Tuesday, October 6, 2026
25.1 C
Odisha

    ଉଜ୍ଜୟିନୀ ମହାକାଳ ମନ୍ଦିରରେ ରାହୁଲ ଗାନ୍ଧି, ଶୁଭିଲା ‘ମୋଦୀ ମୋଦୀ’ ସ୍ଲୋଗାନ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଚାଲିଥିବା ଭାରତ ଯୋଡୋ ନ୍ୟାୟ ଯାତ୍ରା ଆଜି ମଧ୍ୟପ୍ରଦେଶର ଉଜ୍ଜୟିନୀରେ ପହଞ୍ଚିଛି। ଉଜ୍ଜୟିନୀର ପ୍ରସିଦ୍ଧ ଜ୍ୟୋତିର୍ଲିଙ୍ଗ ମହାକାଳ ମନ୍ଦିରରେ ରାହୁଲ ଗାନ୍ଧି ପୂଜାର୍ଚ୍ଚନା କରିଥିଲୋ । ତେବେ ମନ୍ଦିରର ଗର୍ଭଗୃହ ଭିତରକୁ ଯିବାକୁ ରାହୁଲ ଗାନ୍ଧିଙ୍କୁ ବାରଣ କରାଯାଇଥିଲା । ମହାଶିବରାତ୍ରୀ ପାଇଁ ଗର୍ଭଗୃହରେ ବିଶେଷ କର୍ମକାଣ୍ଡ ଚାଲିଥିବାରୁ ଲୋକମାନଙ୍କୁ ସେଠାକୁ ଯିବାକୁ ବାରଣ କରାଯାଉଛି । ରାହୁଲଙ୍କ ସହ କମଲନାଥଙ୍କ ସମେତ ଅନ୍ୟ କଂଗ୍ରେସ ନେତାମାନେ ମଧ୍ୟ ଉପସ୍ଥିତ ଥିଲେ। ତେବେ ରାହୁଲ ମନ୍ଦିର ଭିତରକୁ ଯାଉଥିବାବେଳେ କେତେକ ଲୋକ ମୋଦୀ ମୋଦୀ ସ୍ଲୋଗାନ ଲଗାଇଥିଲା । ତେବେ ରାହୁଲ ତାହାର କୌଣସି ପ୍ରତିକ୍ରିୟା ଦେଇନଥିଲେ । ଏହା ପୂର୍ବରୁ ମଙ୍ଗଳବାର ରାହୁଲଙ୍କ ଯାତ୍ରା ମଧ୍ୟପ୍ରଦେଶର ଶାଜାପୁର ସହର ଦେଇ ଯାଇଥିବା ବେଳେ କିଛି ଲୋକ ମୋଦୀ-ମୋଦୀ ସ୍ଲୋଗାନ ଦେଇଥିଲେ। ଏହା ପରେ ରାହୁଲ ତାଙ୍କ ଗାଡ଼ି ଅଟକାଇ ସ୍ଲୋଗାନ ଦେଇଥିବା ବିଜେପି କର୍ମୀଙ୍କୁ ଭେଟିଥିଲେ । ଏହି ସମୟରେ ବିଜେପି କର୍ମୀମାନେ ‘ଜୟ ଶ୍ରୀରାମ’ ସ୍ଲୋଗାନ ଦେଇଥିଲେ। ବିଜେପି କର୍ମୀଙ୍କୁ ଭେଟି ସେମାନଙ୍କ ସହ ହାତ ମିଳାଇବା ପରେ ଗାନ୍ଧି ନିଜ ଗାଡ଼ିକୁ ଫେରିଥିଲେ। ଏହାପରେ ରାହୁଲ ବିଜେପି କର୍ମୀଙ୍କୁ ଫ୍ଲାଇଙ୍ଗ୍ କିସ୍ ଦେଉଥିବା ମଧ୍ୟ ଦେଖିବାକୁ ମିଳିଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.1 ° C
    25.1 °
    25.1 °
    75 %
    0.6kmh
    0 %
    Tue
    31 °
    Wed
    31 °
    Thu
    30 °
    Fri
    30 °
    Sat
    30 °

    ସମ୍ବନ୍ଧିତ