Sunday, September 27, 2026
22.6 C
Odisha

    ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ

    ଆଗକୁ ପଢନ୍ତୁ

    ବ୍ରଜ ମଣ୍ଡଳ ଜଳାଭିଷେକ ଯାତ୍ରା ପୂର୍ବରୁ ହରିୟାଣା ସରକାରଙ୍କୁ ଘାରିଛି ହିଂସାର ଭୟ। ଏଥିପାଇଁ ସରକାର ନୁହ ଜିଲ୍ଲାରେ ଆସନ୍ତା ୨୪ ଘଣ୍ଟା ପାଇଁ ମୋବାଇଲ ଇଣ୍ଟରନେଟ ଓ ଏସଏମଏସ୍‌ ସେବାକୁ ବନ୍ଦ କରି ଦେଇଛନ୍ତି। ୨୦୨୩ରେ ଏହି ଧାର୍ମିକ ଶୋଭାଯାତ୍ରା ସମୟରେ ବ୍ୟାପର ହିଂସାକାଣ୍ଡ ଘଟିଥିଲା। ଏଥିପାଇଁ ଚଳିତ ବର୍ଷ ସରକାର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି।
    ରାଜ୍ୟର ଅତିରିକ୍ତ ମୁଖ୍ୟ ସଚିବ(ଗୃହ) ଅନୁରାଗ ରସ୍ତୋଗୀ କହିଛନ୍ତି, “ଜିଲ୍ଲାରେ ଇଣ୍ଟରନେଟ ସେବା ରବିବାର ସନ୍ଧ୍ୟା ୬ଟାରୁ ସୋମବାର ସନ୍ଧ୍ୟା ୬ଟା ଯାଏ ବନ୍ଦ ରହିବ। କେହି ବି ଏକାକଳୀନ ବିପୁଳ ସଂଖ୍ୟାର ଏସଏମଏସ୍‌ ପଠାଇ ପାରିବେ ନାହିଁ।
    ନୁହରେ ହିଂସା, ବିକ୍ଷୋଭ, ସର୍ବସାଧାରଣ ସମ୍ପତ୍ତିରେ କ୍ଷତି ଘଟିବା ଓ ଶାନ୍ତିରେ ବ୍ୟାଘାତ ସୃଷ୍ଟି ହେବାର ଆଶଙ୍କା ଥିବାରୁ ଏପରି ପଦକ୍ଷେପ ନିଆଯାଇଛି। ହ୍ୱାଟସଆପ, ଫେସବୁକ, ଏକ୍ସ ଭଳି ସୋଶାଲ ମିଡିଆରେ ଗୁଜବ ଓ ମିଥ୍ୟା ଖବରର ପ୍ରଚାରକୁ ରୋକିବା ପାଇଁ ଇଣ୍ଟରନେଟ ସେବାକୁ ବନ୍ଦ କରାଯାଇଛି।”

    ଧାର୍ମିକ ଶୋଭାଯାତ୍ରା ପୂର୍ବରୁ ନୁହରେ ପୁଲିସ୍‌ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଜିଲ୍ଲାର ବିଭିନ୍ନ ସ୍ଥାନରେ ସ୍ଥାନୀୟ ପୁଲିସ୍‌ ସହ କମାଣ୍ଡୋ ୟୁନିସ, ଡଗ ସ୍କ୍ୱାଡ ଓ ବୋମା ନିଷ୍କ୍ରିୟକାରୀ ଟିମ ମୁତୟନ ହୋଇଛନ୍ତି। ସୁରକ୍ଷା ଓ ଶାନ୍ତି ବଜାୟୀ ରଖିବା ପାଇଁ ନୁହ ପୁଲିସ୍‌ ଡଗ ସ୍କ୍ୱାଡ ଓ ଡ୍ରୋନ ଦ୍ୱାରା ସର୍ଭେଲାନ୍ସ କରୁଛି। ଜିଲ୍ଲାକୁ ଆସୁଥିବା ଓ ବାହାରକୁ ଯାଉଥିବା ସବୁ ଗାଡ଼ିକୁ ଚେକ କରାଯାଉଛି। ଚେକ ପଏଣ୍ଟଗୁଡ଼ିକରେ ଡଗ ସ୍କ୍ୱାଡ ମଧ୍ୟ ରହିଛନ୍ତି। ନୁହ ଏସ୍‌ପିଙ୍କ ଅଧ୍ୟକ୍ଷତାରେ ପୁଲିସ୍‌ ପକ୍ଷରୁ ଆଜି ବିଭିନ୍ନ ସ୍ଥାନରେ ଫ୍ଲାଗମାର୍ଚ୍ଚ କରାଯାଇଛି।

    ଅନ୍ୟପକ୍ଷରେ ତଥା କଥିତ ଗୋରକ୍ଷାକାରୀ ବିଟ୍ଟୁ ବଜରଙ୍ଗୀକୁ ଶୋଭାଯାତ୍ରାରେ ସାମିଲ ହେବାକୁ ବାରଣ କରାଯାଇଛି। ଗତବର୍ଷ ବଜରଙ୍ଗୀକୁ ପୁଲିସ୍‌ ଗିରଫ କରିଥିଲା। ସେ ଉତ୍ତେଜନାପୂର୍ଣ୍ଣ ଭାଷଣ ଦେବାରୁ ନୁହରେ ସାଂପ୍ରଦାୟିକ ହିଂସା ଘଟିଥିଲା।

    ଗତବର୍ଷ ଜୁଲାଇ ୩୧ରେ ଘଟିଥିବା ହିଂସାରେ ୨ ଜଣ ଗୃହରକ୍ଷୀଙ୍କ ମୃତ୍ୟୁ ହୋଇଥିଲା। ସେହିପରି ଏକାଧିକ ପୁଲିସ୍‌ କର୍ମୀଙ୍କ ସହ ୧୫ ଜଣ ଆହତ ହୋଇଥିଲେ।

    ସେହିଦିନ ରାତିରେ ଶତାଧିକ ଲୋକ ଗୁରୁଗ୍ରାମରେ ଥିବା ଗୋଟିଏ ମସଜିଦ ଉପରେ ଆକ୍ରମଣ କରି ନାଏବ ଇମାମଙ୍କୁ ହତ୍ୟା କରିଥିଲେ। ଏହି ଘଟଣା ପରେ ସୃଷ୍ଟି ହୋଇଥିବା ସାଂପ୍ରଦାୟିକ ହିଂସାରେ ୫ ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    22.6 ° C
    22.6 °
    22.6 °
    96 %
    1.5kmh
    65 %
    Sat
    22 °
    Sun
    29 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ