Friday, September 25, 2026
24.2 C
Odisha

    ପୁତୁରାର ତାଳକଟା କାତିରେ ଗଲା ଦାଦାର ଜୀବନ

    ଆଗକୁ ପଢନ୍ତୁ

    କାଲିମେଳା: ଏମଭି ୭୯ ଥାନା ଅନ୍ତର୍ଗତ ଇପିଗୁଡା ଗ୍ରାମରେ ଆଜି ସକାଳୁ ସକାଳୁ ଘଟିଯାଇଛି ଏକ ଜଘନ୍ୟ ହତ୍ୟାକାଣ୍ଡ। ପୁତୁରାର ତାଳକଟା କାତିରେ ଚାଲିଯାଇଛି ଦାଦାର ଜୀବନ। ଦାଦା ମୁକା ପଡିଆମୀର ଗଣ୍ଡିରୁ ମୁଣ୍ଡକୁ ଅଲଗା କରିଦେଇଛି ପୁତୁରା ରାମା ପଡିଆମୀ। ଆଜି ସକାଳୁ ସକାଳୁ ଘଟିଯାଇଛି ଏହି ଲୋମଟାଙ୍କୁରା ହତ୍ୟାକାଣ୍ଡ। ଶରୀର ଠାରୁ ୧୫ ଫୁଟ ଦୂରରେ ପଡ଼ିଛି କଟା ମୁଣ୍ଡ। ଗାଁ ଦାଣ୍ଡ ରେ ପଡ଼ିରହିଛି ଶବ।

    ହତ୍ୟାକାରୀ ପୁତୁରା ରାମା ପଡିଆମୀ ହତ୍ୟା କରି ଘରେ ଲୁଚି ରହିଥିବାର ଖବର ମିଳିଛି।ଏବେ ସୁଦ୍ଧା ଘଟଣାସ୍ଥଳରେ ପୁଲିସ ପହଞ୍ଚି ନଥିବାର ଦେଖିବାକୁ ମିଳିଛି। ତେବେ କେଉଁ କାରଣରୁ ପୁତୁରା ରାମା ପଡିଆମୀ ନିଜ ଦାଦାକୁ ହତ୍ୟା କଲା ତାହା ଜଣା ପଡ଼ିନାହିଁ। ହତ୍ୟାକାଣ୍ଡ ଯୋଗୁଁ ଗାଁରେ କୋକୁଆ ଭୟ ଖେଳିଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    24.2 ° C
    24.2 °
    24.2 °
    96 %
    5.3kmh
    100 %
    Thu
    24 °
    Fri
    28 °
    Sat
    31 °
    Sun
    30 °
    Mon
    30 °

    ସମ୍ବନ୍ଧିତ