Monday, October 5, 2026
24.7 C
Odisha

    ଶୀତର ଆଗମନରେ ରାଜଧାନୀରେ ଆରମ୍ଭ ହୋଇଯାଇଛି ତୋଷାଳୀ ମେଳା, ସନ୍ଧ୍ୟାରେ ଜମୁଛି ଭିଡ

    ଆଗକୁ ପଢନ୍ତୁ

    ଶୀତର ଆଗମନରେ ରାଜଧାନୀରେ ଆରମ୍ଭ ହେଇଯାଏ ମେଳା ର ପର୍ବ । ପଛକୁ ପଛ ଗୋଟିଏ ପରେ ଗୋଟିଏ ମେଳା ଲାଗେ । ଶୀତୁଆ ସନ୍ଧ୍ୟାରେ ଏବେ ମନ ମହୁଛି ତୋଷାଳୀ ମେଳା । କିଣାବିକାର ବେଶ ଆସର ଲାଗୁଥିବା ବେଳେ, ହାଲୁକା କାଲୁଆ ପବନର ମଜା ନେଉଛନ୍ତି ରାଜଧାନୀ ବାସୀ । ମେଳାକୁ ପ୍ରବେଶ କରୁ କରୁ ନଜର ପଡିଥିଲା ସୁକ୍ଷ୍ମ କାରିଗରୀ ଉପରେ । ନଡ଼ିଆ କତାରୁ ତିଆରି ହେଉଥିଲା ଭଳିକି ଭଳି ଘର କରଣ ଜିନିଷ। ଯେମିତି କି ବାଇଆ ଚଢେଇ ବସା, କଣ୍ଡେଇ, ହାତୀ ମୟୁର । ଦାମ ବେଶ ସୁହାଇଲା ଭଳି। ୫୦ ଟଙ୍କାରୁ ଆରମ୍ଭ କରି,୧୫୦୦ ଟଙ୍କା ପର୍ଯ୍ୟନ୍ତ। ଘର ସଜେଇବା ପାଇଁ ବେଶ ଉପଯୋଗୀ । ସେପଟେ ବ୍ୟବସାୟୀଙ୍କ କହିବା କଥା ରାତିକୁ ପାଖା ପାଖି ୫ ରୁ ୬ ହଜାର ପର୍ଯ୍ୟନ୍ତ ବିକ୍ରି ହୁଏ । ରାଜ୍ୟ ସରକାର ବି ବେଶ ସହଯୋଗ କରୁଛନ୍ତି।

    ଖାଲି ସେତିକି ନୁହେଁ, ଓଡିଶା ଯେ କେବଳ ବୀର ବରପୁତ୍ରର ମାଟି ତା ନୁହେଁ  କଳା, ସଂସ୍କୃତି, ସ୍ଥାପତ୍ୟାର ନିଦର୍ଶନ ଅଟେ । ଆଧୁନିକ ତା ଭିତରେ ବି ଏବେ ବି ଉଜ୍ଜୀବତ ରହିଛି ଆମ ପରମ୍ପରା । ତାଳପତ୍ରରେ କାଳିସାହିର ଅଙ୍କିତ ହୋଇଥିବା ଗଣେଶ, ଜଗନ୍ନାଥ ରାଧାକୃଷ ଅବା ଦଶଅବତର ଚିତ୍ର ହେଉ ଅବା ପଟଚିତ୍ରରେ ସ୍ଥାନ ପାଇଥିବା ବିଭିନ୍ନ ଦେବଦେବୀଙ୍କ ଚିତ୍ର  ବେଶ ଚାହିଦା ରହିଛି ମେଳାରେ। ଦାମ ବି ୫୦ଟଙ୍କାରୁ ଆରମ୍ଭ କରି ଲକ୍ଷେ ଟଙ୍କା ପର୍ଯ୍ୟନ୍ତ ରହିଛି ସାଇଜକୁ ନେଇ । ସେପଟେ ପୁଣି କାଠ ଓ ଚାନ୍ଦୁଆ ତିଆରି ଘର ଜିନିଷ ଯାହାକି ଘର ଭିତର ସୌନ୍ଦର୍ଯ୍ୟକୁ ଅଧିକ ଆକର୍ଷଣ କରିବା ସହିତ ଆଖିକୁ ସୁନ୍ଦର ଲାଗେ । ୨୬ତରିଖ ପର୍ଯ୍ୟନ୍ତ ପର୍ଯ୍ୟନ୍ତ ଚାଲିବାକୁ ଥିବା ତୋଷାଳୀ ମେଳାରେ  ସନ୍ଧ୍ୟା ସମୟରେ ଅଧିକ ଭିଡ ଦେଖିବାକୁ ମିଳୁଥିବା ବେଳେ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ଦର୍ଶକଙ୍କ ମନ ମହୁଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.7 ° C
    24.7 °
    24.7 °
    80 %
    1.3kmh
    0 %
    Mon
    24 °
    Tue
    31 °
    Wed
    31 °
    Thu
    30 °
    Fri
    31 °

    ସମ୍ବନ୍ଧିତ