Tuesday, September 22, 2026
23.5 C
Odisha

    ରାଜ୍ୟରେ ଗଡ଼ିବ ଆହୁରି ୨୦୦ ମୋ ବସ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ(crut) ଜନସାଧାରଣଙ୍କ ଯାତାୟାତର ଗତିଶୀଳତା, ପରିବେଶ ସ୍ଥିରତା ବୃଦ୍ଧି ଏବଂ ଜନ ପରିବହନରେ ପରିବର୍ତ୍ତନ ଆଣିବା ପାଇଁ ନଭେମ୍ବର ୨୦୧୮ରେ ୨୦୦ ଡିଜେଲ ବସ୍‌ ସହିତ ୫୫ ମିଡି ବସ୍‌ (୨୫ ନୂତନ ଏବଂ ୩୦ ପୁରୁଣା)କୁ ନେଇ ଚଳାଚଳ ଶୁଭାରମ୍ଭ ହୋଇଥିଲା। ଜୁନ୍‌ ୨୦୨୨ ସୁଦ୍ଧା ଏଥିରେ ଆହୁରି ୫୦ଟି ବସ୍‌ ଯୋଗ ହୋଇଥିଲା। ଜାନୁୟାରୀ ୨୦୨୩ରେ ମୋ’ ବସ୍‌ ସେବାକୁ ବଢ଼ାଇ ୧୦୦ ମିଡି ବସ୍‌ ଯୋଗକରି ରାଉରକେଲାରେ ମୋ’ ବସ ଚଳାଚଳ ଆରମ୍ଭ ହୋଇଥିଲା। ସହରରେ ପ୍ରଥମ ଏବଂ ଶେଷ ମାଇଲ ସଂଯୋଗ ପାଇଁ ଯାତ୍ରୀମାନେ ମୋ ବସ୍‌ରୁ ଓହ୍ଲାଇ ଘର ଏବଂ କାର୍ଯ୍ୟାଳୟରେ ପହଞ୍ଚିବା ପାଇଁ ମୋ’ ଇ-ରାଇଡ (ଇ-ରିକ୍ସା) ସେବା ଯାହା ୨୦୨୨ରେ ଭୁବନେଶ୍ବରରେ ଆରମ୍ଭ ହୋଇଥିଲା । ପୁରୀ, କଟକ, ଭୁବନେଶ୍ବର ଅଞ୍ଚଳରେ କ୍ରୁଟ ପକ୍ଷରୁ ୩୦୫ଟି ମୋ’ ବସ୍‌ ଚଳାଚଳ କରିବା ସହିତ ରାଉରକେଲାରେ ୧୦୦ଟି ମୋ’ ବସ୍‌ ଚଳାଚଳ କରୁଛି। ଆଗାମୀ ଦିନରେ ଏହାର ଅଧିକ ଆବଶ୍ୟକତାକୁ ନଜରରେ ରଖି ମୋ ବସ୍‌ ସଂଖ୍ୟାରେ ବୃଦ୍ଧି କରାଯିବାର ଯୋଜନା ରହିଛି। ସେନେଇ ଆଗାମୀ ଦିନରେ ଅତିରିକ୍ତ ୨୦୦ ଇଲେକ୍ଟ୍ରିକ୍‌ ବସ୍‌ ଯୋଗ କରି ଜନପରିବହନର କାର୍ଯ୍ୟକ୍ଷମ ପରିସରକୁ ବ୍ୟାପକ କରିବା ପାଇଁ ଲକ୍ଷ୍ୟ ରଖିଛି। କ୍ରୁଟ୍‌ ଇଲେକ୍ଟ୍ରିକ୍‌ ବସ୍‌ ଉପସ୍ଥାପନ ପରିବେଶ ଅନୁକୂଳ ହେବା ସହିତ ଆଧୁନିକ ଜନପରିବହନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ମଧ୍ୟ ହେବ। ଯାହା ବାୟୁ ପ୍ରଦୂଷଣ, ଗ୍ରୀନ୍‌ ହାଉସ୍‌ ଗ୍ୟାସ ନିର୍ଗମନ ଇତ୍ୟାଦିକୁ ହ୍ରାସ କରିବାରେ ସହାୟକ ହେବ। ୨୦୦ ଇଭି ଏସି ବସ୍‌ କ୍ରୟ ଏବଂ ଏହାର ସୁପରିଚାଳନା କାର୍ଯ୍ୟ ପାଇଁ ଜେବିଏମ୍‌ ଇକୋ ଲାଇଫ୍‌ ସହିତ ହେବାକୁ ଥିବା ଚୁକ୍ତିନାମାକୁ କ୍ୟାବିନେଟ୍‌ ଅନୁମୋଦନ କରିଛନ୍ତି। ୯ରୁ ୧୦ ମିଟର ଆକାରର ଇଲେକ୍ଟ୍ରିକ୍‌ ବସ ଏବଂ ଏହାର ଆବଶ୍ୟକୀୟ ଭିତ୍ତିଭୂମି ନିର୍ମାଣ, ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ (ଜିସିସି) ମଡେଲ ଆଧାରରେ ବସ୍‌ ଅପରେଟ ପାଇଁ କିଲୋମିଟର ପିଛା ୬୪.୮୧ ଟଙ୍କା ଲେଖାଏ ୧୦ ବର୍ଷ ପାଇଁ ଧାର୍ଯ୍ୟ ହୋଇଥିବା ବେଳେ ଏହି ୨୦୦ ଇ-ବସ୍‌ ପ୍ରକଳ୍ପର ମୋଟ୍‌ ମୂଲ୍ୟ ୯୩୩,୨୬,୪୦,୦୦୦ (୯ ଶହ ୩୩ କୋଟି ୨୬ ଲକ୍ଷ ୪୦ ହଜାର ଟଙ୍କା) ଆକଳନ କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    23.5 ° C
    23.5 °
    23.5 °
    94 %
    0.5kmh
    100 %
    Mon
    24 °
    Tue
    27 °
    Wed
    27 °
    Thu
    24 °
    Fri
    28 °

    ସମ୍ବନ୍ଧିତ