Tuesday, September 22, 2026
24 C
Odisha

    ବାହାଘରରେ ସୁନାର ଶାଢ଼ି ପିନ୍ଧିବେ ନୀତା ଅମ୍ବାନୀ, ନିମନ୍ତ୍ରଣପତ୍ରରେ ଲାଗିଛି ସୁନା-ରୁପା

    ଆଗକୁ ପଢନ୍ତୁ

    ୧୨ରେ ଅନୁଷ୍ଠିତ ହେଉଛି ଶିଳ୍ପପତି ମୁକେଶ ଅମ୍ବାନୀ-ନୀତା ଅମ୍ବାନୀଙ୍କ ସାନ ପୁଅ ଅନନ୍ତଙ୍କ ବାହାଘର। ଅନନ୍ତ-ରାଧିକାଙ୍କ ପ୍ରି-ୱେଡିଂ (ପ୍ରାକ ବିବାହ ଉତ୍ସବ)କୁ ନେଇ ଚର୍ଚ୍ଚା ଲାଗି ରହିଛି। ଏହାପୂର୍ବରୁ ତିନି ଦିନ ଧରି ଚାଲିବ ପ୍ରାକ୍‍ ବିବାହ ଉତ୍ସବ। ଗୁଜରାଟର ଜାମନଗରରେ ତିନି ଦିନର ପ୍ରିୱେଡିଂ ପରେ ଲଣ୍ଡନରେ କ୍ରୁଜ୍ ପାର୍ଟି ଆଉ ଏବେ ଉଭୟଙ୍କ ଗ୍ରାଣ୍ଡ ୱେଡିଂ ପାଇଁ ଚାଲିଛି ପ୍ରସ୍ତୁତି। ଏହି ବିବାହ ଉତ୍ସବରେ ସୁନାର ଶାଢି ପିନ୍ଧିବେ ନୀତା ଅମ୍ବାନୀ। ଏହା ମଧ୍ୟରେ ରିଲାଏନ୍ସ ଗ୍ରୁପର ଅଧ୍ୟକ୍ଷା ନୀତା ଅମ୍ବାନୀ କାଶୀ ବିଶ୍ୱନାଥ ମନ୍ଦିର ଯାଇ ଠାକୁରଙ୍କୁ ନିମନ୍ତ୍ରଣପତ୍ର ଦେଇ ଆଶୀର୍ବାଦ ନେଇଛନ୍ତି। ସେଠାରେ ନୀତା କିଛି କାରିଗରଙ୍କୁ ଭେଟି ଏକ ସ୍ୱତନ୍ତ୍ର ଶାଢି ତିଆରି କରିବାକୁ ବରାଦ ଦେଇଛନ୍ତି। ଏହି ଶାଢି ତିଆରି ୪ ମାସ ହେବ ଚାଲିଛି।

    ଏହାସହିତ ରାମନଗରର ବିଭିନ୍ନ ବୁଣାକାରଙ୍କୁ ବାହାଘର ପାଇଁ ପାଖାପାଖି ୧୦୦ରୁ ଅଧିକ ଶାଢି ଅର୍ଡର ଦିଆଯାଇଛି। ଏବେ ରାଧିକା ଓ ଅନନ୍ତଙ୍କ ବିବାହର ନିମନ୍ତ୍ରଣପତ୍ରକୁ ନେଇ ବେଶୀ ଚର୍ଚ୍ଚା। କାର୍ଡକୁ ଦେଖିଲେ ଆଖି ଲାଖିଯିବ। ଏଥିରେ ଇଥିବା କାରୁକାର୍ଯ୍ୟ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରୁଛି। ନିମନ୍ତ୍ରଣପତ୍ରରେ ରୁପାର ଏକ ସୁନ୍ଦର ମନ୍ଦିର ରହିଛି। ନିମନ୍ତ୍ରଣପତ୍ରକୁ ଖୋଲିବା ମାତ୍ରେ ଭଜନ ବାଜୁଛି। ମନ୍ଦିରରେ ରୁପାର ସୂକ୍ଷ୍ମ କାରୁକାର୍ଯ୍ୟ ସହ ଏଥିରେ ପ୍ରଭୁ ଗଣେଶ, ରାଧାକୃଷ୍ଣ ଏବଂ ମା ଦୁର୍ଗାଙ୍କ ସୁନାରେ ନିର୍ମିତ ପ୍ରତିମୂର୍ତ୍ତି ସ୍ଥାନ ପାଇଛି। ଏଥିରେ ଅନ୍ୟ ଦେବଦେବୀଙ୍କ ଫଟୋଚିତ୍ର, ବିବାହର ତାରିଖ ଏବଂ ଉତ୍ତରୀୟ ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    24 ° C
    24 °
    24 °
    98 %
    1.7kmh
    100 %
    Tue
    24 °
    Wed
    26 °
    Thu
    28 °
    Fri
    29 °
    Sat
    28 °

    ସମ୍ବନ୍ଧିତ