Wednesday, March 18, 2026
22.7 C
Odisha

    ସଲମାନ୍ ଖାନଙ୍କୁ ନୂଆ ଧମକ: ‘୫ କୋଟି ନଦେଲେ ସିଦ୍ଦିକିଙ୍କ ଦଶା ଭୋଗିବ’

    ଆଗକୁ ପଢନ୍ତୁ

    ମୁମ୍ବାଇ: ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଜଣେ ସଦସ୍ୟ ମୁମ୍ବାଇ ଟ୍ରାଫିକ ପୁଲିସକୁ ଏକ ଧମକପୂର୍ଣ୍ଣ ବାର୍ତ୍ତା ପଠାଇ ଅଭିନେତା ସଲମାନ ଖାନ୍‌ଙ୍କଠାରୁ ୫ କୋଟି ଟଙ୍କା ଦାବି କରିଛି। ଯଦି ସଲମାନ ଟଙ୍କା ଦେବାରେ ବିଫଳ ହୁଅନ୍ତି, ତେବେ ତାଙ୍କ ଦଶା ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକିଙ୍କଠାରୁ ଅଧିକ ଖରାପ ହେବ ବୋଲି ଏହି ମେସେଜରେ ଚେତାବନୀ ଦିଆଯାଇଛି। ଅକ୍ଟୋବର ୧୨ରେ ମୁମ୍ବାଇର ବାନ୍ଦ୍ରାରେ ସଲମାନ ଖାନଙ୍କ ଘନିଷ୍ଠ ବନ୍ଧୁ ଏନ୍‌ସିପି ନେତା ସିଦ୍ଦିକି (୬୬)ଙ୍କୁ ତାଙ୍କ ବିଧାୟକ ପୁଅ ଜିଷାନ ସିଦ୍ଦିକିଙ୍କ କାର୍ଯ୍ୟାଳୟ ବାହାରେ ଗୁଳି କରି ହତ୍ୟା କରାଯାଇଥିଲା। ପୁଲିସ ଏପର୍ଯ୍ୟନ୍ତ ୪ ଜଣଙ୍କୁ ଗିରଫ କରିଛି। ମୁଖ୍ୟ ଷଡ଼ଯନ୍ତ୍ରକାରୀ ବୋଲି ସନ୍ଦେହ କରାଯାଉଥିବା ଶୁଭମ୍ ଲୋନକର ସୋସିଆଲ ମିଡିଆରେ ଲେଖିଛି ଯେ ସିଦ୍ଦିକିଙ୍କ ହତ୍ୟା ପଛରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ହାତ ରହିଛି।
    ଗତ କିଛି ମାସ ହେବ ସଲମାନଙ୍କୁ ବାରମ୍ବାର ବିଷ୍ଣୋଇ ଗ୍ୟାଙ୍ଗର ଧମକ ମିଳିଛି। ଏପ୍ରିଲ ୧୪ରେ ବାନ୍ଦ୍ରାସ୍ଥିତ ଅଭିନେତାଙ୍କ ବାସଭବନ ବାହାରେ ଦୁଇ ଜଣ ବନ୍ଧୁକଧାରୀ ୫ ରାଉଣ୍ଡ ଗୁଳି ଚଳାଇବାର କିଛି ମାସ ପରେ ବାବା ସିଦ୍ଦିକିଙ୍କୁ ହତ୍ୟା କରାଯାଇଥିଲା। ବିବାଦର କେନ୍ଦ୍ରବିନ୍ଦୁ ହେଉଛି ୧୯୯୮ ମସିହାରେ ସଲମାନଙ୍କ ଦ୍ୱାରା ଦୁଇଟି କୃଷ୍ଣସାର ମୃଗ ଶିକାର କରିବା। ମାମଲା ଅଦାଲତରେ ଥିଲେ ମଧ୍ୟ କଳାହରିଣକୁ ପବିତ୍ର ବୋଲି ମାନୁଥିବା ସମ୍ପ୍ରଦାୟର ଲରେନ୍ସ ବିଷ୍ଣୋଇ ଅଭିନେତାଙ୍କ ବିରୋଧରେ ପ୍ରତିଶୋଧ ନେବାକୁ ଶପଥ ନେଇଥିଲେ। ଜେଲରେ ଥିବା ସତ୍ତ୍ୱେ ବିଷ୍ଣୋଇ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ସମେତ ଅନେକ ହାଇପ୍ରୋଫାଇଲ ବ୍ୟକ୍ତିଙ୍କୁ ତା’ର ବିଶାଳ ନେଟୱାର୍କ ଜରିଆରେ ହତ୍ୟା କରିବାରେ ସଫଳ ହୋଇଛି। ଏହି ଘଟଣାକ୍ରମରେ ସଲମାନଙ୍କୁ ୱାଇ ପ୍ଲସ୍‌ ସୁରକ୍ଷା ପ୍ରଦାନ କରାଯାଇଛି ଏବଂ ତାଙ୍କର ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    22.7 ° C
    22.7 °
    22.7 °
    51 %
    0.8kmh
    100 %
    Wed
    35 °
    Thu
    32 °
    Fri
    35 °
    Sat
    35 °
    Sun
    36 °

    ସମ୍ବନ୍ଧିତ