Wednesday, March 25, 2026
25.5 C
Odisha

    ନବୀନଙ୍କୁ ସିଧା ଶୁଣାଇଦେଲେ ମୁଖ୍ୟମନ୍ତ୍ରୀ, ଉଠି ପଳାଇଲେ ବିଜେଡି-କଂଗ୍ରେସ ନେତା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ବିଧାନସଭାରେ ଆଜି ୯୫ ହଜାର କୋଟି ଟଙ୍କାର ଲେଖାନୁଦାନ ବଜେଟ ଗୃହୀତ ହୋଇଛି । ବଜେଟ ନେଇ ଗୃହରେ ଧନ୍ୟବାଦ ପ୍ରସ୍ତାବ ଉପରେ ବିବୃତ୍ତି ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି । ଆଉ ବିରୋଧୀ ବିଜେଡି ଖାସ୍‌ କରି ନବୀନ ପଟ୍ଟନାୟକଙ୍କ ଉପରେ ବର୍ଷିଛନ୍ତି ମୋହନ ମାଝି । ସେ କହିଛନ୍ତି, ବଜେଟ୍‌ ନେମ୍‌ ଚେଞ୍ଜର ନୁହେଁ ଗେମ୍‌ ଚେଞ୍ଜର। ଓଡ଼ିଆ ଅସ୍ମିତା ପାଇଁ ଆମେ ନାଁ ପରିବର୍ତ୍ତନ କରିଛୁ। ଓଡ଼ିଆ ଅସ୍ମିତା ବଞ୍ଚାଇବା ଓ ବିକାଶକୁ ଆଗକୁ ନେବାକୁ ଆମେ ବଦ୍ଧ ପରିକର। ବଜେଟକୁ ଅର୍ଥନୈତିକ ବିଶାରଦମାନେ ପ୍ରଶଂସା କରିଛନ୍ତି। ବିରୋଧୀ କେବଳ ଛଳନା ଆଳରେ ବଜେଟକୁ ବିରୋଧ କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ବିଜେଡି ଉପରେ ବର୍ଷି ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ଜୁମଲା ସରକାରଙ୍କୁ ଓଡିଶା ଲୋକ ହଟାଇଦେଇଛନ୍ତି । ୭୦୦ ଯୋଜନା ଆରମ୍ଭ ହେଲା ପରେ କେତେବେଳେ ୬ ମାସ ପରେ ତ କେତେବେଳେ ୧ ବର୍ଷ ପରେ ପୁଣି କେତେବେଳେ ନିର୍ବାଚନ ପାଇଁ ଘୋଷଣା କରିଥିଲେ । ପଂଚସଖାଙ୍କ ନାଁରେ ଯୋଜନା ନାମକରଣ କଣ ଜୁମଲା କି ବୋଲି ପ୍ରଶ୍ନ କରିଛନ୍ତି ମୋହନ ମାଝି । ୨୪ ବର୍ଷ ଭିତରେ କାହିଁକି ବିଜେଡି ସରକାର କର୍ପସ ଫଣ୍ଡ କରିପାରିଲା ନାହିଁ।ଫିଲ୍ମର ଟ୍ରେଲର ଦେଖି ଗୃହ ଛାଡି ପଳାଉଛି ବିଜେଡି । ଅନେକ ଅର୍ଥନୈତିକ ବଜେଟକୁ ପ୍ରଶଂସା କରିଛନ୍ତି । ତେଣୁ ଏହା ନେମ ଚେଞ୍ଜର ନୁହେଁ , ଗେମ ଚେଞ୍ଜର ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ବିକଶିତ ଓଡିଶା ପାଇଁ ନିଷ୍ପତ୍ତି ନେଇଛୁ । ଓଡିଆ ଅସ୍ମିତାକୁ ରକ୍ଷା କରିବାକୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଫାଇଭ-ଟି ସ୍କୁଲକୁ ନେଇ ବି ନବୀନଙ୍କୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ । ଯୋଜନା ସର୍ବସ୍ବ ହୋଇ ଲୋକଙ୍କୁ ସେବା ନଦେଇ ପାରିବାରୁ ଲୋକେ ବିଜେଡିକୁ କ୍ଷମା ଦେଲେ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ମୁଖ୍ୟମନ୍ତ୍ରୀ କହିବା ସମୟରେ ବିଜେଡି ଓ କଂଗ୍ରେସ କକ୍ଷତ୍ୟାଗ କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    25.5 ° C
    25.5 °
    25.5 °
    64 %
    2.1kmh
    39 %
    Wed
    26 °
    Thu
    38 °
    Fri
    40 °
    Sat
    40 °
    Sun
    41 °

    ସମ୍ବନ୍ଧିତ