Monday, September 21, 2026
24 C
Odisha

    ବିପଦରେ ନାଲି କଙ୍କଡା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ରାଜ୍ୟରେ ଥିବା ବିଭିନ୍ନ ପର୍ଯ୍ୟଟନସ୍ଥଳର ରହିଛି ସ୍ୱତନ୍ତ୍ର ପରିଚୟ। ତେବେ କେନ୍ଦ୍ରାପଡ଼ା ଜିଲ୍ଲାର ଭିତରକନିକା ପର୍ଯ୍ୟଟନସ୍ଥଳର ରହିଛି ଅନେକ ସ୍ୱତନ୍ତ୍ରତା । ଭିତରକନିକା ନଦୀ ପଠା ତଥା ପେଣ୍ଠ ବେଳାଭୂମି, ସାତଭାୟା ଓ ହବାଳିଖଟି ବେଳାଭୂମିରେ ଦେଖାଯାଉଥିବା ନାଲି କଙ୍କଡ଼ାର ବିଶେଷ ଆକର୍ଷଣ ପର୍ଯ୍ୟଟକଙ୍କୁ ବିମୋହିତ କରେ । ଏପରିସ୍ଥଳେ ବିରଳ କଙ୍କଡ଼ାମାନଙ୍କ ପାଇଁ ବିପଦ ପାଲଟିଛି ପ୍ଲାଷ୍ଟିକ୍‌‌ଯୁକ୍ତ ବିଷାକ୍ତ ବର୍ଜ୍ୟ। ଭିତକନିକା ଜାତୀୟ ଉଦ୍ୟାନ ଅଧୀନରେ ଥିବା ସାତଭାୟାରୁ ହବାଳିଖଟି ମଧ୍ୟରେ ଲକ୍ଷଲକ୍ଷ ସଂଖ୍ୟାରେ ନାଲି ରଙ୍ଗର କଙ୍କଡ଼ା ଦେଖିବାକୁ ମିଳେ। ଏହି ପ୍ରଜାତିର କଙ୍କଡ଼ାକୁ ଲାଲ ଫିଡଲର୍‌‌ କ୍ରାବ ବା ନାଲି କଙ୍କଡ଼ା ବୋଲି କୁହାଯାଇଥାଏ। ଅତି ନିକଟରେ ଥିଲେ ମଧ୍ୟ ଏଗୁଡ଼ିକୁ ଧରିବା ପାଇଁ ଗଲେ ଦ୍ରୁତ ଗତିରେ ବାଲି ଓ କାଦୁଅରେ କରିଥିବା ଗାତରେ ପଶିଯିବାରେ କୌତୁକିଆ ଦୃଶ୍ୟ ପର୍ଯ୍ୟଟକଙ୍କୁ ବେଶ୍‌‌ ଆକୃଷ୍ଟ କରିଥାଏ। ସବୁଠୁ ଆଶ୍ଚର୍ଯ୍ୟ କଥା ଅଲିଭରିଡ୍‌‌ଲେ ଶାବକ ବସାରୁ ବାହାରି ସମୁଦ୍ରକୁ ଯିବା ବେଳେ ନାଲି କଙ୍କଡ଼ା ସେମାନଙ୍କୁ ଟାଣି ନେବାର ଦୃଶ୍ୟ ଦେଖିବାକୁ ମିଳିଥାଏ। ଏହାଛଡ଼ା ମହାକାଳପଡ଼ା ଉପକୂଳ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳର ବିସ୍ତୀର୍ଣ୍ଣ ବାଲୁକା ଶଯ୍ୟା ଅଞ୍ଚଳର ଶୋଭାବର୍ଦ୍ଧନ କରୁଛନ୍ତି ଏହି ବିରଳ ପ୍ରଜାତିର କଙ୍କଡ଼ା। ସାମୁଦ୍ରିକ ଅଭୟାରଣ୍ୟ ଅନ୍ତର୍ଗତ ହୁକିଟୋଲା, ତଣ୍ଡା, ମାଦଳୀ ଦୀପ, ଅଗରନାସି, ଲଞ୍ଚଘୋଲା ପ୍ରଭୃତି ଅଞ୍ଚଳରେ ଏହି କଙ୍କଡ଼ା ଦେଖିବାକୁ ମିଳନ୍ତି। ଏହି କଙ୍କଡ଼ାର ଲମ୍ୱା ଦୁଇ ଇଞ୍ଚ ଭଳି ହୋଇଥିବା ବେଳେ ଏମାନେ ଦୁଇ/ତିନି ଫୁଟ ଗଭୀର ଗାତ କରି ସମୁଦ୍ର ବାଲିରେ ରହିଥାନ୍ତି। ସମୁଦ୍ରର ମଲା ମାଛ, ଶୈବାଳ ଏବଂ ଛୋଟଛୋଟ ଜୀବକୁ ଖାଦ୍ୟ ଭାବେ ଗ୍ରହଣ କରିଥାନ୍ତି। ଏଭଳି କଙ୍କଡ଼ାଙ୍କ ଆୟୂଷ ପ୍ରାୟ ଦୁଇବର୍ଷ ହୋଇଥିବା ବେଳେ ଏହି ପ୍ରଜାତିର କଙ୍କଡ଼ା ଓଡ଼ିଶା ଉପକୂଳକୁ ଛାଡ଼ିଲେ ଅଷ୍ଟ୍ରେଲିଆ ଏବଂ ଶ୍ରୀଲଙ୍କାର ସମୁଦ୍ର ଉପକୂଳ ଅଞ୍ଚଳରେ ଅଧିକ ମାତ୍ରାରେ ଦେଖିବାକୁ ମିଳେ। ସାମୁଦ୍ରିକ ଝଡ଼, ସୁନାମୀ ଭଳି ପ୍ରାକୃତିକ ବିପର୍ଯ୍ୟୟ ଆସିବାର ସୂଚନା ଏମାନେ ଶୀଘ୍ର ବାରି ପାରନ୍ତି। ସମୁଦ୍ରର ସୁନେଲି ବାଲିଶଯ୍ୟା ଉପରେ ସିନ୍ଦୁର ଲାଲ ରଙ୍ଗର ଟୋପା ଭଳି ଏମାନଙ୍କ ଚଳପ୍ରଚଳ ଯୋଗୁଁ ବାଲୁକା ଶଯ୍ୟାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ବହୁଗୁଣିତ ହୋଇଯାଇଥାଏ। ମାତ୍ର ସମୁଦ୍ର ବେଳାଭୂମିରେ ଚଳପ୍ରଚଳ କରୁଥିବା ବେଳେ କୁଆ, ଚିଲ ଭଳି ପକ୍ଷୀ ଏବଂ ଗଧିଆ, ଫେରେଣ୍ଡା ସମେତ ବନ୍ୟଜନ୍ତୁଙ୍କ ଖାଦ୍ୟ ପାଇଁ ସେମାନଙ୍କ ଶିକାର ପାଲଟିଥାନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    24 ° C
    24 °
    24 °
    95 %
    1.1kmh
    100 %
    Sun
    24 °
    Mon
    28 °
    Tue
    28 °
    Wed
    28 °
    Thu
    23 °

    ସମ୍ବନ୍ଧିତ