Thursday, October 15, 2026
21.9 C
Odisha

    ଜାମସେଦପୁରରେ ଭୟଙ୍କର ସଡ଼କ ଦୁର୍ଘଟଣା, କ୍ୟାବିନେଟ ମନ୍ତ୍ରୀଙ୍କ ଝିଅ ସମେତ ୪ ମୃତ

    ଆଗକୁ ପଢନ୍ତୁ

    ଜାମସେଦପୁର : ଝାଡ଼ଖଣ୍ଡର ଜାମସେଦପୁର ଦୋମୁହାନୀ ଅଞ୍ଚଳରେ ଭୟାବହ ସଡ଼କ ଦୁର୍ଘଟଣା ଘଟିଛି । ଏକ କାରକୁ ଟ୍ରକ ଜୋରଦାର ଧକ୍କା ଦେବାରୁ ୪ ଜଣଙ୍କ ଜୀବନ ଚାଲିଯାଇଛି । ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଝାଡ଼ଖଣ୍ଡ ସରକାରଙ୍କ ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ ମନ୍ତ୍ରୀ ଦୀପିକା ପାଣ୍ଡେୟ ସିଂହଙ୍କ ଝିଅଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ଘଟିଛି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, କାରର ଉପର ସଂପୂର୍ଣ୍ଣ ଭାବେ ଉଡ଼ିଯାଇଥିଲା ।

    ଖବର ମୁତାବକ, ଆଜି ଭୋର ପ୍ରାୟ ୨ଟା ୩୦ରୁ ୩ଟା ମଧ୍ୟରେ ସୋନାରୀ ଥାନା ଅଞ୍ଚଳର ମେରାଇନ୍ ଡ୍ରାଇଭରେ ରାସ୍ତା କଡ଼ରେ ପୂର୍ବରୁ ଖରାପ ହୋଇ ଠିଆ ହୋଇଥିବା ଏକ ଟ୍ରେଲର୍ ପଛରେ ଏକ ଦ୍ରୁତଗତି କାର୍ ନିୟନ୍ତ୍ରଣ ହରାଇ ଧକ୍କା ଦେଇଥିବା ଜଣାପଡ଼ିଛି । ଦୁର୍ଘଟଣାରେ କାରର ସାମ୍ନା ଭାଗ ସମ୍ପୂର୍ଣ୍ଣ ଚୁରମାର ହୋଇ ଟ୍ରେଲର୍ ପଛରେ ଫସିଯାଇଥିଲା । କାର୍ ଭିତରେ ଥିବା ୪ ଜଣଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ଉଦ୍ଧାରକାରୀ ଦଳ ଗ୍ୟାସ୍ କଟର୍ ବ୍ୟବହାର କରି କାର୍ କାଟି ମୃତଦେହଗୁଡ଼ିକୁ ବାହାର କରିଥିଲେ ।

    ତେବେ ମୃତକଙ୍କ ମଧ୍ୟରେ ଦୀପିକା ପାଣ୍ଡେୟ ସିଂହଙ୍କ ଝିଅ ତୃଷା ସିଂହଙ୍କ ସହ ସାର୍ଥକ ଅଗ୍ରୱାଲ, ନମନ ଗୁପ୍ତା ଏବଂ ବଂଶିକା ଖଣ୍ଡେଲୱାଲ ରହିଛନ୍ତି । ମୃତକଙ୍କ ପରିବାରକୁ ପୋଲିସ ଘଟଣା ସମ୍ପର୍କରେ ସୂଚନା ଦେଇଛି । ଟ୍ରେଲରଟି ବୁଧବାର ରାତି ପ୍ରାୟ ୧୦ଟାରୁ ଖରାପ ହୋଇ ରାସ୍ତାକଡ଼ରେ ଠିଆ ହୋଇଥିଲା । ଭୋର ସମୟରେ ଦ୍ରୁତଗତିରେ ଆସୁଥିବା କାର୍ଟି ନିୟନ୍ତ୍ରଣ ହରାଇ ଟ୍ରେଲର୍ ପଛରେ ଧକ୍କା ଦେଇଥିଲା । ଦୁର୍ଘଟଣାର ପ୍ରକୃତ କାରଣ ଏବଂ କାର୍ର ଗତି ସମ୍ପର୍କରେ ପୋଲିସ ତଦନ୍ତ କରୁଛି ।

    ଜାମସେଦପୁର ଦୁର୍ଘଟଣାକୁ ନେଇ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଶୋକ ପ୍ରକାଶ କରିଛନ୍ତି । ସେ ସୋସିଆଲ୍ ମିଡିଆରେ ମନ୍ତ୍ରୀ ଦୀପିକା ପାଣ୍ଡେୟ ସିଂହଙ୍କ ଝିଅ ଏବଂ ଅନ୍ୟ ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି । ନିଜ ସନ୍ତାନକୁ ହରାଇବାର ଦୁଃଖ ଯେକୌଣସି ମାତାପିତାଙ୍କ ପାଇଁ ଅସହନୀୟ, ମୋର ସମବେଦନା ଶୋକସନ୍ତପ୍ତ ପରିବାରଗୁଡ଼ିକ ସହ ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    21.9 ° C
    21.9 °
    21.9 °
    95 %
    1.1kmh
    11 %
    Wed
    22 °
    Thu
    29 °
    Fri
    29 °
    Sat
    30 °
    Sun
    31 °

    ସମ୍ବନ୍ଧିତ