Monday, June 2, 2025
30.6 C
Odisha

ଆସନ୍ତା ୨୮ରେ ପୁଣିଥରେ ନେଇପାରନ୍ତି ମୁଖ୍ୟମନ୍ତ୍ରୀ ଭାବେ ଶପଥ, ଲୋକସଭା ନିର୍ବାଚନ ସହ ହୋଇପାରେ ବିଧାନସଭା ନିର୍ବାଚନ

ଆଗକୁ ପଢନ୍ତୁ

ବିହାର ରାଜନୀତିରେ ବଡ ଧରଣର ଓଲଟପାଲଟ ହୋଇପାରେ । ଭାଙ୍ଗିପାରେ ଜେଡିୟୁ-ଆରଜେଡି ମେଣ୍ଟ ସରକାର । ଆରଜେଡିକୁ ବାଏ ବାଏ କରି ବିଜେପି ସହ ମିଶି ସରକାର ଗଠନ କରିପାରନ୍ତି ନୀତିଶ କୁମାର । ଏନେଇ ଜାତୀୟ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା ହେଉଛି । ଆସନ୍ତା ୨୮ ଜାନୁଆରୀରେ ନୀତିଶ କୁମାର ୯ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି । ସେହିଭଳି ସୁଶୀଳ ମୋଦି ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ।ବିହାର ରାଜନୀତିରେ ହଲଚଲ ଭିତରେ ଜେଡିୟୁ ନିଜର ସମସ୍ତ ବିଧାୟକଙ୍କୁ ପାଟନାରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦେଇଛି । ଏପରିକି ସମସ୍ତ ଦଳୀୟ କାର୍ଯ୍ୟକ୍ରମକୁ ମଧ୍ୟ ରଦ୍ଦ କରାଯାଇଛି । ଆସନ୍ତା ୨୮ ତାରିଖରେ ପାଟନାରେ ମହାରାଣା ପ୍ରତାପ ରାଲି ହେବାକୁ ସ୍ଥିର ହୋଇଥିଲା ଯାହାକୁ ଜେଡିୟୁ ପକ୍ଷରୁ ରଦ୍ଦ କରାଯାଇଛି । ଅନ୍ୟପଟେ ବିହାର ବିଜେପିର ନେତା ଦଳର ଶୀର୍ଷ ନେତୃତ୍ୱଙ୍କ ସହ ଲଗାତାର ସମ୍ପର୍କରେ ରହିଛନ୍ତି । ଏପରିକି ସହଯୋଗୀ ଦଳ ସହ ମଧ୍ୟ ଦିଲ୍ଲୀରୁ ଆଲୋଚନା ଜାରି ରହିଥିବା ସୂଚନା ମିଳୁଛି ।ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ନୀତିଶ କୁମାର ଓ ବିଜେପି ମଧ୍ୟ ଡିଲ୍ ଫାଇନାଲ ହୋଇଛି । ପୁଣିଥରେ ନୀତିଶଙ୍କୁ ଏନଡିଏରେ ସାମିଲ କରିବାକୁ ବିଜେପି ରାଜି ହୋଇଛି । ଆସନ୍ତା ଲୋକସଭା ନିର୍ବାଚନ ପର୍ଯ୍ୟନ୍ତ ନୀତିଶ ମୁଖ୍ୟମନ୍ତ୍ରୀ ରହିପାରନ୍ତି । ଲୋକସଭା ନିର୍ବାଚନ ସହ ବିହାର ବିଧାନସଭା ନିର୍ବାଚନ ହୋଇପାରେ ।

ଅନ୍ୟାନ୍ୟ ଖବର

ପାଣିପାଗ

Odisha
broken clouds
30.6 ° C
30.6 °
30.6 °
48 %
2kmh
65 %
Mon
30 °
Tue
36 °
Wed
38 °
Thu
39 °
Fri
40 °

ସମ୍ବନ୍ଧିତ