Wednesday, May 6, 2026
22.3 C
Odisha

    କର୍ତ୍ତବ୍ୟପଥ ପରେଡ୍‌ରେ ଚମକିଲେ ଓଡ଼ିଆ ମହିଳା: ସୌନ୍ଦର୍ଯ୍ୟ ବୃଦ୍ଧିକଲା ଓଡ଼ିଶାର ପ୍ରଜ୍ଞାପନ ମେଢ଼

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଦିଲ୍ଲୀର କର୍ତ୍ତବ୍ୟପଥରେ ଶୁକ୍ରବାର ଅନୁଷ୍ଠିତ ୭୫ତମ ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ଓଡ଼ିଆ ମହିଳାମାନେ ଛାଇ ରହିଥିଲେ। ପ୍ରଥମଥର ପାଇଁ ପରେଡ୍‌ରେ ଭାଗ ନେଇଥିବା ସିଆଇଏସ୍‌ଏଫ୍‌ର ୧୪୮ ଜଣିଆ ମହିଳା କଣ୍ଟିଜେଣ୍ଟର ନେତୃତ୍ବ ନେଇଥିଲେ ଓଡ଼ିଆ ମହିଳା ତଥା ସିଆଇଏସଏଫ୍‌ର ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ତନ୍ମୟୀ ମହାନ୍ତି। ତନ୍ମୟୀ ବର୍ତ୍ତମାନ ବାରାଣସୀ ବିମାନ ବନ୍ଦରରେ କାର୍ଯ୍ୟରତ ଅଛନ୍ତି। ସେହିଭଳି କର୍ତ୍ତବ୍ୟପଥ ପରେଡ୍‌ରେ ପ୍ରତିରକ୍ଷା ଓ ଅନୁସନ୍ଧାନ ଓ ବିକାଶ ଭବନ (ଡିଆରଡିଓ) ପକ୍ଷରୁ ପ୍ରଦର୍ଶିତ ପ୍ରଜ୍ଞାପନ ମେଢ଼ର ନେତୃତ୍ବ ନେଇଥିଲେ ସୁନିତା ଦେବୀ ଜେନା। ସୁନିତା ଜଣେ ସୁନାମଧନ୍ୟ ବୈଜ୍ଞାନିକ ତଥା ଗାଇଡେଡ ମିଜାଇଲର ବିଶେଷଜ୍ଞ। ସେହିଭଳି ୧୪୮ ଜଣିଆ ମହିଳା ଏନ୍‌ସିସି କଣ୍ଟିଜେଣ୍ଟରେ ୧୪ଜଣ ଓଡ଼ିଆ ମହିଳା କ୍ୟାଡେଟ୍‌ ସାମିଲ ଥିଲେ।୨୦୦ ଜଣିଆ ମହିଳା ଏନ୍‌ଏସ୍‌ଏସ୍‌ କଣ୍ଟିଜେଣ୍ଟ୍‌ରେ ଓଡ଼ିଶାର ୮ ଜଣ ମହିଳା କ୍ୟାଡେଟ୍‌ ଭାଗ ନେଇଥିଲେ।

    ଓଡ଼ିଶାର ପ୍ରଜ୍ଞାପନ ମେଢ଼କୁ ଦେଖି ଅଭିଭୂତ ହୋଇଥିଲେ ମୁଖ୍ୟ ଅତିଥି ତଥା ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ। ଦୀର୍ଘ ତିନି ବର୍ଷର ବ୍ୟବଧାନ ପରେ ଗତକାଲି କର୍ତ୍ତବ୍ୟପଥର ପରେଡ୍‌ରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ଗଡ଼ିଥିଲା। ଐତିହ୍ୟଗ୍ରାମ ରଘୁରାଜପୁର ହସ୍ତକଳାକୁ ନେଇ ନେଇ ପ୍ରଦର୍ଶିତ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ସମ୍ବଲପୁରୀ ନୃତ୍ୟର ତାଳେତାଳେ ଗଡ଼ୁଥିବାବେଳେ ଏହାକୁ ଦେଖି ବିଭୋର ହୋଇଯାଇଥିଲେ ଫ୍ରାନ୍ସ ରାଷ୍ଟ୍ରପତି। ଏହି ଅବସରରରେ ଫାନ୍ସ ରାଷ୍ଟ୍ରପତିଙ୍କୁ ଉପସ୍ଥିତ ମହିଳା ଇଣ୍ଟରପ୍ରିଟର ଓଡ଼ିଶାର ପ୍ରଜ୍ଞାପନ ମେଢ଼ର ବିଶେଷତ୍ବ ଉପରେ ଅବଗତ କରାଉଥିବା ଦେଖିବାକୁ ମିଳିଥିଲା। ସେହିଭଳି ଓଡ଼ିଶାର ପ୍ରଜ୍ଞାପନ ମେଢ଼ ସାଲ୍ୟୁଟ୍‌ ଏରିଆ ଅତିକ୍ରମ କରିବା ସମୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସସ୍ତ୍ରୀକ ନିଜର ଆସନରୁ ଠିଆହୋଇ କରତାଳି ସହ ଅଭିବାଦନ ଜଣାଇଥିଲେ। ପରେଡ‌୍‌ରେ ବନ୍ଦେ ମାତରମ୍‌ ନୃତ୍ୟ ପରିବେଷଣରେ ୩୦ଟି ବିଶିଷ୍ଟ ଶାସ୍ତ୍ରୀୟ, ଆଦିବାସୀ ତଥା ପାରମ୍ପରିକ ଲୋକନୃତ୍ୟ ଶୈଳୀରେ ଓଡ଼ିଶୀ ନୃତ୍ୟ ମଧ୍ୟ ସାମିଲ ରହିଥିଲା। କର୍ତ୍ତବ୍ୟପଥର ଅତିଥି ମାନଙ୍କ ବସିବା ସ୍ଥାନରେ ଅନନ୍ତ ସୂତ୍ର ପ୍ରଦର୍ଶନୀ ଅନ୍ତର୍ଗତ ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟର ଚୟନିତ ଶାଡ଼ିଗୁଡିକୁ ପ୍ରଦର୍ଶିତ କରାଯାଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.3 ° C
    22.3 °
    22.3 °
    88 %
    1.7kmh
    10 %
    Tue
    22 °
    Wed
    37 °
    Thu
    38 °
    Fri
    39 °
    Sat
    40 °

    ସମ୍ବନ୍ଧିତ