Saturday, September 19, 2026
27.5 C
Odisha

    ପୁତିନଙ୍କୁ ମୋଦୀଙ୍କ ପରାମର୍ଶ : ଯୁଦ୍ଧ ଶାନ୍ତିର ମାର୍ଗ ନୁହେଁ

    ଆଗକୁ ପଢନ୍ତୁ

    ରୁଷ୍-ଭାରତ ଦ୍ବପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଦ୍ବିପାକ୍ଷିକ ସାମରିକ ସହଯୋଗ, ଅର୍ଥନୈତିକ ସହଯୋଗ,ନିବେଶ, ସ୍ବାସ୍ଥ୍ୟ, ଶିକ୍ଷା, ସଂସ୍କୃତି, ପର୍ଯ୍ୟଟନ, ୟୁକ୍ରେନ ଯୁଦ୍ଧ, ବାଣିଜ୍ୟ, ଶକ୍ତି, ବିନିର୍ମାଣ ଓ ଉର୍ବରକ ଆଦି ପ୍ରସଙ୍ଗରେ ଚର୍ଚ୍ଚା ହୋଇଛି। ଉଭୟ ନେତା ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗରେ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି। ଯୁଦ୍ଧ ଶାନ୍ତିର ମାର୍ଗ ନୁହେଁ ବୋଲି ମୋଦୀ ପୁତିନଙ୍କୁ ପରାମର୍ଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଏହି ବୈଠକ ଉପରେ ସାରା ବିଶ୍ବର ଧ୍ୟାନ ରହିଛି। ଏହାର ଅଲଗା ଅଲଗା ଅର୍ଥ ବାହାର କରାଯାଉଛି। ଭବିଷ୍ୟତ ପିଢ଼ିର ଉଜ୍ବଳ ଭବିଷ୍ୟତ ପାଇଁ ଶାନ୍ତି ଆବଶ୍ୟକ। ଯୁଦ୍ଧ କ୍ଷେତ୍ର କୌଣସି ସମସ୍ୟାର ସମାଧାନ ନୁହେଁ। ବୋମା, ବନ୍ଧୁକ ଏବଂ ଗୁଳି ମଧ୍ୟରେ ସମାଧାନ ଓ ଶାନ୍ତି ବାର୍ତ୍ତା ସଫଳ ହୁଏ ନାହିଁ। ଆଲୋଚନା ମାଧ୍ୟମରେ ଶାନ୍ତିର ମାର୍ଗ ଆପଣାଇବା ଉଚିତ। ଶାନ୍ତି ପ୍ରତିଷ୍ଠା ପାଇଁ ଭାରତ ଯଥା ସମ୍ଭବ ସହଯୋଗ ପାଇଁ ପ୍ରସ୍ତୁତ ଅଛି। ଶାନ୍ତି ପ୍ରତିଷ୍ଠା ପାଇଁ ବନ୍ଧୁ ପୁତିନଙ୍କ କଥା ଶୁଣି ବହୁତ ଖୁସି ଲାଗୁଛି। ଭାରତ ଶାନ୍ତିର ପକ୍ଷଧର ବୋଲି ମୋଦୀ ବିଶ୍ବ ସମୁଦାୟକୁ ଆଶ୍ବସ୍ତ କରିଛନ୍ତି। ଯୁଦ୍ଧ, ସଂଘର୍ଷ ହେଉ କି ଆତଙ୍କବାଦୀ ଆକ୍ରମଣ ଏ ସବୁ ଘଟଣା ମାନବିକତା ଉପରେ ଆସ୍ଥା ରଖିଥିବା ପ୍ରତି ବ୍ୟକ୍ତିକୁ କଷ୍ଟ ଦେଉଛି। ନିଷ୍ପାପ ଶିଶୁର ହତ୍ୟା ହେଲେ ହୃଦୟ ଭାଙ୍ଗି ଯାଇଥାଏ। ଏହା ବହୁତ କଷ୍ଟ ଦେଇଥାଏ ବୋଲି ମୋଦୀ କହିଛନ୍ତି। ସେ ସବୁ ପ୍ରକାରର ଆତଙ୍କବାଦକୁ କଡ଼ା ନିନ୍ଦା କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    27.5 ° C
    27.5 °
    27.5 °
    84 %
    1.1kmh
    100 %
    Sat
    27 °
    Sun
    30 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ