Sunday, October 4, 2026
30.6 C
Odisha

    ଆଇଫୋନ୍, ଆଇପ୍ୟାଡ୍‌ ପ୍ରତି ହ୍ୟାକିଂ ବିପଦ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଆମେରିକୀୟ କମ୍ପାନି ଆପଲ୍‌ର ବିଭିନ୍ନ ଡିଭାଇସ୍‌ ପ୍ରତି ହ୍ୟାକିଂ ବିପଦ ରହିଛି। କେନ୍ଦ୍ର ସରକାରଙ୍କ ସାଇବର ନିରାପତ୍ତା ସଂସ୍ଥା ସିଇଆର୍‌ଟି-ଇନ୍ ଏନେଇ ଲୋକମାନଙ୍କୁ ସତର୍କ କରାଇଛି। ଆପଲ୍‌ର ଆଇଫୋନ୍, ଆଇପ୍ୟାଡ୍, ମ୍ୟାକ୍‌ବୁକ୍ ଏବଂ ଭିଜନ୍‌ ପ୍ରୋ ହେଡ୍‌ସେଟ୍ ପ୍ରତି ହ୍ୟାକିଂ ବିପଦ ରହିଛି। ଏହି ଡିଭାଇସ୍‌ଗୁଡ଼ିକର ସୁରକ୍ଷା ବ୍ୟବସ୍ଥାରେ ଛିଦ୍ର ଚିହ୍ନଟ କରାଯାଇଛି ଯାହା ଜରିଆରେ ହ୍ୟାକରମାନେ ଅତି ସହଜରେ ତାହାକୁ ନିଜ ଅକ୍ତିଆରକୁ ନେଇପାରିବେ। ଆପଲ୍‌ର ବିଭିନ୍ନ ସଫ୍ଟୱେର ଓ ହାର୍ଡୱେରର ସୁରକ୍ଷାରେ ଥିବା ସମ୍ବେଦନଶୀଳ ସ୍ଥାନଗୁଡ଼ିକୁ ଚିହ୍ନଟ କରାଯାଇଛି।
    ଆପଲ୍‌ ସଫାରି ଭର୍ସନ, ଆପଲ୍ ମ୍ୟାକ୍‌ଓଏସ୍‌ ଭେଞ୍ଚୁରା, ଆପଲ୍‌ ମ୍ୟାକ୍‌ଓଏସ୍‌ ସୋନୋମା ଭର୍ସନ, ଆପଲ୍‌ ଭିଜନଓଏସ୍‌ ଭର୍ସନ, ଆପଲ୍ ଆଇଓଏସ୍‌ ଏବଂ ଆଇପ୍ୟାଡ୍‌ ଓଏସ୍‌ ଭର୍ସନଗୁଡ଼ିକରେ ଛିଦ୍ରଗୁଡ଼ିକୁ ଚିହ୍ନଟ କରାଯାଇଛି। ଆପଲ୍‌ କମ୍ପାନିର ଡିଭାଇସ୍‌ଗୁଡ଼ିକ ଭିତରେ ଆଇଫୋନ୍ ଏକ୍ସଏସ୍, ଆଇପ୍ୟାଡ୍ ପ୍ରୋ ୧୨.୯ ଇଞ୍ଚ, ଆଇପ୍ୟାଡ୍‌ ପ୍ରୋ ୧୦.୫ ଇଞ୍ଚ, ଆଇପ୍ୟାଡ୍‌ ପ୍ରୋ ୧୧ ଇଞ୍ଚ, ଆଇପ୍ୟାଡ୍ ଏୟାର, ଆଇପ୍ୟାଡ୍‌ ଏବଂ ଆଇପ୍ୟାଡ୍ ମିନି, ଆଇଫୋନ୍ ୮, ଆଇଫୋନ୍‌ ୮ ପ୍ଲସ୍‌, ଆଇଫୋନ୍‌ ଏକ୍ସ, ଆଇପ୍ୟାଡ୍‌ ପଞ୍ଚମ ପିଢ଼ି, ଆଇପ୍ୟାଡ୍‌ ପ୍ରୋ ୯.୭ ଇଞ୍ଚ ଏବଂ ଆଇପ୍ୟାଡ୍ ପ୍ରୋ ୧୨.୯ ଇଞ୍ଚ ପ୍ରଥମ ପିଢ଼ି ପ୍ରତି ମଧ୍ୟ ହ୍ୟାକିଂ ବିପଦ ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.6 ° C
    30.6 °
    30.6 °
    51 %
    2.9kmh
    3 %
    Sun
    30 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ