Sunday, October 4, 2026
29.6 C
Odisha

    ଆଉ ଏପଟ ସେପଟ ହେବିନି, ମୋଦୀଙ୍କୁ କହିଲେ ନୀତୀଶ

    ଆଗକୁ ପଢନ୍ତୁ

    ଔରଙ୍ଗାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବିହାର ଗସ୍ତରେ ଅଛନ୍ତି। ଏହି ସମୟରେ ସେ ଔରଙ୍ଗାବାଦ ଯାଇ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଧ୍ୟ ମଞ୍ଚରେ ଉପସ୍ଥିତ ଥିଲେ। ସେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବା ସହ କହିଥିଲେ ଯେ ବିହାର ମାଟିରେ ଆପଣଙ୍କୁ ସ୍ୱାଗତ କରାଯାଇଛି । “ଯେତେବେଳେ ଆପଣ ଏହା ପୂର୍ବରୁ ଏଠାକୁ ଆସିଥିଲେ, ମୁଁ ନିଖୋଜ ହୋଇଯାଇଥିଲି ।
    ନୀତୀଶ କୁମାର କହିଛନ୍ତି ଯେ ଦେଶ ଓ ବିହାରରେ ଏବେ କାମ ଦ୍ରୁତ ଗତିରେ ଚାଲିଛି। ଏଥିପାଇଁ ମୁଁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଉଛି। ଏବେ ଆମ ମଧ୍ୟରେ କୌଣସି ମତଭେଦ ନାହିଁ ଏବଂ ଏବେ ଆମେ ଏକାଠି କାମ କରିବୁ ବୋଲି ସେ କହିଛନ୍ତି। ନୀତୀଶ କୁମାର କହିଛନ୍ତି ଯେ ପୂର୍ବରୁ ମୁଁ ଏଠାରୁ ଯାଇ ନିଖୋଜ ହୋଇଯାଇଥିଲି, କିନ୍ତୁ ବର୍ତ୍ତମାନ ମୁଁ ଏପଟସେପଟ ହେବି ନାହିଁ। ମୁଁ ଆପଣଙ୍କ ସହିତ ରହିବି ଏବଂ ବିହାର ପାଇଁ କାମ ଜାରି ରଖିବି ।

    ସୂଚନାଯୋଗ୍ୟ ଯେ ନୀତୀଶ କୁମାର ଗତ ମାସରେ ଆରଜେଡି ସହ ସମ୍ପର୍କ ଛିନ୍ନ କରି ପୁଣି ଥରେ ଏନଡିଏକୁ ଫେରିଆସିଥିଲେ । ପୂର୍ବରୁ ଅନେକ ଥର ସେ କେତେବେଳେ ବିଜେପି ତ କେତେବେଳେ ବିରୋଧୀ ଦଳଙ୍କ ସହ ହାତ ମିଳାଇ ସରକାର ଚଳାଇଥିଲେ । ଏହାକୁ ନେଇ ତାଙ୍କୁ ଲାଲୁ ପ୍ରସାଦ ଯାଦବ ପଲଟୁ ରାମ ବୋଲି ସମ୍ବୋଧନ କରିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.6 ° C
    29.6 °
    29.6 °
    53 %
    1.6kmh
    2 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ