Monday, June 29, 2026
26.7 C
Odisha

    ଉପକୂଳଠାରୁ ୧୦କିମି ସମୁଦ୍ରରେ ଅଲିଭ୍‌ ରିଡ୍‌ଲେ: ସଙ୍ଗମପର୍ବ ଜାରି, ମାର୍ଚ୍ଚରେ ଗଣ ଅଣ୍ଡାଦାନ

    ଆଗକୁ ପଢନ୍ତୁ

    ବ୍ରହ୍ମପୁର: ଶ୍ରୀଲଙ୍କା ଅତିଥି ଅଲିଭ୍‌ ରି‌ଡ୍‌ଲେ ଓଡ଼ିଶା ସମୁଦ୍ର ଉପକୂଳ ଠାରୁ ୧୦କିମି ଗଭୀର ସମୁଦ୍ରରେ ଅଛନ୍ତି। ସେମାନଙ୍କ ସଙ୍ଗମପର୍ବ ଚାଲିଛି। ଏଥିପାଇଁ ଆର୍ଯ୍ୟପଲ୍ଲୀ ଠାରୁ ପ୍ରୟାଗୀ ପ୍ରାୟ ୨୦ କିମି ପର୍ଯ୍ୟନ୍ତ ନୋ-ଫିସିଂ ଜୋନ୍‌ କଟକଣା କଡ଼ାକଡ଼ି କରାଯାଇଛି। ଟ୍ରଲର୍‌ ଯାତାୟାତ ଉପରେ ନିଷେଧାଦେଶ ଜାରି କରାଯାଇଛି। ବ୍ରହ୍ମପୁର ଡିଏଫ୍‌ଓ ସନ୍ନି ଖୋଖର୍‌ଙ୍କ ନେତୃତ୍ବରେ ବନବିଭାଗ ଟିମ୍‌ ସେହି ଇଲାକାରେ ପାଟ୍ରୋଲିଂ କରୁଛନ୍ତି। ନିୟମିତ ବ୍ୟବଧାନରେ ବେଳାଭୂମି ସଫେଇ କରାଯାଉଛି। ଆସନ୍ତା ଫେବ୍ରୁଆରି ଶେଷ ସପ୍ତାହ କିମ୍ବା ମାର୍ଚ୍ଚ ପ୍ରଥମ ସପ୍ତାହରୁ କଇଁଛଙ୍କ ଗଣଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଯିବ। ଗଣଅଣ୍ଡାଦାନର ୫୦ଦିନ ପରେ ଅଣ୍ଡା ଫୁଟି ଛୁଆ ବାହାରିଥାନ୍ତି। ଏହି ସମୟରେ ସେହି ଅଞ୍ଚଳକୁ ଜନସାଧାରଣଙ୍କ ଯାତାୟାତକୁ ମଧ୍ୟ ସମ୍ପୂର୍ଣ୍ଣ ବାରଣ କରା ଯାଇଥାଏ।
    ଗଞ୍ଜାମ ଜିଲ୍ଲା ଋଷିକୁଲ୍ୟା ନଦୀ ମୁହାଣ ସଂଲଗ୍ନ ବେଳାଭୂମି ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ଗଣଅଣ୍ଡାଦାନ ପାଇଁ ସୁରକ୍ଷିତ ସ୍ଥାନ ପାଲଟିଛି। ଗଞ୍ଜାମ ଉପକୂଳ ପ୍ରାୟାଗୀ ଠାରୁ ସୋନପୁର ପର୍ଯ୍ୟନ୍ତ ପ୍ରାୟ ୫୮ କିମି ବେଳାଭୂମି ରହିଥିବା ବେଳେ ଅଲିଭ୍‌ ରିଡ୍‌ଲେ କଇଁଛ ଗଞ୍ଜାମ ଜିଲ୍ଲା ଋଷିକୁଲ୍ୟା ମୁହାଣ ଉପକୂଳରେ ଗଣଅଣ୍ଡାଦାନ କରିଥାନ୍ତି। ବିଶେଷଜ୍ଞଙ୍କ ମତ ଅନୁସାରେ ପ୍ରତିବର୍ଷ ଲକ୍ଷାଧିକ କଇଁଛ ଶ୍ରୀଲଙ୍କା ଉପକୂଳରୁ ଓଡ଼ିଶା ଉପକୂଳକୁ ଆସିଥାନ୍ତି। ଏଥିପାଇଁ ସେମାନଙ୍କୁ ପ୍ରାୟ ୨୭ଦିନ ସମୟ ଲାଗିଥାଏ।

    recommended

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    26.7 ° C
    26.7 °
    26.7 °
    79 %
    1.1kmh
    100 %
    Mon
    36 °
    Tue
    34 °
    Wed
    32 °
    Thu
    32 °
    Fri
    29 °

    ସମ୍ବନ୍ଧିତ