Sunday, October 4, 2026
28.6 C
Odisha

    ଜମ୍ମୁ ଓ କଶ୍ମୀର : ନିର୍ବାଚନ ଲଢିବେ ପୂର୍ବତନ ଆତଙ୍କବାଦୀ, ବିଚ୍ଛିନ୍ନତାବାଦୀ

    ଆଗକୁ ପଢନ୍ତୁ

    ଶ୍ରୀନଗର : ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନରେ ଜାତୀୟ ଓ ଆଞ୍ଚଳିକ ଦଳମାନେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ଏବେ ପୂର୍ବତନ ଆତଙ୍କବାଦୀ, ବିଚ୍ଛିନ୍ନତାବାଦୀ ଏବଂ ସେମାନଙ୍କ ସମ୍ପର୍କୀୟମାନେ ମଧ୍ୟ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି। ଏମାନେ ସମସ୍ତେ ନିର୍ବାଚନ ଲଢ଼ିବା ପାଇଁ ତେହରିକ-ଏ-ଆୱାମ ନାମରେ ଏକ ମୋର୍ଚ୍ଚା ଗଠନ କରିଛନ୍ତି। ଏହାର ବ୍ୟାନରରେ ସେମାନେ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି। ସେପ୍ଟେମ୍ବର ୧୮ରୁ ଅକ୍ଟୋବର ପହିଲା ପର୍ଯ୍ୟନ୍ତ ତିନୋଟି ପର୍ଯ୍ୟାୟରେ ଜମ୍ମୁ-କଶ୍ମୀରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଅକ୍ଟୋବର ୪ତାରିଖରେ ଫଳାଫଳ ପ୍ରକାଶ ପାଇବ।ବିଚ୍ଛିନ୍ନତାବାଦୀମାନେ ଏପର୍ଯ୍ୟନ୍ତ ନିର୍ବାଚନ ବର୍ଜନ କରି ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଚ୍ୟାଲେଞ୍ଜ କରିଥିବାରୁ ସେମାନେ ନିର୍ବାଚନ ଲଢିବାକୁ ଏକ ବଡ଼ ଘଟଣା ଭାବେ ବିବେଚନା କରାଯାଉଛି। ସେମାନେ ନିର୍ବାଚନ ଲଢ଼ିବା କଶ୍ମୀରର ବଦଳୁଥିବା ରାଜନୈତିକ ଦୃଶ୍ୟକୁ ବି ପ୍ରତିଫଳିତ କରୁଛି। ଏପରିକି ନିଷିଦ୍ଧ ଜମ୍ମୁ-କଶ୍ମୀର ଜମାତ-ଏ-ଇସଲାମିର ଅନେକ ପୂର୍ବତନ ସଦସ୍ୟ ମଧ୍ୟ ନିର୍ବାଚନ ଲଢୁଥିବା ଦେଖିବାକୁ ମିଳିବ। ଫ୍ରଣ୍ଟର ସଦସ୍ୟ ଆଦିଲ ଅହମ୍ମଦ କହିଛନ୍ତି, ଏହା ଏକ ଭଲ ଆରମ୍ଭ। ସମାଜରେ ନିଜକୁ ପ୍ରମାଣିତ କରିବା ପାଇଁ ଆମକୁ ନିର୍ବାଚନ ଲଢ଼ିବାକୁ ଦିଆଯିବା ଉଚିତ। ଜଣେ ବିଧାୟକ ଅନ୍ୟ ମାନଙ୍କ ତୁଳନାରେ ଭଲ ସାମାଜିକ କାର୍ଯ୍ୟ କରିପାରିବେ ।’

    କେତେକ ବିଳେଷଜ୍ଞଙ୍କ ମତରେ ଲୋକସଭା ନିର୍ବାଚନରେ ପୂର୍ବତନ ବିଚ୍ଛିନ୍ନତାବାଦୀ ଅବଦୁଲ ରସିଦ ଶେଖଙ୍କ ବିଜୟ ଘାଟିର ଅନ୍ୟ ବିଚ୍ଛିନ୍ନତାବାଦୀ ନେତାମାନଙ୍କୁ ନିର୍ବାଚନ ଲଢ଼ିବାକୁ ପ୍ରେରିତ କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.6 ° C
    28.6 °
    28.6 °
    69 %
    1.5kmh
    4 %
    Sun
    26 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ