Monday, September 28, 2026
27.5 C
Odisha

    ବବି ଦେଓଲଙ୍କୁ ମେସେଜ କରି ଭିଡିଓ ଡିଲିଟ୍ କରିବାକୁ କହିଲେ ଧୋନି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ବଲିଉଡ ଅଭିନେତା ବବି ଦେଓଲଙ୍କୁ ମେସେଜ କରି ଭିଡିଓ ଡିଲିଟ୍ କରିବାକୁ କହିଲେ ଭାରତୀୟ କ୍ରିକେଟ ଟିମର ଷ୍ଟାର କ୍ରିକେଟର ମହେନ୍ଦ୍ର ସିଂ ଧୋନି। ହେଲେ ସ୍କ୍ରିନସଟ ସେୟ‌ାର କରିଦେଲେ ବବି, ଯାହା ଏବେ ଭାଇରାଲ ହେବାରେ ଲାଗିଛି। ଭାରତୀୟ କ୍ରିକେଟ ଟିମର ଷ୍ଟାର କ୍ରିକେଟର ମହେନ୍ଦ୍ର ସିଂ ଧୋନିଙ୍କର କୋଟି କୋଟି ପ୍ରଶଂସକ ଅଛନ୍ତି। ଧୋନି କେବଳ କ୍ରିକେଟରେ ସୀମିତ ନୁହଁନ୍ତି। କ୍ରିକେଟ ବ୍ୟତୀତ ସେ କିଛି ବ୍ୟବସାୟିକ ବିଜ୍ଞାପନରେ ବି କାମ କରୁଥିବା ଅନେକ ସମୟରେ ଦେଖାଯାଏ। ବିଜ୍ଞାପନ ପାଇଁ ଧୋନି ଅନେକ ବଲିଉଡ ସେଲିବ୍ରିଟିଙ୍କ ସହ ମଧ୍ୟ କାମ କରିଛନ୍ତି। ଏଥର ଧୋନି ଏବଂ ବଲିଉଡ ଅଭିନେତା ବବି ଦେଓଲ ଏକ ବିଜ୍ଞାପନରେ ନଜର ଆସିବାକୁ ଯାଉଛନ୍ତି। ଏହା ପୂର୍ବରୁ ବବିଙ୍କ ପୋଷ୍ଟ ଏବେ ଚର୍ଚ୍ଚା ବଢ଼ାଇଛି। ସୂଚନା ମୁତାବକ, ଏମଏସ ଧୋନି ବବିଙ୍କୁ ତାଙ୍କ ପାଖରେ ଥିବା ଭିଡିଓ ଡିଲିଟ କରିବାକୁ ମେସେଜ କରିଥିଲେ କାରଣ ଏହା ବହୁତ ଅଦ୍ଭୁତ ଥିଲା। ବବି ଶୀଘ୍ର ଏହି ମେସେଜର ସ୍କ୍ରିନସଟ ନେଇ ଟ୍ୱିଟରରେ ପୋଷ୍ଟ କରିଥିଲେ। ପୋଷ୍ଟ ସହିତ କ୍ୟାପସନରେ ଲେଖିଥିଲେ, ଠିକ୍ ଅଛି ମାହି ଭାଇ, ଡିଲିଟ କରିଦେବି। ତେବେ ବିଜ୍ଞାପନ ଆସିବା ପାଇଁ ଦୁହେଁ ଏଭଳି ପ୍ରଚାର କରୁଥିବା କୁହାଯାଉଛି। କାରଣ କ୍ୟାପସନରେ ଥିବା ହାସଟ୍ୟାଗରେ ‘ଆଡ୍'(ବିଜ୍ଞାପନ)ଲେଖାଥିବା ଦେଖିବାକୁ ମିଳିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    27.5 ° C
    27.5 °
    27.5 °
    75 %
    2.2kmh
    7 %
    Mon
    29 °
    Tue
    30 °
    Wed
    29 °
    Thu
    30 °
    Fri
    31 °

    ସମ୍ବନ୍ଧିତ