Monday, October 19, 2026
21.6 C
Odisha

    ଭାରତକୁ ବିକଶିତ କରିବାରେ ରାଜ୍ୟମାନଙ୍କ ପ୍ରମୁଖ ଭୂମିକା : ନିତି ଆୟୋଗ ବୈଠକରେ କହିଲେ ମୋଦୀ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ନିତି ଆୟୋଗ ବୈଠକରେ ଉଦବୋଧନ ଦେଇ ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ର ରେ ପରିଣତ କରିବା ପ୍ରତ୍ୟେକ ଭାରତୀୟଙ୍କର ଆକାଂକ୍ଷା ବୋଲି କହିଛନ୍ତି । ରାଜ୍ୟମାନେ ଏହି ଲକ୍ଷ୍ୟ ହାସଲ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିପାରିବେ କାରଣ ସେମାନେ ସିଧାସଳଖ ଲୋକଙ୍କ ସହ ଜଡିତ ।“୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ର ରେ ପରିଣତ କରିବା ପ୍ରତ୍ୟେକ ଭାରତୀୟଙ୍କର ଲକ୍ଷ୍ୟ। ଲୋକଙ୍କ ସହ ସିଧାସଳଖ ଜଡ଼ିତ ଥିବାରୁ ଏହି ଲକ୍ଷ୍ୟ ହାସଲ ରେ ରାଜ୍ୟଗୁଡ଼ିକ ସକ୍ରିୟ ଭୂମିକା ଗ୍ରହଣ କରିପାରିବେ“ ସେ କହିଛନ୍ତି ।

    ସେ କହିଛନ୍ତି ଯେ ଏହି ଦଶନ୍ଧି ବୈଷୟିକ ଏବଂ ଭୂ-ରାଜନୈତିକ ପରିବର୍ତ୍ତନ ସହିତ ସୁଯୋଗ ମଧ୍ୟ ଆଣିଦେଇଛି । ଭାରତ ଏହି ସୁଯୋଗର ଫାଇଦା ଉଠାଇବା ଉଚିତ ଏବଂ ଆମର ନୀତିକୁ ଅନ୍ତର୍ଜାତୀୟ ପୁଞ୍ଜିନିବେଶ ପାଇଁ ଅନୁକୂଳ କରିବା ଉଚିତ। ଭାରତକୁ ଏକ ବିକଶିତ ରାଷ୍ଟ୍ର ରେ ପରିଣତ କରିବା ଦିଗରେ ଏହା ହେଉଛି ପ୍ରଗତିର ମାର୍ଗ।

    ତେବେ କଂଗ୍ରେସ ପାର୍ଟି ଏବଂ ଇଣ୍ଡିଆ ମେଣ୍ଟର ଅନେକ ଦଳ ନିତି ଆୟୋଗ ବୈଠକକୁ ବିରୋଧ କରୁଛନ୍ତି । ତୃଣମୂଳ କଂଗ୍ରେସ ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭାରତ ମେଣ୍ଟ ଅବସରରେ ନିତି ଆୟୋଗ ବୈଠକରେ ଯୋଗ ଦେଇଥିଲେ। ହେଲେ ସେ ବୈଠକ ଅଧାବାଟରେ ଛାଡ଼ି ଚାଲିଯାଇଥିଲେ। ବୈଠକରୁ ବାହାରିବା ପରେ ମମତା ବାନାର୍ଜୀ କହିଥିଲେ ଯେ ତାଙ୍କୁ ବୈଠକରେ କହିବାର ସୁଯୋଗ ମିଳିନଥିଲା, ତେଣୁ ସେ ବିରୋଧ କରି ବାହାରକୁ ଆସିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    21.6 ° C
    21.6 °
    21.6 °
    92 %
    1kmh
    54 %
    Mon
    30 °
    Tue
    30 °
    Wed
    30 °
    Thu
    29 °
    Fri
    29 °

    ସମ୍ବନ୍ଧିତ