Sunday, October 18, 2026
23.2 C
Odisha

    ପ୍ରଧାନ ବିଚାରପତି ନିଯୁକ୍ତି ପ୍ରକ୍ରିୟା ଆରମ୍ଭ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ପ୍ରଧାନ ବିଚାରପତି ଜଷ୍ଟିସ୍‌ ବି ଆର୍‌ ଗୱାଇ ନଭେମ୍ବର ୨୪ ତାରିଖରେ ଅବସର ନେବେ। ଗୱାଇଙ୍କ ପରେ ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି କିଏ ହେବେ ସେ ନେଇ କେନ୍ଦ୍ର ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ନୂଆ ପ୍ରଧାନ ବିଚାରପତିଙ୍କ ନାମ ଚୟନ ଏକ ସ୍ବାଭାବିକ ପ୍ରକ୍ରିୟା ମାଧ୍ୟମରେ ହେବାକୁ ଥିବା ବେଳେ ଜଷ୍ଟିସ୍ ସୂର୍ଯ୍ୟକାନ୍ତ ପରବର୍ତ୍ତୀ ସିଜେଆଇ ହେବା ପ୍ରାୟ ନିଶ୍ଚିତ।

    ସୂଚନାଯୋଗ୍ୟ, ଆସନ୍ତାକାଲି ସୁଦ୍ଧା ଉତ୍ତରାଧିକାରୀଙ୍କ ନାମ ନେଇ ଜଷ୍ଟିସ୍ ଗୱାଇଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ପତ୍ର ଦିଆଯିବ। ସୁପ୍ରିମ୍‌କୋର୍ଟ ଏବଂ ହାଇକୋର୍ଟ ବିଚାରପତିଙ୍କ ନିଯୁକ୍ତି, ବଦଳି ଏବଂ ପଦୋନ୍ନତି ପାଇଁ ରହିଥିବା ମାର୍ଗଦର୍ଶିକା ଅନୁଯାୟୀ ଏହି ପ୍ରକ୍ରିୟା ସଂପନ୍ନ ହେବ। ଠିକ୍ ସମୟରେ ପରବର୍ତ୍ତୀ ପ୍ରଧାନ ବିଚାରପତି ନିଯୁକ୍ତି ପାଇଁ କେନ୍ଦ୍ର ଆଇନ ମନ୍ତ୍ରୀ ବିଦାୟୀ ପ୍ରଧାନ ବିଚାରପତିଙ୍କ ସୁପାରିସ ଲୋଡ଼ିବେ। ସାଧାରଣତଃ, ବର୍ତ୍ତମାନର ପ୍ରଧାନ ବିଚାରପତି ୬୫ ବର୍ଷ ବୟସରେ ଅବସର ନେବାର ଏକ ମାସ ପୂର୍ବରୁ ଏହି ଚିଠି ପଠାଯାଏ। ପ୍ରଧାନ ବିଚାରପତି ଜଷ୍ଟିସ୍ ଗୱାଇଙ୍କ ପରେ ଜଷ୍ଟିସ୍ ସୂର୍ଯ୍ୟକାନ୍ତ ହେଉଛନ୍ତି ସବୁଠାରୁ ବରିଷ୍ଠ ବିଚାରପତି ଏବଂ ପରବର୍ତ୍ତୀ ପ୍ରଧାନ ବିଚାରପତି ହେବା ସମ୍ଭାବନା ରହିଛି। ଏହି ନିଯୁକ୍ତି ପରେଜଷ୍ଟିସ୍ ସୂର୍ଯ୍ୟକାନ୍ତ ନଭେମ୍ବର ୨୪ରେ ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ ଏବଂ ଫେବ୍ରୁଆରି ୯, ୨୦୨୭ ପର୍ଯ୍ୟନ୍ତ ପ୍ରାୟ ୧୫ ମାସ ପାଇଁ ଏହି ପଦବିରେ ରହିବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.2 ° C
    23.2 °
    23.2 °
    82 %
    1.2kmh
    100 %
    Sun
    23 °
    Mon
    31 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ