Saturday, October 19, 2024
29.2 C
Odisha

    ଓଡ଼ିଶାକୁ ଆସିବ ବଡ଼ ନିବେଶ, ମୁମ୍ବାଇରେ ଏକାଧିକ ନିବେଶକଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଓଡ଼ିଶାକୁ ଆସିବ ବଡ଼ ନିବେଶ । ରାଜ୍ଯରେ ବହୁତ ଶୀଘ୍ର ‘ଉତ୍କର୍ଷ ଓଡ଼ିଶା ସମ୍ମିଳନୀ’ଆୟୋଜନ କରାଯିବ । ନିବେଶ ପାଇଁ ସ୍ଵତନ୍ତ୍ର ପ୍ରୋତ୍ସାହନ ସହିତ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ନିବେଶକଙ୍କୁ ଭେଟି ଆଶ୍ବାସନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁମ୍ବାଇରେ ଏକାଧିକ ନିବେଶକଙ୍କୁ ଭେଟି ଓ୍ବାନ୍ ଟୁ ଓ୍ବାନ୍ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ । ନିବେଶକଙ୍କ ମଧ୍ୟରେ ଅଛନ୍ତି ବେଦାନ୍ତ କମ୍ପାନିର ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ ।

    ବେଦାନ୍ତ ଆଲୁମିନିୟମ ଇଣ୍ଡଷ୍ଟ୍ରି ଏବଂ EV ମାନୁଫ୍ୟାକ୍ଚରିଂ ଉପରେ ଆଲୋଚନା ହୋଇଛି । ସେହିଭଳି JSW ଗ୍ରୁପ୍ ଏମଡି ସଜ୍ଜନ ଜିନ୍ଦଲଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ଓ ଶିଳ୍ପ ମନ୍ତ୍ରୀ । ସମ୍ବଲପୁରରେ ଭୂଷଣ ଷ୍ଟିଲ ପ୍ଲାଣ୍ଟର ସମ୍ପ୍ରସାରଣ, କଟକ ନରାଜରେ ଇଲେକ୍ଟ୍ରିକ୍ ଭେହିକିଲ ମାନୁଫ୍ୟାକ୍ଚରିଂ ଏବଂ ଲିଥିୟମ ବ୍ୟାଟେରି ମାନୁଫ୍ୟାକ୍ଚରିଂ ପ୍ରକଳ୍ପ ଉପରେ ବିସ୍ତୃତ ଆଲୋଚନା ହୋଇଛି ।

    ଦେଶରେ ରାସାୟନିକ ଉଦ୍ୟୋଗ କ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି, ନିବେଶ ସମ୍ଭାବନା, ନିଯୁକ୍ତି ପ୍ରଦାନ ଭଳି ଅନେକ ଗୁରୁତ୍ଵପୂର୍ଣ୍ଣ ବିଷୟରେ ସଫଳ ଆଲୋଚନା କରାଯାଇ ଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29.2 ° C
    29.2 °
    29.2 °
    75 %
    1.8kmh
    99 %
    Sat
    28 °
    Sun
    28 °
    Mon
    29 °
    Tue
    29 °
    Wed
    28 °

    ସମ୍ବନ୍ଧିତ