Monday, September 28, 2026
22.5 C
Odisha

    ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଇଙ୍କ ପାଖରେ ଲାଗି ହେଲା ନବାନ୍ନ

    ଆଗକୁ ପଢନ୍ତୁ

    ସମ୍ବଲପୁର: ଲାଗି ହେଲା ନବାନ୍ନ। ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଇଙ୍କ ପାଖରେ ନିର୍ଦ୍ଧାରିତ ସମୟ ସକାଳ ୯ଟା ୧୨ରୁ ୨୭ ମଧ୍ୟରେରେ ନବାନ୍ନ ଲାଗି ହୋଇଛି। ଏବେ ପାର୍ଶ୍ବ ଦେବାଦେବୀଙ୍କ ପାଖରେ ନବାନ୍ନ ଲାଗି କରାଯାଉଛି। ଏହି ସମୟରେ ଢୋଲ, ଘଣ୍ଟଘଣ୍ଟା ଧ୍ବନିରେ ପ୍ରକମ୍ପିତ ହୋଇଛି ମନ୍ଦିର ପରିସର।ଏଥିଲାଗି ସମଗ୍ର ପଶ୍ଚିମ ଓଡ଼ିଶା ଉତ୍ସବମୁଖର ହୋଇଛି।
    ସେହିପରି ପାଟଣାଗଡ଼ରେ ମାଆ ପାଟଣେଶ୍ବରୀ, ବଲାଙ୍ଗୀର, ବରଗଡ଼, ସୁନ୍ଦରଗଡ଼, ସାରଂଗଡ଼ରେ ମାଆ ସମଲେଶ୍ବରୀ, ସୋନପୁରରେ ମାଆ ସୁରେଶ୍ବରୀଙ୍କ ଠାରେ ପୂର୍ବ ନିର୍ଧାରିତ ଲଗ୍ନ ଅନୁଯାୟୀ ନୂଆ ଚାଉଳରେ ପ୍ରସ୍ତୁତ ଭୋଗ ଲଗାଯାଉଛି। ସମସ୍ତ ସହର ଓ ଗାଁରେ ସେଠାକାର ଅଧିଷ୍ଠିତ ଦେବାଦେବୀଙ୍କୁ ପ୍ରଥମେ ନବାନ୍ନ ଭୋଗ ଲାଗି କରାଯାଉଛି। ଏହା ପରେ ପ୍ରତି ପରିବାରରେ ନିଜ ନିଜ ଇଷ୍ଟ ଦେବାଦେବୀଙ୍କୁ ନୂଆ ଭୋଗ ଲଗାଇବେ। ଚାଷୀମାନେ ନିଜ କ୍ଷେତକୁ ଯାଇ ପୂଜା କରିବେ। ଏହାପରେ ପରିବାରର ସବୁ ସଦସ୍ୟ ଏକାଠି ବସି ନୂଆଁ ଅନ୍ନ ଖାଇବେ।

    ନୂଆଁଖାଇ ସରିବା ପରେ ନିଜଠୁ ବଡ଼ ଲୋକଙ୍କୁ ଜୁହାର୍‌ ଭେଟ୍‌ (ପ୍ରଣାମ) ହୋଇ ଆଶୀର୍ବାଦ ନେବାର ଏକ ସ୍ବତନ୍ତ୍ର ଓ ନିଆରା ପର˚ପରା ରହିଛି। ଏହା ବେଶ ଭାବପୂର୍ଣ୍ଣ ପରିବେଶ ସୃଷ୍ଟି କରିଥାଏ। ନୂଆଁଖାଇ ସାରିବା ପରେ ଦେବାଦେବୀଙ୍କ ମନ୍ଦିର ଯାଇ ଦର୍ଶନ କରିବାର ମଧୢ ପର˚ପରା ରହିଛି। ତେଣୁ ବୁଧବାର ଅପରାହ୍‌ଣରୁ ମନ୍ଦିର ଗୁଡ଼ିକରେ ଭିଡ଼ ଆରମ୍ଭ ହୋଇଯିବ। ସ˚ଧ୍ୟାରେ ବିଭିନ୍ନ ସ୍ଥାନରେ ନୂଆଁଖାଇ ଭେଟ୍‌ଘାଟ ଓ ସା˚ସ୍କୃତିକ କାର୍ଯ୍ୟକ୍ରମ ରହିଛି। ସମ୍ବଲପୁରରେ ବିଭିନ୍ନ ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଅନ୍ୟ ସହର ଗୁଡ଼ିକରେ ମଧ୍ୟ ସେଠାକାର ବିଭିନ୍ନ ସଂଗଠନ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ ଅନୁଷ୍ଠିତ ହେବ। ଏଥର ନୂଆଁଖାଇ ପରଦିନ ବି ସ୍କୁଲ୍‌, କଲେଜ୍‌, ସରକାରୀ କାର୍ଯ୍ୟାଳୟ ଛୁଟି ଘୋଷଣା ହୋଇଥିବାରୁ ବହୁ ଲୋକ ସେଦିନ ବୁଲାବୁଲି କରି ଉପଭୋଗ କରିବାକୁ ଯୋଜନା କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    22.5 ° C
    22.5 °
    22.5 °
    91 %
    1.4kmh
    14 %
    Mon
    29 °
    Tue
    30 °
    Wed
    30 °
    Thu
    29 °
    Fri
    29 °

    ସମ୍ବନ୍ଧିତ