Friday, September 18, 2026
31.1 C
Odisha

    ୪୫ବର୍ଷର ପ୍ରାଥମିକ ବିଦ୍ୟାଳୟର ନାହିଁ ନିଜସ୍ବ ଜାଗା, ମିଳୁନାହିଁ ସରକାରୀ ସୁବିଧା

    ଆଗକୁ ପଢନ୍ତୁ

    ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ବ୍ଲକ ଅନ୍ତର୍ଗତ କଳିଙ୍ଗା ଗ୍ରାମପଞ୍ଚାୟତର କୁନ୍ଦାସାହିସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ୧୯୭୯ ମସିହାରେ ସ୍ଥାପିତ ହୋଇଛି। ଆଜକୁ ଦୀର୍ଘ ୪୫ ବର୍ଷ ବିତିଯାଇଥିଲେ ମଧ୍ୟ ଏହାର ନିଜସ୍ଵ ଜାଗା ବା ବିଦ୍ୟାଳୟ ନାମରେ କୌଣସି ନଥିପତ୍ର ନଥିବା ଗ୍ରାମବାସୀ ଅଭିଯୋଗ କରୁଛନ୍ତି। ବର୍ତ୍ତମାନ ଏହା ଏକ ଆଦିବାସୀଙ୍କ ବ୍ୟକ୍ତିଗତ ଜାଗାରେ ଥିବାଯୋଗୁଁ ସରକାରଙ୍କର କୌଣସି ସୁବିଧା ଛାତ୍ରଛାତ୍ରୀମାନେ ପାଇପାରୁନାହାନ୍ତି। ଏପରିକି ଏହି ବିଦ୍ୟାଳୟରେ ବିଦ୍ୟୁତ ସଂଯୋଗ ମଧ୍ୟ କରାଯାଉନାହିଁ। କାରଣ ବିଦ୍ୟାଳୟ ନାମରେ କୌଣସି ସରକାରୀ ନଥିପତ୍ର ନଥିବାରୁ ବିଭାଗୀୟ ଅଧିକାରୀ ରାଜି ହେଉନଥିବା ଗ୍ରାମବାସୀ ଅଭିଯୋଗ କରୁଛନ୍ତି।

    ଏହି ବିଦ୍ୟାଳୟରେ ପିଲାଙ୍କ ଖେଳିବା ନିମନ୍ତେ ଏକ ଖେଳପଡ଼ିଆ ଟିଏ ମଧ୍ୟ ନାହିଁ। ଏକମାତ୍ର ନଳକୂଅ ଅଛି, ଯେଉଁଠିକାର ପାଣି ପିଇବାଯୋଗ୍ୟ ନୁହେଁ। ଏହିପରି ଏହି ବିଦ୍ୟାଳୟ ବିଭିନ୍ନ ମୌଳିକ ସମସ୍ୟା ଦେଇ ଗତି କରୁଥିବାରୁ ଏହି ବିଦ୍ୟାଳୟରେ ପାଠ ପଢ଼େଇବା ନିମନ୍ତେ କୌଣସି ଅଭିଭାବକ ଇଚ୍ଛା ପ୍ରକାଶ କରୁନାହାନ୍ତି। ଏହି ବିଦ୍ୟାଳୟରେ ୧ମ ଶ୍ରେଣୀରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ପିଲା ପଢ଼ୁଥିବା ବେଳେ ମାତ୍ର ୧୩ ଜଣ ଛାତ୍ରଛାତ୍ରୀ ହିଁ ବିଦ୍ୟାଳୟକୁ ଆସୁଛନ୍ତି ଏବଂ ଜଣେ ଶିକ୍ଷକ ଏବଂ ଜଣେ ଶିକ୍ଷୟତ୍ରୀ ଅଛନ୍ତି।
    ବିଦ୍ୟାଳୟର ନିଜସ୍ଵ ଏକ ସରକାରୀ ଜାଗା ନିମନ୍ତେ ଗ୍ରାମବାସୀ ଦୀର୍ଘ ବର୍ଷ ହେବ ଅନେକ ଥର ଉଚ୍ଚପଦସ୍ଥ ବିଭିନ୍ନ ଅଧିକାରୀଙ୍କୁ ଅବଗତ କରେଇଥିଲେ କୁନ୍ଦାସାହି ମୌଜାରେ ଅନେକ ସରକାରୀ ଜମି ଥିଲେ ମଧ୍ୟ ସମସ୍ତ ଅଧିକାରୀ କେବଳ ମିଥ୍ୟା ପ୍ରତିଶ୍ରୁତି ଦେଇ ଠକି ଦେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏଣୁ ଯଥାଶୀଘ୍ର ବିଦ୍ୟାଳୟ ନିମନ୍ତେ ଏକ ସରକାରୀ ଜାଗା ଯୋଗାଇଦେବା ନିମନ୍ତେ ସରକାରଙ୍କୁ ଗ୍ରାମବାସୀ ଅନୁରୋଧ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    31.1 ° C
    31.1 °
    31.1 °
    65 %
    2.2kmh
    51 %
    Fri
    31 °
    Sat
    30 °
    Sun
    31 °
    Mon
    31 °
    Tue
    31 °

    ସମ୍ବନ୍ଧିତ