Thursday, March 26, 2026
30.8 C
Odisha

    ଆଇପିଏଲ ୨୦୨୪ ପୂର୍ବରୁ ଇତିହାସ ରଚିଲେ ମୁମ୍ବାଇ ଇଣ୍ଡିଆନ୍ସ କ୍ରିକେଟର: ୪୪ ବଲରେ କଲେ ୯୧ ରନ

    ଆଗକୁ ପଢନ୍ତୁ

    କୋଲକାତା: ଆଇପିଏଲ ୨୦୨୪ର ସିଡ୍ୟୁଲ ଘୋଷଣା ହୋଇ ସାରିଛି। ଏହି ଟୁର୍ଣ୍ଣାମେଣ୍ଟ ୨୨ ମାର୍ଚ୍ଚଠାରୁ ଆରମ୍ଭ ହେବ। ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ ଆରସିବି ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ହେବ। ସେହିପରି ମୁମ୍ବାଇ ଇଣ୍ଡିଆନ୍ସର ପ୍ରଥମ ମ୍ୟାଚ ଗୁଜରାଟ ଟାଇଟନ୍ସ ସହିତ ଖେଳାଯିବ। ଏହି ମ୍ୟାଚ ୨୪ ମାର୍ଚ୍ଚରେ ଅହମଦାବାଦରେ ଖେଳାଯିବ। ଏହାପରେ ଦଳର ଦ୍ବିତୀୟ ମ୍ୟାଚ ମାର୍ଚ୍ଚ ୨୭ରେ ହାଇଦ୍ରାବାଦରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଖେଳାଯିବ। ଆଇପିଏଲ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସର ଖେଳାଳି ତିଲକ ବର୍ମା ଇତିହାସ ରଚିଛନ୍ତି। ସେ ଡିୱାଇ ପାଟିଲ ଟି-୨୦ କପ୍ ଟୁର୍ଣ୍ଣାମେଣ୍ଟରେ ଦମଦାର ପ୍ରଦର୍ଶନ କରିଛନ୍ତି। ଏହାର ଭିଡ଼ିଓ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ସୋସିଆଲ ମିଡ଼ିଆରେ ଶେୟାର କରାଯାଇଛି।
    ତିଲକ ବର୍ମା ସେଣ୍ଟ୍ରାଲ ରେଲୱେ ବିରୋଧରେ ୪୪ ବଲରେ ୯୧ ରନର ଧୂଆଁଧାର ବ୍ୟାଟିଂ କରିଛନ୍ତି। ତିଲକ ବର୍ମାଙ୍କ ଦଳ ୨୨୦ ରନ କରିଥିଲା। ତିଲକ ବର୍ମା ବ୍ୟାଟିଂ ସହିତ ଚମତ୍କାର ବୋଲିଂ ମଧ୍ୟ କରିଥିଲେ। ସେ ୧୬ ରନ ଦେଇ ଗୋଟିଏ ୱିକେଟ ନେଇଥିଲେ।
    ସେ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳୁଛନ୍ତି। ଇତିମଧ୍ୟରେ ସେ ୨୫ ଆଇପିଲଏଲ ମ୍ୟାଚରେ ୭୪୦ ରନ ସ୍କୋର କରିଛନ୍ତି। ସେଥିମଧ୍ୟରେ ତାଙ୍କର ୩ ଅର୍ଦ୍ଧଶତକ ରହିଛି। ତାଙ୍କର ଶ୍ରେଷ୍ଠ ସ୍କୋର ୮୪ ରହିଛି।

    ଆଇପିଏଲର ପ୍ରଥମ ସିଡ୍ୟୁଲ ଘୋଷଣା କରାଯାଇଛି। ଏହି ୧୭ ଦିନିଆ ସିଡ୍ୟୁଲ ୭ ଏପ୍ରିଲ ପର୍ଯ୍ୟନ୍ତ ଜାରି ରହିବ। ଦ୍ବିତୀୟ ସିଡ୍ୟୁଲ ଲୋକସଭା ନିର୍ବାଚନ ପରେ ଘୋଷଣା କରାଯିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.8 ° C
    30.8 °
    30.8 °
    20 %
    2.9kmh
    0 %
    Thu
    32 °
    Fri
    39 °
    Sat
    39 °
    Sun
    41 °
    Mon
    41 °

    ସମ୍ବନ୍ଧିତ