁହୁଡି ଦେଖା ଦେଇଛି । ଏହା ସହିତ ଆଗାମୀ ୩ ଦିନ ପର୍ଯ୍ୟନ୍ତ ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, କଳାହାଣ୍ଡି ର କିଛି ସ୍ଥାନରେ ହାଲୁକା କୁହୁଡି ଦେଖାଯିବ ବୋଲି ସତର୍କ କରିଛି ପାଣିପାଗ ବିଭାଗ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    15.9 ° C
    15.9 °
    15.9 °
    53 %
    1kmh
    10 %
    Thu
    33 °
    Fri
    33 °
    Sat
    33 °
    Sun
    32 °
    Mon
    31 °

    ସମ୍ବନ୍ଧିତ