Tuesday, February 25, 2025
24.2 C
Odisha

    ଦିଲ୍ଲୀ ପରେ ବିଜେପିର ବିହାର ଦଖଲ ଯୋଜନା: ନିର୍ବାଚନ ଆଗରୁ ନଡ୍ଡା-ନୀତୀଶ ଭେଟଘାଟ

    ଆଗକୁ ପଢନ୍ତୁ

    ପାଟନା: ବିହାର ନିର୍ବାଚନକୁ ନେଇ ଜୋରଦାର ଚର୍ଚ୍ଚା । ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହୋଇନି କି ଏନେଇ କୌଣସି ଦଳ ପକ୍ଷରୁ ପ୍ରଚାର ବି ଆରମ୍ଭ ହୋଇନି । ହେଲେ ଏବେଠୁ ସରଗରମ ହେଲାଣି ରାଜନୀତି । ଗତ ୨ ମାସ ହେଲାଣି ଚର୍ଚ୍ଚା ହେଉଛି କି, ନୀତୀଶ କୁମାର ଏନଡିଏ ମେଣ୍ଟ ଛାଡ଼ି ଇଣ୍ଡି ମେଣ୍ଟରେ ଯୋଗ ଦେବେ । ବିଧାନସଭା ନିର୍ବାଚନ ଲଢିବେ । ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଥିଲା ଯେତେବେଳେ ଦିଲ୍ଲୀରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଦେହାନ୍ତ ସମୟରେ ନୀତିଶ ଦିଲ୍ଲୀ ଯାଇଥିଲେ ହେଲେ ବିଜେପି ନେତାଙ୍କ ସହ ଆଦୌ କଥା ହୋଇନଥିଲେ କିନ୍ତୁ କଂଗ୍ରେସ ନେତାଙ୍କ ସହ ଆଲୋଚନା କରିଥିଲେ । ଏହାରି ଭିତରେ ଗୃହମନ୍ତ୍ରୀ ଅମିତ୍‌ ଶାହ ବିହାର ଗସ୍ତରେ ଯାଇଥିଲେ । ଏବେ କିନ୍ତୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ନୀତୀଶ ଭେଟିବା ପରେ ଚର୍ଚ୍ଚା ଜୋର ଧରିଛି । ନିର୍ବାଚନ ଯେତିକି ଯେତିକି ପାଖେଇ ଆସୁଛି, ବିହାର ରାଜନୀତିକୁ ନେଇ ଚର୍ଚ୍ଚା ଜୋର ଧରିଛି । ଗତକାଲି ଖୋଦ ପିଏମ ମଧ୍ୟ ବିହାର ଗସ୍ତରେ ଯାଇ ସେଠାରୁ ପୁରା ଦେଶକୁ ପିଏମ କିଷାନର ୧୯ ତମ କିସ୍ତି ପଠାଇଥିଲେ । ଏଥିରୁ ଗୋଟିଏ କଥା ସ୍ପଷ୍ଟ ହୋଇଥିଲା କି ମୋଦୀଙ୍କ ଫୋକସରେ ବିହାର । ଆଉ ଆଜି ପୁଣି ଥରେ କେନ୍ଦ୍ରମନ୍ତ୍ରୀ ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ବିହାର ଗସ୍ତରେ ଅଛନ୍ତି । ଗସ୍ତ ସମୟରେ ନେତା ଓ କର୍ମୀଙ୍କୁ ଭେଟିଛନ୍ତି । ଖାଲି ଏତିକି ନୁହେଁ ବରଂ କେମିତି ଆଗାମୀ ଦିନରେ ବିହାରରେ ବିଜେପି କ୍ଷମତାକୁ ଆସିବେ ସେନେଇ ପ୍ଲାନ ବି କରିଥିବା କୁହାଯାଉଛି ।

    ନଡ୍ଡାଙ୍କ ବିହାର ଗସ୍ତ ସମୟରେ ହଠାତ୍‌ ତାଙ୍କୁ ଭେଟିବାକୁ ପହଞ୍ଚିଥିଲେ ନୀତୀଶ କୁମାର । କେବଳ ନୀତୀଶ କୁମାର ନୁହେଁ ବରଂ ତାଙ୍କ ସହ ମନ୍ତ୍ରୀମାନେ ମଧ୍ୟ ନଡ୍ଡାଙ୍କ ସହ ସାକ୍ଷାତ କରିଛନ୍ତି । ବନ୍ଦ ଘରେ ହୋଇଥିବା ବୈଠକରେ ଅନେକ ପ୍ରସଙ୍ଗରେ ଆଲୋଚନା ହୋଇଛି । ଆଉ ଏହି ଆଲୋଚନା ବଡ଼ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଉଛି ।

    କାରଣ ନିର୍ବାଚନକୁ ହାତରେ କମ୍‌ ସମୟ ଥିବା ବେଳେ ମୋଦୀ ଓ ନଡ୍ଡା ନୀତୀଶଙ୍କୁ କି ପ୍ରକାର ରାଜନୈତିକ ଟ୍ୟୁସନ କଲେ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଗୁରୁତ୍ବପୂର୍ଣ୍ଣ କଥା ହେଲା, ଏହି ବୈଠକରେ ଗୋଟିଏ ସୋଫା ଉପରେ ଦୁଇ ନେତା ଏକା ସାଙ୍ଗରେ ବସିଥିଲେ । ତେଣୁ କୁହାଯାଇପାରେ ଉଭୟ ଏହା ବାର୍ତ୍ତା ଦେବାକୁ ଚାହୁଁଥିଲେ କି, ଆମ ଭିତରେ ସବୁକିଛି ଠିକ୍‌ଠାକ୍‌ ଚାଲିଛି ।

    ବିହାରରେ ହେବ କି ଆଗୁଆ ନିର୍ବାଚନ ?

    ସୂତ୍ର ଅନୁସାରେ, ବିହାରରେ ଆଗୁଆ ନିର୍ବାଚନ ହେବା ନେଇ ନୀତୀଶ ସରକାର ପ୍ରସ୍ତୁତ ହେଉଛନ୍ତି । କାରଣ ହରିୟାଣା, ମହାରାଷ୍ଟ୍ର ଓ ଦିଲ୍ଲୀରେ ହୋଇଥିବା ନିର୍ବାଚନରେ ବିଜେପିକୁ ସଫଳତା ମିଳିବା ସହିତ ବଜେଟରେ ବିହାରକୁ ଫୋକସରେ ରଖିଥିଲେ କେନ୍ଦ୍ର ସରକାର । ଖାଲି ଏତିକି ନୁହେଁ ମୋଦୀଙ୍କ ଗସ୍ତ ବେଳେ ଅନେକ ଘୋଷଣା ବି ହୋଇଥିଲା । ତେଣୁ ଆଗୁଆ ନିର୍ବାଚନ କଲେ ବିଜେପି ସପକ୍ଷରେ ନିର୍ବାଚନ ଯିବ ବୋଲି କୁହାଯାଉଛି । ବୋଧହୁଏ ସେଇଥି ଲାଗି ଆଗୁଆ ନିର୍ବାଚନ ଲାଗି ପାଗ ଭିଡ଼ା ଯାଉଥିବା କୁହାଯାଉଛି । ଅବଶ୍ୟ ଏନେଇ ବିହାର ସରକାର କୌଣସି ପ୍ରତିକ୍ରିୟା ରଖିନାହାନ୍ତି, ହେଲେ ଚର୍ଚ୍ଚା କିନ୍ତୁ ବଢୁଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.2 ° C
    24.2 °
    24.2 °
    24 %
    1.5kmh
    0 %
    Tue
    27 °
    Wed
    34 °
    Thu
    34 °
    Fri
    38 °
    Sat
    39 °

    ସମ୍ବନ୍ଧିତ