Thursday, March 5, 2026
30.9 C
Odisha

    ବିଜେଡିରୁ ଇସ୍ତଫା ଦେଲେ ଜୟଦେବ ବିଧାୟକ ଅରବିନ୍ଦ ଢାଲି

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଜୟଦେବ ବିଧାୟକ ଅରବିନ୍ଦ ଢାଲି ବିଜେଡିରୁ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫାପତ୍ର ମୁଖ୍ୟମନ୍ତ୍ରୀଙ୍କୁ ପଠାଇଛନ୍ତି। ସାଧାରଣ ନିର୍ବାଚନ ପୂର୍ବରୁ ଅରବିନ୍ଦ ବିଜେଡି ଛାଡିଥିବା ବେଳେ ଆସନ୍ତାକାଲି ବିଜେପିରେ ସାମିଲ ହେବେ ବୋଲି ସେ ସୂଚନା ଦେଇଛନ୍ତି।
    ପୂର୍ବରୁ ବିଜେଡି-ବିଜେପି ମେଣ୍ଟ ସରକାରରେ ମନ୍ତ୍ରୀ ଥିବା ଅରବିନ୍ଦ ଢାଲି ୬ ଥର ବିଧାୟକ ରହିଛନ୍ତି। ପ୍ରଥମେ ବିଜେପି ଟିକେଟରୁ ବିଧାୟକ ହୋଇଥିବା ଅରବିନ୍ଦ ଢାଲି ପରବର୍ତ୍ତୀ ସମୟରେ ଭାରତୀୟ ଜନଶକ୍ତି ପାର୍ଟି, ସମାଜବାଦୀ ପାର୍ଟି ଏବଂ ବିଜେଡିରେ ସାମିଲ ହୋଇଥିଲେ। ତେବେ ୨୦୨୪ ନିର୍ବାଚନ ପୂର୍ବରୁ ଅରବିନ୍ଦ ପୁଣିଥରେ ବିଜେଡି ଛାଡି ବିଜେପି କ୍ୟାମ୍ପକୁ ଫେରିଛନ୍ତି। ତେବେ ଇସ୍ତଫା ଦେବା ପଛରେ ସେଭଳି କୌଣସି ସ୍ପଷ୍ଟ କାରଣ ଦର୍ଶାଇ ନାହାନ୍ତି ଅରବିନ୍ଦ ଢାଲି। ତେବେ ବିଜେପିକୁ ତାଙ୍କର ଘରବାହୁଡ଼ା ହେବ ବୋଲି ସେ ସୂଚନା ଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.9 ° C
    30.9 °
    30.9 °
    12 %
    2.3kmh
    0 %
    Thu
    36 °
    Fri
    37 °
    Sat
    38 °
    Sun
    38 °
    Mon
    38 °

    ସମ୍ବନ୍ଧିତ