Monday, November 30, 2026
19.3 C
Odisha

    ଆଳୁ ଦର ନିୟନ୍ତ୍ରଣ ନେଇ ମମତା ବାନାର୍ଜୀଙ୍କୁ ଭେଟି ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଓଡ଼ିଶା-ପଶ୍ଚିମବଙ୍ଗ ସୀମାରୁ ଆଳୁ ଟ୍ରକ୍‌ଗୁଡ଼ିକ ଫେରିଯିବା ପରେ ରାଜ୍ୟରେ ଦର ବୃଦ୍ଧି ହୋଇଛି। ବ୍ୟବସାୟୀମାନେ ମନମୁତାବକ ଆଳୁ ବିକ୍ରି କରୁଛନ୍ତି। ରାଜ୍ୟ ଯୋଗାଣମନ୍ତ୍ରୀ କିଲୋ ପିଛା ୩୨ଟଙ୍କାରେ ବିକ୍ରି କରିବାକୁ କହୁବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ଗ୍ରାହକମାନେ ଆଳୁ କିଲୋ ୮୦ ଟଙ୍କା ପର୍ଯ୍ୟନ୍ତ କିଣୁଛନ୍ତି। ରୋଷେଇଶାଳ ଅନ୍ୟତମ ମୁଖ୍ୟ ପରିବା ଆଳୁ ଦର ବୃଦ୍ଧି ନେଇ ରାଜ୍ୟବାସୀ ଚିନ୍ତାରେ ଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କର ପଶ୍ଚିମବଙ୍ଗ ସମକକ୍ଷ ମମତା ବାନାର୍ଜୀଙ୍କୁ ଭେଟିଛନ୍ତି।

    ନୀତି ଆୟୋଗର ବୈଠକରେ ଯୋଗଦେବା ପାଇଁ ଦିଲ୍ଲୀ ଗସ୍ତରେ ଥିବା ବେଳେ ମୋହନ ମାଝୀ କହିଛନ୍ତି, ଆଳୁ ଯୋଗାଣ ସମସ୍ୟାର ସମାଧାନ ନେଇ ମମତା ବାନାର୍ଜୀଙ୍କ ସହିତ ଆଲୋଚନା କରିଛି। ସମସ୍ୟାର ଶୀଘ୍ର ସମାଧାନ ପାଇଁ ମମତାଙ୍କୁ ଅନୁରୋଧ କରିଛି।

    ରାଜ୍ୟରେ ହଠାତ୍‌ ଆଳୁ ଦର ବଢ଼ିଯିବା ପରେ ଲୋକେ ପ୍ରଭାବିତ ହୋଇଛନ୍ତି। ସାଧାରଣ ଲୋକଙ୍କ ତୁଳନାରେ ଖାଦ୍ୟ ବ୍ୟବସାୟୀମାନେ ଅଧିକ ପ୍ରଭାବିତ ହୋଇଛନ୍ତି। ଜଳଖିଆ ଦୋକାନ, ଦହି-ବରା ‌ଦୋକାନୀ ହୋଟେଲ ବ୍ୟବସାୟୀମାନେ ଆର୍ଥିକ କ୍ଷତିର ସାମ୍ନା କରିଛନ୍ତି। ସେହିପରି ଦର ବୃଦ୍ଧି ଯୋଗୁଁ ଗ୍ରାହକଙ୍କୁ ହୋଟେଲରେ ଅଧିକ ଟଙ୍କା ଖର୍ଚ୍ଚାନ୍ତ ହେବାକୁ ପଡୁଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    19.3 ° C
    19.3 °
    19.3 °
    86 %
    1.3kmh
    78 %
    Sun
    18 °
    Mon
    26 °
    Tue
    26 °
    Wed
    27 °
    Thu
    27 °

    ସମ୍ବନ୍ଧିତ