Saturday, September 21, 2024
28.8 C
Odisha

    ଗିରଫ ହେଲେ କୋଟିପତି ଯନ୍ତ୍ରୀ, ଘରୁ ନଗଦ ୪୬ ଲକ୍ଷ ଟଙ୍କା ୪୫ ହଜାର ଟଙ୍କା ଜବତ

    ଆଗକୁ ପଢନ୍ତୁ

    ବାଲେଶ୍ବର : ଗିରଫ ହେଲେ କୋଟିପତି ଯନ୍ତ୍ରୀ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ବାଲେଶ୍ବର ଗ୍ରାମ୍ୟ ଉନ୍ନୟନ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଏନଭି ହରିହର ରାଓଙ୍କୁ ଗିରଫ କରିଛି ଭିଜିଲାନ୍ସ ।  ତାଙ୍କ ଘରୁ ଜବତ ହୋଇଛି ନଗଦ ୪୬ ଲକ୍ଷ ଟଙ୍କା ୪୫ ହଜାର ଟଙ୍କା ।  ତିନି କୋଟି ୪୨ଲକ୍ଷରୁ ରହିଛି ଅଧିକ ଟଙ୍କାର ଜମା ।  ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ବାଲେଶ୍ବର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଏନଭି ହରିହର ରାଓଙ୍କ ବାସଭବନ ଓ କାର୍ଯ୍ଯାଳୟରେ ଚଢଉ କରିଥିଲା ଭିଜିଲାନ୍ସ ।

    ଏକକାଳୀନ ୧୧ଟି ସ୍ଥାନରେ ହୋଇଥିଲା ଚଢଉ ।  ରେଡ ବେଳେ ହରିହର ରାଓଙ୍କ ସଂପତ୍ତି ଦେଖି ଭିଜିଲାନ୍ସ ତାଜୁବ ।  ଗୋଟିଏ ୩ମହଲା ସହ ୨ଟି କୋଠା ରହିଥିବା ବେଳେ କେତେକ ବେନାମୀ ଫ୍ଲାଟ ମଧ୍ୟ ରହିଥିବା ଜଣାପଡ଼ିଛି ।  ବ୍ରହ୍ମପୁର ଭାବିନୀପୁରରେ ୨୧ଶହ ବର୍ଗଫୁଟର ଏକ ଦୁଇ ମହଲା କୋଠା, ଭୁବନେଶ୍ବର ପାତ୍ରପଡ଼ାରେ ୩ହଜାର ବର୍ଗଫୁଟର କୋଠା ରହିଛି ।  ସେହିପରି ବ୍ରହ୍ମପୁର ବୈଦ୍ୟନାଥପୁର ଅଞ୍ଚଳରେ ଏକ ତିନି ମହଲା କୋଠା ରହିଛି ।

    ଭୁବନେଶ୍ବର ଓ ବ୍ରହ୍ମପୁରରେ ଗୋଟିଏ ଲେଖାଏଁ ବେନାମୀ ଫ୍ଲାଟ ଥିବା ଜଣାପଡ଼ିଛି ।  ଭୁବନେଶ୍ବର ଓ ବ୍ରହ୍ମପୁରରେ ୪ଟି ପ୍ଲଟ ରହିଛି ।  ଚଢଉ ବେଳେ ସଂପର୍କୀୟଙ୍କ ଘରେ ବିପୁଳ ପରିମାଣର ଟଙ୍କା ଲୁଚାଇ ରଖିଥିବା ଠାବା ହୋଇଛି ।  ବ୍ରହ୍ମପୁରରେ ଭିଣୋଇଙ୍କ ଘରୁ ଜବତ ୪୬ଲକ୍ଷ ୪୫ ହଜାର ଟଙ୍କା ଜବତ ହୋଇଛି ।  ହରିହରଙ୍କର ଏକ କାର ଓ ଏକ ଦୁଇଚକିଆ ଗାଡ଼ି ରହିଛି ।  କେମିତି ଏତେ ଟଙ୍କାର ସଂପତ୍ତି କଲେ ତାର ତନାଘନା ତଦନ୍ତ ଚଳାଇଛି ଭିଜିଲାନ୍ସ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    28.8 ° C
    28.8 °
    28.8 °
    80 %
    1kmh
    100 %
    Sat
    27 °
    Sun
    30 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ