Thursday, September 17, 2026
26.2 C
Odisha

    ୪ ଗ୍ରାମବାସୀଙ୍କୁ ଅପହରଣ କଲେ ନକ୍ସଲ; ପ୍ରଜାକୋର୍ଟରେ ଜଣକୁ ନିର୍ମମ ଭାବେ ହତ୍ୟା

    ଆଗକୁ ପଢନ୍ତୁ

    ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାରେ ନକ୍ସଲ ଏବେ ରକ୍ତମୁଖା ହୋଇଛନ୍ତି। ଲଗାତାର ସୁକମା ଜିଲ୍ଲାର ଦୁର୍ଗମ ନକ୍ସଲ ପ୍ରବଣ ଗ୍ରାମର ଲୋକଙ୍କୁ ଟାର୍ଗେଟ କରୁଛନ୍ତି। ପୁଲିସ ଏବଂ ସୁରକ୍ଷାକର୍ମୀ ତରଫରୁ ନକ୍ସଲ କ୍ୟାମ୍ପଗୁଡିକରେ ଚଢାଉ ହେବା ସହ ନକ୍ସଲଙ୍କୁ ଖୋଜିଖୋଜି ମାରୁଥିବାରୁ ସଂଗଠନରେ ଏବେ ଚିନ୍ତାର ବିଷୟ ପାଲଟିଛି। ପ୍ରାୟ ୧୦ରୁ ୧୫ ଜଣ ସଶସ୍ତ୍ର ନକ୍ସଲ କିଷ୍ଟରାମ ଥାନା ଅନ୍ତର୍ଗତ ସକଲେର ଗ୍ରାମରେ ପହଞ୍ଚିଥିଲେ। ସେହି ଗ୍ରାମର ଚାରି ଜଣ ଗ୍ରାମବାସୀଙ୍କୁ ପ୍ରଜାକୋର୍ଟରେ ହାଜର ପାଇଁ ଡାକି ନେଇଥିଲେ। ଜଂଗଲରେ ପ୍ରଜାକୋର୍ଟ ବସିଥିଲା। ଦୀର୍ଘ ସମୟ ଧରି ଚାରି ଜଣ ନାମରେ ପୁଲିସ ଇନଫର୍ମର ବୋଲି ନକ୍ସଲ ଅଭିଯୋଗ କରିବା ସହ ପ୍ରମାଣିତ କଲେ।
    ଏହା ପରେ ଚାରି ଜଣଙ୍କୁ ନିର୍ଦ୍ଧୁମ ମାଡ଼ ମରାଯାଇଥିଲା। ପୁଲିସ ସହ ସଂପର୍କ ରଖି ନକ୍ସଲଙ୍କ ଗତିବିଧି ସଂପର୍କରେ ସୂଚନା ଦେଉଥିବା ପ୍ରମାଣିତ ହେବା ପରେ ଏହି ଚାରି ଜଣଙ୍କ ମଧ୍ୟରୁ ମାଡ଼ବୀ ରାଜା ରାଓଙ୍କୁ ହତ୍ୟା କରାଯାଇଥିଲା। ପ୍ରଜାଙ୍କ ଆଗରେ ରାଜା ରାଓଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଖେଳାଯାଇଥିଲା। କେହି ଯଦି ଶତ୍ରୁ ସହ ସଂପର୍କ ରଖିବ ତେବେ ଏଭଳି ମୃତ୍ୟୁ ଦଣ୍ଡ ପାଇବ ବୋଲି ନକ୍ସଲ ଚେତାବନୀ ଦେଇଥିଲେ। ଅନ୍ୟ ତିନିଜଣକୁ ଛାଡିଥିଲେ ମଧ୍ୟ ସେମାନେ ଯେପରି ଆଗକୁ ପୁଲିସ ସହ କୌଣସି ସଂପର୍କ ନରଖନ୍ତି ସେନେଇ ତାଗିଦ କରିଥିଲେ।

    ନକ୍ସଲ ଦ୍ବାରା ଛଡ଼ାଯାଇଥିବା ଅନ୍ୟ ତିନି ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ଜଣାପଡିଛି। ନକ୍ସଲ ଏବେ ବେକଫୁଟରେ ରହିଛନ୍ତି। ଗତ ଏକ ମାସ ମଧ୍ୟରେ ୧୪୦ ଜଣ ନକ୍ସଲଙ୍କର ମୃତ୍ୟୁ ସଂଗଠନକୁ ଦୁର୍ବଳ କରିଦେଇଛି। ଏଥିସହ ପ୍ରତି ମାସରେ ନକ୍ସଲ ସଂଗଠନ ଛାଡ଼ି ମୁଖ୍ୟସ୍ରୋତରେ ସାମିଲ ହେଉଛନ୍ତି। ସଂଗଠନକୁ ବିପଦ ମାଡ଼ିଆସୁଥିବା ଜାଣି ନକ୍ସଲ ଏବେ ଗ୍ରାମବାସୀଙ୍କୁ ଟାର୍ଗେଟ କଲେଣି। ନିରୀହ ଗ୍ରାମବାସୀଙ୍କୁ ପ୍ରତିଦିନ ହତ୍ୟା କରୁଛନ୍ତି। ପୁଲିସ ଘଟଣା ସଂପର୍କରେ ଅବଗତ ହେବା ପରେ ସର୍ଚ୍ଚ ଅପରେସନକୁ ଜୋରଦାର କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    26.2 ° C
    26.2 °
    26.2 °
    84 %
    1.1kmh
    58 %
    Thu
    27 °
    Fri
    31 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ