Sunday, September 20, 2026
25.3 C
Odisha

    ଅନଲାଇନ୍ ଗେମ ପାଇଁ ହତ୍ୟାକାଣ୍ଡ: ସାଙ୍ଗକୁ ମାରି ଦେଲେ ୪ ସାଙ୍ଗ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁର୍ଶିଦାବାଦ ଅଞ୍ଚଳରେ ଘଟିଛି ଏକ ଲୋମହର୍ଷଣକାରୀ ହତ୍ୟାକାଣ୍ଡ। ଅନଲାଇନ୍ ଗେମ ଖେଳକୁ ନେଇ ହୋଇଛି ହତ୍ୟାକାଣ୍ଡ । ଅନଲାଇନ୍ ଗେମ ଆଇଡି ନଦେବାରୁ ନାବାଳକ ସାଙ୍ଗକୁ ମାରିଦେଲେ ଅନ୍ୟ ୪ ସାଙ୍ଗ। ହତ୍ୟା ପରେ ପ୍ରମାଣ ନଷ୍ଟ କରିବାକୁ ଯାଇ ନାବାଳକଙ୍କ ମୃତଦେହକୁ ପୋଡ଼ିଦେଇଥିଲେ। ହତ୍ୟା ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ। ମୃତ ନାବାଳକ ମୁର୍ଶିଦାବାଦ ଫରକ୍କା ଡ୍ୟାମ୍ ପ୍ରୋଜେକ୍ଟ ହାଉସିଂ ଅଂଚଳରେ ରହୁଥିଲେ। ଗତ କିଛିଦିନ ହେବ ସେ ନିଖୋଜ ଥିଲେ। ନାବାଳକ ନିଖୋଜ ନେଇ ତାର ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ନେଇ ପୋଲିସ ନାବାଳକଙ୍କ ୪ ବନ୍ଧୁକୁ ପଚରାଉଚରା କରିଥିଲା। ଏହାପରେ ସ୍ଥାନୀୟ ଅଞ୍ଚଳରେ ନାବାଳକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଥିଲା। ପରିବାର ଲୋକେ ମୃତଦେହକୁ ଚିହ୍ନଟ ପରେ ତାର ୪ ସାଙ୍ଗ ହିଁ ଏହି ହତ୍ୟାକାଣ୍ଡ ଘଟାଇଥିବା ପୁଲିସ ସନ୍ଦେହ କରିଥିଲା।ତନାଘନା ପରେ ଅନଲାଇନ୍ ଖେଳକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ଜାଣିବାକୁ ପାଇଛି। ମୃତ ନାବାଳକଙ୍କ ନାଁରେ ଏହି ଅନଲାଇନ୍ ଗେମ୍ ଆଇଡି ଥିଲା । ତାର ଅନ୍ୟ ସାଙ୍ଗ ଏହି ଆଇଡିର ପାସୱାର୍ଡ ମାଗିବାରୁ ସେ ଦେଇନଥିଲେ । ଏହାପରେ ୪ ସାଙ୍ଗ ତାକୁ ହତ୍ୟା କରିବାକୁ ଯୋଜନା କରିଥିଲେ । ଜଙ୍ଗଲକୁ ଡାକି ନେଇ ହତ୍ୟା କରିବା ପରେ ପେଟ୍ରୋଲ ପକାଇ ପୋଡି ଦେଇଥିଲେ

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    25.3 ° C
    25.3 °
    25.3 °
    93 %
    1.5kmh
    12 %
    Sun
    26 °
    Mon
    30 °
    Tue
    28 °
    Wed
    29 °
    Thu
    24 °

    ସମ୍ବନ୍ଧିତ