Monday, October 19, 2026
21.6 C
Odisha

    ଏନଆଇଏକୁ ବଡ ସଫଳତା, ଦକ୍ଷିଣ ଆଫ୍ରିକାରୁ ଧରାପଡିଲା ମୋଷ୍ଟ ୱାଣ୍ଟେଡ ଅପରାଧୀ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: କେନ୍ଦ୍ରୀୟ ଅନୁସନ୍ଧାନକାରୀ ସଂସ୍ଥା ବା ଏନଆଇଏକୁ ଆଜି ବଡଧରଣର ସଫଳତା ମିଳିଛି | ବାସ୍ତବରେ ୨୦୧୬ ମସିହାରେ ଆରଏସଏସ(ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ) ନେତାଙ୍କୁ ହତ୍ୟା ଘଟଣାରେ ଅଭିଯୁକ୍ତ ମହମ୍ମଦ ଗୌଜକୁ ଗିରଫ କରାଯାଇଛି | ଏହି ଅପରାଧୀକୁ ଦକ୍ଷିଣ ଆଫ୍ରିକାରୁ ଗିରଫ କରାଯାଇଥିବାବେଳେ ତାକୁ ଧରାଇଦେବା ପାଇଁ ଏନଆଇଏ ୫ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଥିଲା | ସେ ଭାରତରେ ନିଷିଦ୍ଧ ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ (ପିଏଫ୍ଆଇ) ର ଏକ ବଡ ଚେହେରା ଭାବେ ବେଶ ଜଣାଶୁଣା । ଏହା ବ୍ୟତୀତ ଏହି ଆତଙ୍କବାଦୀ ୨୦୧୬ରେ ବେଙ୍ଗାଲୁରୁରେ ଆରଏସଏସ ନେତା ରୁଦ୍ରେଶଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ହତ୍ୟା ପରେ ସେ ଫେରାର ହୋଇଯାଇଥିଲା ଏବଂ ବିଭିନ୍ନ ଦେଶରେ ଲୁଚି ରହୁଥିଲା |
    ତେବେ ଗୁଜୁରାଟ ଏଟିଏସ୍ ମହମ୍ମଦ ଗୌଜର ମୋବାଇଲ ଟ୍ରାକିଙ୍ଗ ନିୟମିତ କରୁଥିଲା | ଆଉ ସେ ଦକ୍ଷିଣ ଆଫ୍ରିକାରେ ଥିବା ନେଇ ଏଟିଏସ ସୂଚନା ପାଇବା ପରେ କେନ୍ଦ୍ରୀୟ ଏଜେନ୍ସିକୁ ସୂଚନା ଦେଇଥିଲା। ଏହା ପରେ ମହମ୍ମଦ ଗୌଜକୁ ଦକ୍ଷିଣ ଆଫ୍ରିକାରେ ଧରାଯାଇଥିଲା ଏବଂ ବର୍ତ୍ତମାନ ମୁମ୍ବାଇ ଅଣାଯାଇଛି। ଉଲ୍ଲେଖ ଥାଉ କି ଆରଏସଏସ ନେତା ରୁଦ୍ରେଶଙ୍କ ହତ୍ୟା ଘଟଣାର ତଦନ୍ତ ଏନଆଇଏ କରୁଛି।

    ୨୦୧୬ ମସିହାରେ ସଂଘର କାର୍ଯ୍ୟକ୍ରମରେ ଯୋଗଦେବା ପରେ ଘରକୁ ଫେରୁଥିବାବେଳେ ବେଙ୍ଗାଲୁରୁର ଶିବାଜୀ ନଗରରେ ତାଙ୍କୁ ଦୁର୍ବୃତ୍ତମାନେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ରୁଦ୍ରେଶଙ୍କର ମୃତ୍ୟୁ ହୋଇଥିଲା। ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ୪୦ ବର୍ଷୀୟ ଅଜିମ ସରିଫଙ୍କୁ ନଭେମ୍ବର ୨୦୧୬ରେ ପୁଲିସ ଗିରଫ କରିଥିଲା। ମାମଲାର ଅନୁସନ୍ଧାନ ପରେ ଏନଆଇଏ କହିଛି ଯେ ଏହି ହତ୍ୟାକାଣ୍ଡ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିବା ଉଦ୍ଦେଶ୍ୟରେ କରାଯାଇଥିଲା ଏବଂ ଏହା ସ୍ପଷ୍ଟ ଭାବେ ଏକ ଆତଙ୍କବାଦୀଙ୍କ କାର୍ଯ୍ୟ ଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    21.6 ° C
    21.6 °
    21.6 °
    92 %
    1kmh
    54 %
    Mon
    30 °
    Tue
    30 °
    Wed
    30 °
    Thu
    29 °
    Fri
    29 °

    ସମ୍ବନ୍ଧିତ