Thursday, March 19, 2026
20.8 C
Odisha

    ମୁକେଶ ସବୁଠୁ ବଡ଼ ଧନୀ, ଦ୍ବିତୀୟରେ ଆଦାନି: ସାବିତ୍ରୀ ଜିନ୍ଦଲ ସବୁଠୁ ଧନୀ ମହିଳା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଫୋର୍ବସ୍‌ ପକ୍ଷରୁ ଜାରି କରାଯାଇଥିବା ଧନୀ ତାଲିକାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ମୁଖ୍ୟ ମୁକେଶ ଅମ୍ବାନି ୧୧,୬୦୦ କୋଟି ଡଲାର ସମ୍ପତ୍ତି ସହ ଶୀର୍ଷ ସ୍ଥାନରେ ରହିଛନ୍ତି। ତାଙ୍କ ପଛକୁ ଦ୍ବିତୀୟ ସ୍ଥାନରେ ଥିବା ଆଦାନି ଗ୍ରୁପ୍‌ର ମୁଖ୍ୟ ଗୌତମ ଆଦାନିଙ୍କ ସମ୍ପତ୍ତି ୮୪୦୦ କୋଟି ଡଲାର ରହିଛି। ଅମ୍ବାନି ହେଉଛନ୍ତି ଏସିଆର ପ୍ରଥମ ବ୍ୟକ୍ତି ଯାହାଙ୍କ ସମ୍ପତ୍ତି ୧୦,୦୦୦ କୋଟି ଡଲାରରୁ ଅଧିକ ରହିଛି। ଶ୍ରେଷ୍ଠ ୧୦ ଭାରତୀୟ ଧନୀଙ୍କ ମଧ୍ୟରେ ତୃତୀୟରେ ଏଚ୍‌ସିଏଲ୍‌ର ଶିବ ନାଦର (୩୬୯୦ କୋଟି ଡଲାର), ସାବିତ୍ରୀ ଜିନ୍ଦଲ (୩୩୫୦ କୋଟି ଡଲାର), ସନ୍‌ ଫାର୍ମାର ଦିଲ୍ଲୀପ ସାଂଘଭି (୨୬୭୦ କୋଟି ଡଲାର), ସିରମ୍‌ ଇନଷ୍ଟିଚ୍ୟୁଟ୍‌ର ସାଇରସ୍‌ ପୁନାୱାଲା (୨୧୩୦ କୋଟି ଡଲାର), ଡିଏଲ୍‌ଏଫ୍‌ର କୁଶାଲ ପାଲ୍ ସିଂହ (୨୦୯୦ କୋଟି ଡଲାର), ବିର୍ଲା ଗ୍ରୁପ୍‌ର କୁମାର ମଙ୍ଗଳମ୍‌ ବିର୍ଲା (୧୯୭୦ କୋଟି ଡଲାର), ଡି-ମାର୍ଟର ରାଧାକୃଷ୍ଣ ଦମାନି (୧୭୬୦ କୋଟି ଡଲାର) ଏବଂ ଆର୍ସେଲର ମିତ୍ତଲର ଲକ୍ଷ୍ମୀ ଏନ୍ ମିତ୍ତଲ (୧୬୪୦ କୋଟି ଡଲାର) ରହିଛନ୍ତି।
    ମହିଳାମାନଙ୍କ ମଧ୍ୟରେ ସାବିତ୍ରୀ ଜିନ୍ଦଲ ଦେଶର ସବୁଠୁ ବଡ଼ ଧନୀ ହୋଇଛନ୍ତି। ସେ ହେଉଛନ୍ତି ଓପି ଜିନ୍ଦଲ ଗ୍ରୁପ୍‌ର ମୁଖ୍ୟ। ତାଙ୍କ ଦୁଇ ପୁଅ ସଜ୍ଜନ ଜିନ୍ଦଲ ଓ ନବୀନ ଜିନ୍ଦଲ ଇସ୍ପାତ ଶିଳ୍ପରେ ବେଶ ପ୍ରତିଷ୍ଠିତ। ଏହି ତାଲିକାରେ ରାକେଶ ଝୁନଝୁନୱାଲାଙ୍କ ପତ୍ନୀ ରେଖା ଝୁନଝୁନୱାଲା (୮୫୦ କୋଟି ଡଲାର), ଲ୍ୟାଣ୍ଡମାର୍କ ଗ୍ରୁପ୍‌ର ସିଇଓ ରେଣୁକା ଜଗତିଆନି (୫୦୦ କୋଟି ଡଲାର) ଏବଂ ଗୋଦରେଜ ପରିବାରର ସ୍ମିତା କ୍ରିଷ୍ଣା ଗୋଦରେଜ (୩୮୦ କୋଟି ଡଲାର)ଙ୍କ ନାମ ମଧ୍ୟ ରହିଛି। ସାରା ବିଶ୍ବରେ ଲୁଇ ଭୁଟନ୍ ଭଳି ବ୍ରାଣ୍ଡ୍‌ର ମାଲିକାନା ରଖିଥିବା ସଂସ୍ଥା ଏଲ୍‌ଭିଏମ୍‌ଏଚ୍‌ର ମୁଖ୍ୟ ନର୍ବାର୍ଡ ଆର୍ନଲ୍ଟ ଏକ ନମ୍ବର ଧନୀ ‌ହୋଇଛନ୍ତି। ତାଙ୍କ ପାଖରେ ୨୩,୩୦୦ କୋଟି ଡଲାରର ସମ୍ପତ୍ତି ରହିଛି। ଏହି ତାଲିକ‌ାରେ ତାଙ୍କ ପଛକୁ ରହିଛନ୍ତି ଟେସ୍‌ଲାର ମୁଖ୍ୟ ଏଲନ୍ ମସ୍କ, ଆମାଜନ୍ ମୁଖ୍ୟ ଜେଫ୍‌ ବେଜୋସ୍‌, ମେଟା ମୁଖ୍ୟ ମାର୍କ ଜୁକରବର୍ଗ, ଲାରି ଏଲିସନ, ୱାରେନ ବଫେ, ବିଲ୍ ଗେଟ୍‌ସ, ଷ୍ଟିଭ୍ ବାଲ୍‌ମର୍‌ ଓ ମୁକେଶ ଅମ୍ବାନି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    20.8 ° C
    20.8 °
    20.8 °
    69 %
    1.5kmh
    100 %
    Thu
    32 °
    Fri
    34 °
    Sat
    34 °
    Sun
    35 °
    Mon
    36 °

    ସମ୍ବନ୍ଧିତ