Thursday, April 9, 2026
25.9 C
Odisha

    ସରକାରରେ ଥାଏ କି ନ ଥାଏ, ରାଜ୍ୟବାସୀଙ୍କ ପାଇଁ ସେବା ଜାରି ରଖିବି: ନବୀନ ପଟ୍ଟନାୟକ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଆଜି ନବୀନ ନିବାସରେ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ କହିଛନ୍ତି, ନିର୍ବାଚନରେ ହାରିବା ଜିତିବା ଲାଗି ରୁହେ। ବିଜେଡ଼ିକୁ ମିଳିିଥିବା ଜନାଦେଶ ପାଇଁ ରାଜ୍ୟବାସୀଙ୍କୁ ନବୀନ କୃତଜ୍ଞତା ଜଣାଇଛନ୍ତି। ବାରମ୍ବାର ମୋତେ ମୁଖ୍ୟମନ୍ତ୍ରୀ ବାଛିଥିବାରୁ ଧନ୍ୟବାଦ୍ ଜଣାଇଛନ୍ତି। ସାଢେ ୪ କୋଟି ଓଡ଼ିଶାବାସୀ ମୋର ପରିବାର। ଏହାସହ ନିଜର ସ୍ବାସ୍ଥ୍ୟାବସ୍ଥା ଭଲ ଥିବା କହିଥିଲେ ନବୀନ। ସରକାରରେ ଥାଏ କି ନ ଥାଏ, ଆଗକୁ ମଧ୍ୟ ଓଡ଼ିଶାବାସୀଙ୍କ ସେବା ଜାରି ରଖିବି ବୋଲି ନବୀନ କହିଛନ୍ତି। କାର୍ତ୍ତିକ ପାଣ୍ଡିଆନକୁ ନେଇ ସମାଲୋଚନା ଦୁର୍ଭାଗ୍ୟଜନକ ବୋଲି ନବୀନ କହିଛନ୍ତି। ନିଷ୍ଠାପର ସହ କାମ କରୁଥିବା ବ୍ୟକ୍ତିକୁ ସମାଲୋଚନା ଦୁର୍ଭାଗ୍ୟଜନକ। ଅଫିସର ଭାବେ କାମ କରି ଅବସର ନେଇ ବିଜେଡିରେ ମିଶିଥିଲେ। ସେ କୌଣସି ପଦ ପଦବୀରେ ନାହାନ୍ତି, ନିର୍ବାଚନ ଲଢ଼ି ନାହାନ୍ତି। ପାଣ୍ଡିଆନ ଭଲ କାମ କରିଛନ୍ତି। ପାଣ୍ଡିଆନ ମୋର ଉତ୍ତରାଧିକାରୀ ନୁହଁନ୍ତି, ମୋ ଉତ୍ତରାଧିକାରୀ ଓଡ଼ିଶାବାସୀ ବାଛିବେ ବୋଲି ନବୀନ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.9 ° C
    25.9 °
    25.9 °
    57 %
    0.6kmh
    100 %
    Thu
    37 °
    Fri
    37 °
    Sat
    38 °
    Sun
    41 °
    Mon
    42 °

    ସମ୍ବନ୍ଧିତ