Saturday, July 27, 2024
24.6 C
Odisha

    ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର; ୨କିଲୋ କାତି ଜବତ, ୪ ଅଟକ

    ଆଗକୁ ପଢନ୍ତୁ

    ନୂଆପଡ଼ା/ସିନାପାଲି: ନୂଆପଡ଼ା ଜିଲ୍ଲା ସିନାପାଲି ବନ ବିଭାଗ ପକ୍ଷରୁ ଚଢ଼ଉ କରି ଶୁକ୍ରବାର ନଙ୍ଗଲବୋଡ଼ଠାରୁ ଏକ ଜୀବନ୍ତ ବଜ୍ରକାପ୍ତ ଓ ୨ କେଜି ୭ଶହ ଗ୍ରାମ କାତି ଜବତ କରାଯାଇଛି। ଏଥିସହ ଏଥିରେ ସମ୍ପୃକ୍ତ ୪ ଜଣଙ୍କୁ ଅଟକ ରଖାଯାଇଛି।

    ସିନାପାଲି ରେଞ୍ଜ ନଙ୍ଗଲବୋଡ଼ ଗ୍ରାମରେ କିଛି ଲୋକ ଏକ ଜୀବନ୍ତ ବଜ୍ରକାପ୍ତ ଓ ୨ କେଜି ୭ ଶହ ଗ୍ରାମ କାତି ଧରି ବିକ୍ରି କରିବା ପାଇଁ ଅପେକ୍ଷା କରିଥିବା ବେଳେ ସିନାପାଲି ବନ ଅଧିକାରୀମାନେ ଚଢ଼ଉ କରି ସେମାନଙ୍କୁ ଧରିଥିଲେ। ସିନାପାଲି ରେଞ୍ଜର ମୁରାରୀ ପ୍ରସାଦ ପଣ୍ଡାଙ୍କ ନେତୃତ୍ବରେ ଏହି ଚଢ଼ଉ ହୋଇଥିଲା। ୪ ଜଣ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଥିବା ରେଞ୍ଜର ଶ୍ରୀ ପଣ୍ଡା କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    94 %
    4.3kmh
    100 %
    Sat
    25 °
    Sun
    29 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ