Sunday, March 22, 2026
32.5 C
Odisha

    ରାହୁଲ ଗାନ୍ଧିଙ୍କ ‘ମିସ୍ ଇଣ୍ଡିଆ’ ବୟାନ୍, ‘ବାଳକ ବୁଦ୍ଧି’ କହି କଟାକ୍ଷ କଲେ କିରଣ ରିଜିଜୁ

    ଆଗକୁ ପଢନ୍ତୁ

    ମିସ୍ ଇଣ୍ଡିଆ କି ଗଣମାଧ୍ୟମର ଟପ୍ ଆଙ୍କର୍ ତାଲିକାରେ ଦଳିତ, ଆଦିବାସୀ କି ଓବିସି ବର୍ଗର ମହିଳା ନାହାନ୍ତି।” ରାହୁଲ ଗାନ୍ଧିଙ୍କ ଏପରି ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ସଂଖ୍ୟାଲଘୁ ମନ୍ତ୍ରୀ କିରଣ ରିଜିଜୁ। ଏହା ସାସଂଦ (ରାହୁଲ ଗାନ୍ଧି)ଙ୍କ ବାଳକ ବୁଦ୍ଧି କହି କଟାକ୍ଷ କରିଛନ୍ତି ରିଜିଜୁ।

    ଉଲ୍ଲେଖଯୋଗ୍ୟ, ଜାତିଗତ ଜନଗଣନା ଦାବିରେ ଉତ୍ତର ପ୍ରଦେଶର ପ୍ରୟାଗରାଜରେ ସମ୍ବିଧାନ ସାମ୍ମାନ ସମ୍ମିଳନୀ ଆୟୋଜନା ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଯୋଗଦେଇ ରାହୁଲ ଗାନ୍ଧି କହିଥିଲେ, “90 ପ୍ରତିଶତ ଲୋକ(ଏସସି, ଏସଟି ଓ ଓବିସି)ଙ୍କ ଅଂଶଗ୍ରହଣ ବିନା ଭାରତ ଭଲ ପ୍ରଦର୍ଶନ କରିପାରିବ ନାହିଁ।”

    ମୁଁ ମିସ୍ ଇଣ୍ଡିଆର ତାଲିକା ଯାଞ୍ଚ କରିସାରିଛି, ଯେଉଁଥିରେ କୌଣସି ଦଳିତ, ଆଦିବାସୀ କି ଓବିସି ମହିଳା ନଥିଲେ। ଏପରିକି ଗଣମାଧ୍ୟମର ଟପ୍ ଆଙ୍କର୍ ମଧ୍ୟ 90 ପ୍ରତିଶତ ସମ୍ପ୍ରଦାୟରୁ ଆସୁ ନାହାନ୍ତି। ବଲିଉଡ ଏବଂ କ୍ରିକେଟରେ ମଧ୍ୟ ସମାନ ଅବସ୍ଥା ବୋଲି ରାହୁଲ ଗାନ୍ଧି କହିଥିଲେ।

    ସେ ଆହୁରି କହିଛନ୍ତି, “ମୁଁ ଏତିକି କହୁଛି ଏସବୁ କ୍ଷେତ୍ରରେ 90% ଲୋକଙ୍କର କୌଣସି ଭାଗିଦାରୀ ନଥିଲା ଏବଂ ଏହାକୁ ଯାଞ୍ଚ କରାଯିବା ଉଚିତ।ଆମେ ଜାଣିବାକୁ ଚାହୁଁଛୁ ଯେ, କର୍ପୋରେଟ୍, ବଲିଉଡ, ମିସ୍ ଇଣ୍ଡିଆରେ 90 ପ୍ରତିଶତରୁ କେତେ ଲୋକ ଅଛନ୍ତି।”ରାହୁଲ ଗାନ୍ଧିଙ୍କ ଏପରି ମନ୍ତବ୍ୟରେ କଡା ସମାଲୋଚନା କରିଛନ୍ତି କେନ୍ଦ୍ର ସଂଖ୍ୟାଲଘୁ ମନ୍ତ୍ରୀ ତଥା ଅରୁଣାଚଳ ପ୍ରଦେଶ ସାଂସଦ କିରଣ ରିଜୁଜୁ। ସେ କହିଛନ୍ତି, “କଂଗ୍ରେସ ନେତା (ରାହୁଲ ଗାନ୍ଧିଙ୍କୁ) ଫ୍ୟାକ୍ଟ ଚେକ୍ କରିବା ଉଚିତ – ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ହେଉଛନ୍ତି ଦେଶର ପ୍ରଥମ ରାଷ୍ଟ୍ରପତି, ଯିଏ ଆଦିବାସୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ OBC ବର୍ଗର। ରେକର୍ଡ ସଂଖ୍ୟକ କ୍ୟାବିନେଟ୍ ମନ୍ତ୍ରୀ ଅଛନ୍ତି, ଯେଉଁମାନେ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ସମ୍ପ୍ରଦାୟରୁ ଆସନ୍ତି।”

    ସେ (ରାହୁଲ ଗାନ୍ଧି) ବର୍ତ୍ତମାନ ମିସ୍ ଇଣ୍ଡିଆ ପ୍ରତିଯୋଗିତା, ଚଳଚ୍ଚିତ୍ର, କ୍ରୀଡାରେ ସଂରକ୍ଷଣ ଚାହୁଁଛନ୍ତି! ଏହା କେବଳ ‘ବାଳକ ବୁଦ୍ଧି’ର ପ୍ରସଙ୍ଗ ନୁହେଁ, ଯେଉଁମାନେ ତାଙ୍କୁ ଉତ୍ସାହିତ କରୁଛନ୍ତି ସେମାନେ ମଧ୍ୟ ସମାନ ଭାବରେ ଦାୟୀ! ପିଲାଳିଆମି ବୁଦ୍ଧି ମନୋରଞ୍ଜନ ପାଇଁ ଭଲ ହୋଇପାରେ, କିନ୍ତୁ ନିଜର ବିଭାଜନକାରୀ ଯୋଜନାରେ ଆମର ପଛୁଆ ବର୍ଗଙ୍କୁ ପରିହାସ କରନ୍ତୁ ନାହିଁ ବୋଲି କିରଣ ରିଜିଜୁ କହିଛନ୍ତି।

    ସେ ଆହୁରି କହିଛନ୍ତି, “ରାହୁଲ ଗାନ୍ଧି ଜୀ, ସରକାର ମିସ୍ ଇଣ୍ଡିଆ ଚୟନ କରନ୍ତି ନାହିଁ, ସରକାର ଅଲିମ୍ପିକ୍ସ ପାଇଁ ଆଥଲେଟ୍ ଚୟନ କରନ୍ତି ନାହିଁ ଏବଂ ସରକାର ଚଳଚ୍ଚିତ୍ର ପାଇଁ ଅଭିନେତା ବି ଚୟନ କରନ୍ତି ନାହିଁ…।”

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    32.5 ° C
    32.5 °
    32.5 °
    13 %
    4.6kmh
    1 %
    Sun
    32 °
    Mon
    34 °
    Tue
    37 °
    Wed
    38 °
    Thu
    40 °

    ସମ୍ବନ୍ଧିତ