Sunday, April 5, 2026
25.5 C
Odisha

    ପୋଲିସକୁ ଆକ୍ରମଣ ଅଭିଯୋଗରେ ଅଭିନେତା ଗିରଫ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ପୋଲିସ କର୍ମଚାରୀଙ୍କୁ ଗାଳିଗୁଳଜ ସହ ଆକ୍ରମଣ କରିବା ଅଭିଯୋଗରେ ଭରତପୁର ଥାନା ପୋଲିସ ଜଣେ ଅଭିନେତାଙ୍କୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି। ସେ ହେଲେ ନୟାପଲ୍ଲୀରେ ରହୁଥିବା ପୁରୀର ବିରଞ୍ଚତ୍ ନାରାୟଣ ନାୟକ। ସେ ଏକାଧିକ ଓଡ଼ିଆ ଧାରାବାହିକ, ଓେବ୍‌ ସିରିଜ୍‌ରେ ଅଭିନୟ କରିଛନ୍ତି। ସୂଚନାନୁସାରେ, ରବିବାର ରାତିରେ ଭରତପୁର ଥାନାର ପାଟ୍ରୋଲିଂ ଟିମ ଥାନାଧିକାରୀଙ୍କ ନିର୍ଦ୍ଦେଶକ୍ରମେ କଳିଙ୍ଗ ଷ୍ଟୁଡିଓ ନିକଟରେ ରାତ୍ରିକାଳୀନ ଅବରୋଧ ଓ ଗାଡି ଯାଞ୍ଚ କରୁଥିଲେ। ରାତି ପ୍ରାୟ ୧ଟା ୧୫ରେ ଅଭିଯୁକ୍ତ ବିରଞ୍ଚତ୍ କାର ଚଳାଇ ରେଣ୍ଟାଲ ଛକ ପାର୍ଶ୍ୱରୁ କଳିଙ୍ଗ ଷ୍ଟୁଡିଓ ଛକ ଆଡକୁ ଯାଉଥିଲେ। ଏହି ସମୟରେ ଯାଞ୍ଚ କରୁଥିବା ପୋଲିସ ଟିମ୍‌ ଯାଞ୍ଚ ପାଇଁ ତାଙ୍କ କାର୍‌କୁ ଅଟକାଇଥିଲେ। ଏହାପରେ ଅଭିଯୁକ୍ତ ଜଣକ କାରରୁ ବାହାରି ଡ୍ୟୁଟିରେ ଥିବା ପୋଲିସ କର୍ମଚାରୀଙ୍କୁ ଗାଳି ଗୁଲଜ କରିବା ସହ ଆକ୍ରମଣ କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    25.5 ° C
    25.5 °
    25.5 °
    65 %
    3.2kmh
    72 %
    Sun
    25 °
    Mon
    38 °
    Tue
    37 °
    Wed
    38 °
    Thu
    36 °

    ସମ୍ବନ୍ଧିତ