Saturday, October 10, 2026
21.6 C
Odisha

    ଜାତୀୟ ହକି: ପ୍ରଥମ ଥର ଫାଇନାଲ୍‌ରେ ଓଡ଼ିଶା

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଓଡ଼ିଶା ପୁରୁଷ ହକି ଦଳ ପ୍ରଥମ ଥର ଲାଗି ଜାତୀୟ ହକି ପ୍ରତିଯୋଗିତାର ଫାଇନାଲ୍‌ରେ ପହଞ୍ଚି ରାଜ୍ୟ ପାଇଁ ଗୌରବ ଆଣିଛି। ପୂର୍ବରୁ ଓଡ଼ିଶାର ଶ୍ରେଷ୍ଠ ପ୍ରଦର୍ଶନ ୨୦୧୬ରେ କାଂସ୍ୟ ପଦକ ବିଜୟ ଥିଲା। ତାମିଲନାଡ଼ୁରେ ଚାଲିଥିବା ଏହି ପ୍ରତିଯୋଗିତାର ସେମିଫାଇନାଲ୍‌ରେ ଏହି ଦଳ ୪-୨ ଗୋଲ୍‌ରେ ମଣିପୁରକୁ ପରାସ୍ତ କରିଛି। ସପ୍ତମ ମିନିଟ୍‌ରେ ମଣିପୁରକୁ ମିଳିଥିବା ପେନାଲ୍‌ଟି ସୁଟ୍‌କୁ ଅଲିମ୍ପିଆନ୍‌ ନୀଳକାନ୍ତ ଶର୍ମା ଗୋଲ୍‌ ପରିଣତ କରି ଦଳକୁ ପ୍ରାରମ୍ଭିକ ଅଗ୍ରଣୀ ଦେଇଥିଲେ। ତ୍ରୟୋଦଶ ମିନିଟ୍‌ରେ ଓଡ଼ିଶା ଏହି ଗୋଲ୍‌ଟି ଶୁଝି ପ୍ରଥମ କ୍ବାର୍ଟରକୁ ୧-୧ରେ ଶେଷ କରିଥିଲା। ଓଡ଼ିଶାକୁ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ନୀଲମ ସଂଜୀପ ଖେସ୍‌ (୧୩ ମିନିଟ୍‌) କୌଣସି ଭୁଲ୍‌ ନକରି ମଣିପୁର  ଗୋଲ୍‌ ପୋଷ୍ଟ୍‌କୁ ବଲ୍‌ ପଠାଇ ଦେଇଥିଲେ।

    ମଣିପୁରକୁ ୪-୨ରେ ହରାଇଲା, ଆଜି ଟ୍ରଫି ଲାଗି ହରିୟାଣାକୁ ଭେଟିବ

    ଦ୍ବିତୀୟ କ୍ବାର୍ଟରରେ ଶିଳାନନ୍ଦ ଲାକ୍ରା (୨୦ ମିନିଟ୍‌) ଫିଲ୍ଡ ଗୋଲ୍‌ ଦେଇ ଓଡ଼ିଶାକୁ ଆଗୁଆ କରିଥିଲେ। ମଣିପୁରର ଗଣେନ୍ଦ୍ରଜିତ ନିଙ୍ଗୋମବାମ (୨୫ ମିନିଟ୍‌) ଏହି ଗୋଲ୍‌ଟି ଶୁଝି ଦେଇଥିଲେ। ଫଳରେ ପ୍ରଥମାର୍ଦ୍ଧ ୨-୨ରେ ଶେଷ ହୋଇଥିଲା। ତୃତୀୟ କ୍ବାର୍ଟର ଗୋଲ୍‌ଶୂନ୍ୟରେ ଶେଷ ହେବା ପରେ ଚତୁର୍ଥ କ୍ବାର୍ଟରରେ ଲଗାତାର ୨ଟି ଫିଲ୍‌ଡ ଗୋଲ୍‌ ଲଦି ଓଡ଼ିଶା ବିଜୟ ବାନା ଉଡ଼ାଇଥିଲା। ୫୨ତମ ମିନିଟ୍‌ରେ ପ୍ରସାଦ କୁଜୁର ଓ ସୁଦୀପ ଚିର୍ମାକୋ ଏହି ଦୁଇଟି ଗୋଲ୍‌ ଦେଇଥିଲେ। ବିଜୟରେ ପ୍ରମୁଖ ଭୂମିକା ତୁଲାଇଥିବା ଶିଳାନନ୍ଦ ଲାକ୍ରା ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଓଡ଼ିଶା ଶନିବାର ଫାଇନାଲ୍‌ରେ ୩ ଥରର ଫାଇନାଲିଷ୍ଟ ତଥା ୨ ଥରର ବିଜେତା ହରିୟାଣାକୁ ଭେଟିବ। ଗତ ଥରର ଉପବିଜେତା ହରିୟାଣା ସେମିଫାଇନାଲ୍‌ରେ ୩-୨ ଗୋଲ୍‌ରେ ଉତ୍ତରପ୍ରଦେଶକୁ ପରାସ୍ତ କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.6 ° C
    21.6 °
    21.6 °
    83 %
    1kmh
    0 %
    Sat
    30 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ