Monday, October 5, 2026
24.7 C
Odisha

    ଜିଦ୍‌ରେ ଅଟଳ ନର୍ସିଂ ସଂଘ: ଶୁକ୍ରବାରଠାରୁ ଜରୁରୀକାଳୀନ ସେବା ଠପ୍ ପାଇଁ ଚେତାବନୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଏସମାକୁ ଅଣଦେଖା କରି ନର୍ସିଂ ସଂଘ ପକ୍ଷରୁ ରାଜ୍ୟବ୍ୟାପୀ ଦ୍ୱିତୀୟ ଦିନରେ ମଧ୍ୟ ଆନ୍ଦୋଳନ ଜାରି ରହିଛି । ସରକାରଙ୍କ ସହିତ ଆଲୋଚନା ବିଫଳ ହେବା ପରେ ଗୁରୁବାର  ନର୍ସିଂ ସଂଘ ପୁଣି ଆନ୍ଦୋଳନ କରିଛି ।୧୦ ଦଫା ଦାବି ନେଇ ନର୍ସିଂ କର୍ମଚାରୀମାନେ କାର୍ଯ୍ୟବନ୍ଦ କରିଛନ୍ତି । ଯଦି ଗୁରୁବାର ସୁଦ୍ଧା କୌଣସି ପ୍ରତିଶ୍ରୁତି ନ ମିଳେ ତେବେ ଶୁକ୍ରବାରଠାରୁ ଜରୁରୀକାଳୀନ ସେବା ବନ୍ଦ କରିବାକୁ  ନର୍ସିଂ ସଂଘ  ପକ୍ଷରୁ ଚେତାବନୀ ଦିଆଯାଇଛି ।

    ବୁଧବାର ଲୋକସେବା ଭବନରେ ସଚିବଙ୍କ ସହିତ ଆଲୋଚନା ହୋଇଥିଲା । ମାତ୍ର ଏହି ଆଲୋଚନାରୁ କୌଣସି ନିଷ୍କର୍ଷ ବାହାରି ପାରି ନ ଥିଲା । ସରକାରଙ୍କ ସହ ଆଲୋଚନା ବିଫଳ ହୋଇଥିଲା । ଫଳରେ ନର୍ସିଂ କର୍ମଚାରୀ ଆନ୍ଦୋଳନ ଜାରି ରଖିଛନ୍ତି ।

    ସଂଘ କହିଥିଲା, ମାନ୍ୟବର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତିକୁ ସମ୍ମାନ ଜଣାଇ ଓଡ଼ିଶା ନର୍ସିଂ କର୍ମଚାରୀ ସଂଘର ଆନ୍ଦୋଳନକୁ ଗୋଟିଏ ମାସ ପର୍ଯ୍ୟନ୍ତ ସ୍ଥଗିତ ରଖାଗଲା। ଗତ ଅଗଷ୍ଟ ୨୩ ତାରିଖରେ ଓଡିଶାର ସ୍ୱାସ୍ଥ୍ୟମନ୍ତ୍ରୀ ନିଜ ଅଧ୍ୟକ୍ଷତାରେ ନର୍ସିଂ କର୍ମଚାରୀ ସଂଘର ପ୍ରତିନିଧିମାନଙ୍କ ସହିତ ଆଲୋଚନା କରି ଦାବି ପୂରଣ ନେଇ ପ୍ରତିଶ୍ରୁତି ଦେଇଥିବାରୁ ଓଡିଶାର ହଜାର ହଜାର ନର୍ସିଂ କର୍ମଚାରୀମାନଙ୍କ ତରଫରୁ କୃତଜ୍ଞତା ଜ୍ଞାପନ କରାଯାଉଛି।

    ସୂଚନାଯୋଗ୍ୟ, ରାଜ୍ୟ ସରକାର ଅଗଷ୍ଟ ୭ ତାରିଖରୁ ରାଜ୍ୟରେ କାର୍ଯ୍ୟରତ ନର୍ସ, ପାରାମେଡିକ୍ସ, ଟେକ୍ନିସିଆନ୍ ଓ ଅନ୍ୟ ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ପାଇଁ ଏସମା ଲାଗୁ କରିଛନ୍ତି। ଏହା ୬ ମାସ ଯାଏଁ ବଳବତ୍ତର ରହିବ । ତେଣୁ ଏସମା ଲାଗୁ ବେଳେ ଆନ୍ଦୋଳନକୁ ଓହ୍ଲାଇଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ ସରକାର କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.7 ° C
    24.7 °
    24.7 °
    70 %
    0.8kmh
    0 %
    Mon
    31 °
    Tue
    31 °
    Wed
    31 °
    Thu
    30 °
    Fri
    31 °

    ସମ୍ବନ୍ଧିତ