Monday, March 23, 2026
22 C
Odisha

    ଗଣ୍ଡରବଲରୁ ନିର୍ବାଚନ ଲଢିବେ ଓମାର ଅବଦୁଲ୍ଲା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ପାଇଁ ନ୍ୟାସନାଲ କନଫରେନ୍ସ ମଙ୍ଗଳବାର ୩୨ ଜଣ ପ୍ରାର୍ଥୀଙ୍କ ତାଲିକା ଜାରି କରିଛି। ନ୍ୟାସନାଲ କନଫରେନ୍ସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଗଣ୍ଡରବଲ ଏବଂ ତନବୀର ସାଦିକ ଜାଦିବାଲରୁ ନିର୍ବାଚନ ଲଢ଼ିବେ।
    ଜାମ୍ମୁ-କାଶ୍ମୀରରେ ଏଥର ସେପ୍ଟେମ୍ବର ୧୮ରୁ ସେପ୍ଟେମ୍ବର ପହିଲା ମଧ୍ୟରେ ତିନୋଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଛି। ରାଜନୈତିକ ଦଳଗୁଡ଼ିକ ପ୍ରଥମ ପର୍ଯ୍ୟାୟ ପାଇଁ ପ୍ରାର୍ଥୀ ଘୋଷଣା କରୁଛନ୍ତି। କଂଗ୍ରେସ ଓ ନ୍ୟାସନାଲ କନଫରେନ୍ସ ରାଜ୍ୟରେ ୯୦ଟି ଆସନ ପାଇଁ ମେଣ୍ଟ କରିଛନ୍ତି।ଏହା ପୂର୍ବରୁ କଂଗ୍ରେସ ସୋମବାର ନିଜର ୯ ଜଣିଆ ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରିଥିଲା, ଯେଉଁଥିରେ ଦଳର ସାଧାରଣ ସମ୍ପାଦକ ଗୁଲାମ ଅହମ୍ମଦ ମୀରଙ୍କୁ ଦୁରୁରୁ ଏବଂ ପୂର୍ବତନ ରାଜ୍ୟ ସଭାପତି ବିକ୍ରମ ରସୁଲ ୱାନିଙ୍କୁ ବନିହାଲରୁ ପ୍ରାର୍ଥୀ କରାଯାଇଛି। ସହଯୋଗୀ ଦଳ ନ୍ୟାସନାଲ କନଫରେନ୍ସ ସହ ଆସନ ବୁଝାମଣା ପରେ କଂଗ୍ରେସ ଏହି ତାଲିକା ଜାରି କରିଛି।

    ସୂଚନାଯୋଗ୍ୟ ଯେ ଗତ ୨୦୧୮ରୁ ଜମ୍ମୁ ଓ କଶ୍ମୀରରେ କୌଣସି ନିର୍ବାଚିତ ସରକାର ନାହାନ୍ତି । ୨୦୧୯ର କେନ୍ଦ୍ର ସରକାର ଧାରା ୩୭୦ ପ୍ରତ୍ୟାହାର କରିବା ସହ ଜମ୍ମୁ ଓ କଶ୍ମୀର ଏବଂ ଲଦାଖକୁ ଅଲଗା ଅଲଗା କେନ୍ଦ୍ର ଶାସିତ ଅଂଚଳ କରିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22 ° C
    22 °
    22 °
    34 %
    1.4kmh
    1 %
    Sun
    22 °
    Mon
    33 °
    Tue
    36 °
    Wed
    38 °
    Thu
    39 °

    ସମ୍ବନ୍ଧିତ