Friday, May 17, 2024
29.3 C
Odisha

    ଟ୍ରକ୍ – ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା : ଜଣେ ମୃତ, ଜଣେ ଗୁରୁତର

    ଆଗକୁ ପଢନ୍ତୁ

    ନୟାଗଡରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦଶପଲ୍ଲା ଥାନା ଡିହଗାଁ ନିକଟରେ ଟ୍ରକ୍ ଧକ୍କାରେ ଜଣେ ମୃତ, ଜଣେ ଗୁରୁତର । ଆହତକୁ ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ସୂଚନା ଅନୁସାରେ ମୃତାହତମାନେ କବାଡିଆ ବେପାରୀ । ଉଭୟ ପାଲାଗୁଣ୍ଠୁଲି ଗାଁର ବାସିନ୍ଦା । ସକାଳୁ ଉଭୟ ବାଇକ୍ ଯୋଗେ ବେପାରକୁ ଯାଉଥିଲେ । ଡିହଗାଁ ନିକଟରେ ସେମାନଙ୍କ ବାଇକ୍କୁ ଦେଲା ଟ୍ରକ୍ । ଫଳରେ ଘଟଣା ସ୍ଥଳରେ ହିଁ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତେଜନା ଦେଖିବାକୁ ମିଳିଥିଲା । ତେବେ ଦୁର୍ଘଟଣା ଘଟାଇବା ପରେ ଟ୍ରକ୍ ଡ୍ରାଇଭର ଫେରାର ହୋଇଯାଇଥିବା ଜଣାପଡିଛି । ହେଲପରକୁ ଧରି ଲୋକେ ପ୍ରବଳ ମାଡ ମାରିଛନ୍ତି । କୁହୁଡି ପାଇଁ ଭୟଙ୍କର ଦୁର୍ଘଟଣା । ଟ୍ରକ – ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ୧୪୯ ନମ୍ବର ଜାତୀୟ ରାଜପଥ କୁଲେଇ ଛକରେ ଘଟିଛି ଅଘଟଣ । ଅତ୍ୟଧିକ କୁହୁଡି ଯୋଗୁଁ ରାସ୍ତା ଠିକ୍ ଭାବେ ଦେଖାଯାଉ ନଥିବାରୁ ୨ଟି ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଛନ୍ତି । ଦୁର୍ଘଟଣାରେ ଜଣେ ଟ୍ରକ୍ ଚାଳକ ଗୁରୁତର ଆହତ ହୋଇଛନ୍ତି । ଖବର ପାଇଁ ପରଜଙ୍ଗ ଅଗ୍ନିଶମ ବାହିନୀ ଓ ପୋଲିସ ଘଟଣାସ୍ଥଳରେ ପହଁଚି ଆହତ ଟ୍ରକ ଡ୍ରାଇଭରଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତି କରିଛନ୍ତି । ଘନ କୁହୁଡି ହେଉଥିବାବେଳେ ଭୋର ସମୟରେ ଟ୍ରକ୍ ଗୁଡିକ ଦୃତଗତିରେ ଯାଉଥିବା କାରଣରୁ ଏଭଳି ଦୁର୍ଘଟଣା ହେଉଥିବା ଜଣାପଡିଛି । କୁଲେଇ ଛକରେ ଦୁର୍ଘଟଣା ପାଇଁ ଆଜି ସକାଳୁ ଯାତାୟତରେ ସମସ୍ୟା ଦେଖିବାକୁ ମିଳିଛି । ତେବେ ପରଜଙ୍ଗ ପୋଲିସ ଘଟଣା ସ୍ଥଳରେ ଉପସ୍ଥିତ ରହି ସ୍ଥିତି ସମ୍ଭାଳିଥିବା ଜଣାପଡିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29.3 ° C
    29.3 °
    29.3 °
    48 %
    1kmh
    100 %
    Fri
    31 °
    Sat
    37 °
    Sun
    41 °
    Mon
    43 °
    Tue
    43 °

    ସମ୍ବନ୍ଧିତ