Wednesday, March 18, 2026
31.9 C
Odisha

    କଳିଙ୍ଗରେ ସ୍ୱର୍ଣ୍ଣ ଜିତିଲେ ସୁନା ପୁଅ ନୀରଜ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଜାତୀୟ ଫେଡେରେସନ କପ୍‌ ବରିଷ୍ଠ ଦୌଡ଼କୁଦ ପ୍ରତିଯୋଗିତାର ୨୭ତମ ସଂସ୍କରଣର ଶେଷ ଦିନରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ଜାଭେଲିନ ତାରକା ନୀରଜ ଚୋପ୍ରା। ଜାତୀୟ ସିନିୟର ଫେଡେରେସନ କପ୍ ଆଥଲେଟିକ୍ସ ଚାମ୍ପିଅନସିପରେ ଅଲିମ୍ପିକ ଓ ଏସିଆନ ଗେମ୍ସ ଚାମ୍ପିଅନ ନୀରଜ ଚୋପ୍ରା ଜାଭେଲିନ ସ୍ୱର୍ଣ୍ଣ ଜିତିଛନ୍ତି। ନୀରଜ ୮୨ ଦଶମିକ ୨୭ ମିଟର ଦୂରତାକୁ ଜାଭେଲିନ ଫିଙ୍ଗିଥିଲେ, ଯାହା କି ପ୍ରଥମ ସ୍ଥାନ ହାସଲ ପାଇଁ ଯଥେଷ୍ଟ ଥିଲା। ନୀରଜ ଚୋପ୍ରା ସ୍ୱର୍ଣ୍ଣ ପଦକ ଜିତିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଶୁଭେଚ୍ଛା ଜଣାଇଛନ୍ତି। ନୀରଜ ତାଙ୍କ ଖେଳ କ୍ୟାରିୟରରେ ବଡ଼ ବଡ଼ ମାଇଲଖୁଣ୍ଟ ହାସଲ କରି ଦେଶକୁ ଗର୍ବିତ କରନ୍ତୁ। ତାଙ୍କର ଭବିଷ୍ୟତ ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    31.9 ° C
    31.9 °
    31.9 °
    29 %
    1.6kmh
    100 %
    Wed
    35 °
    Thu
    32 °
    Fri
    35 °
    Sat
    35 °
    Sun
    36 °

    ସମ୍ବନ୍ଧିତ