Friday, October 18, 2024
25 C
Odisha

    ଆସିଷ୍ଟାଣ୍ଟ ପ୍ରଫେସର ଅନଲାଇନ୍ ଆବେଦନ ସମୟ ସୀମା ମେ’ ୩୦ ପର୍ଯ୍ୟନ୍ତ ବଢ଼ାଇଲା ଓପିଏସସି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଆସିଷ୍ଟାଣ୍ଟ ପ୍ରଫେସର (ଷ୍ଟେଜ-୧) ପଦର ଅନଲାଇନ୍ ଆବେଦନ ସମୟ ସୀମାକୁ ଏବେ ପୁଣି ଥରେ ବୃଦ୍ଧି କରାଯାଇଛି । ଏହାର ଅନ୍ତିମ ତାରିଖ ମେ’ ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପୂର୍ବରୁ ସମୟ ସୀମାକୁ ଦୁଇଥର ଥର ବୃଦ୍ଧି ପାଇଥିଲା। ପ୍ରଥମେ ମାର୍ଚ୍ଚ ୧୨ରୁ ଏପ୍ରିଲ ୧୬ ମଧ୍ୟରେ ଆବେଦନ ପାଇଁ ସ୍ଥିର ହୋଇଥିଲା । ଏହାପରେ ଅନଲାଇନ୍ ଆବେଦନ ଅବଧିକୁ ଏପ୍ରିଲ ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା । ତା’ପରେ ମେ ୧୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା । ଏହା ମଧ୍ୟରେ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ତୃତୀୟ ବିଜ୍ଞପ୍ତି ଜାରି ହୋଇଛି ।ଓପିଏସସିର ବିଜ୍ଞପ୍ତି ଅନୁସାରେ, ଆସିଷ୍ଟାଣ୍ଟ ପ୍ରଫେସର (ଷ୍ଟେଜ-୧) ପଦର ଅନଲାଇନ୍ ଆବେଦନ ଅନ୍ତିମ ତାରିଖ ମେ’ ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । କିଛି ବୈଷୟିକ କାରଣରୁ ଆୟୋଗ ଏହି ନିଷ୍ପତ୍ତି ନେଇଛନ୍ତି । ସେହିପରି ଶିକ୍ଷାଗତ ଯୋଗ୍ୟତାକୁ ନେଇ ମଧ୍ୟ ଏହି ବିଜ୍ଞପ୍ତିରେ କିଛି ସଂଶୋଧନ କରାଯାଇଛି । ଅନ୍ୟ ସମସ୍ତ ସର୍ତ୍ତାବଳୀ ପୂର୍ବ ପରି ଅପରିବର୍ତ୍ତିତ ରହିବ ବୋଲି ସୂଚନା ପ୍ରଦାନ କରାଯାଇଛି । ଆଶାୟୀମାନେ ଓପିଏସସିର ୱେବସାଇଟକୁ ଯାଇ ସେ ବାବଦରେ ସବିଶେଷ ତଥ୍ୟ ପାଇ ପାରିବେ ।
    ସୂଚନାଯୋଗ୍ୟ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ଅଧିନରେ ଥିବା ସରକାରୀ ଡିଗ୍ରୀ କଲେଜମାନଙ୍କରେ ଓଡ଼ିଶା ଶିକ୍ଷା ସେବା (କଲେଜ ବ୍ରାଞ୍ଚ)ର ଗ୍ରୁପ-୧ ପଦରେ ପ୍ରାର୍ଥୀଙ୍କୁ ବିଭିନ୍ନ ବିଷୟରେ ସହକାରୀ ପ୍ରଫେସର ଭାବେ ନିଯୁକ୍ତି ପ୍ରଦାନ କରାଯିବ । ମୋଟ ୩୮୫ଟି ପଦ ଖାଲି ରହିଥିବା ବେଳେ ଅନୁସୂଚିତ ଜାତି (ଏସସି), ଅନୁସୂଚିତ ଜନଜାତି (ଏସଟି), ଶିକ୍ଷା ଓ ସାମାଜିକ କ୍ଷେତ୍ରରେ ପଛୁଆ ବର୍ଗ (ଏସଇବିସି), ଅଣସଂରକ୍ଷିତ ଆଦି ବିଭିନ୍ନ ବର୍ଗର ପ୍ରାର୍ଥୀଙ୍କ ପାଇଁ ପଦ ସଂରକ୍ଷିତ ରହିଛି ।

    ପ୍ରାର୍ଥୀଙ୍କୁ ରସାୟନ ବିଜ୍ଞାନ, ବାଣିଜ୍ୟ, କମ୍ପ୍ୟୁଟର ସାଇନ୍ସ,, ଏଜୁକେସନ, ଅର୍ଥନୀତି, ଓଡ଼ିଆ, ପଦାର୍ଥ ବିଜ୍ଞାନ, ମନୋସ୍ତତ୍ତ୍ବ, ସାମାଜିକ ବିଜ୍ଞାନ, ରାଜନୀତି ବିଜ୍ଞାନ, ଇତିହାସ, ଭୂଗୋଳ, ଗୃହ ବିଜ୍ଞାନ, ଜିଓଲୋଜି, ଇଂରାଜୀ ଆଦି ୧୯ଟି ବିଷୟରେ ସହକାରୀ ପ୍ରଫେସର ପଦରେ ନିଯୁକ୍ତି ଦିଆଯିବ ।

    ଆବେଦନର ଅନ୍ତିମ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ବୟସ ଯୋଗ୍ୟତା ୨୧ରୁ ୪୫ ବର୍ଷ ମଧ୍ୟରେ ରହିଥିବା ଆବଶ୍ୟକ । ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ ହେବ । ପ୍ରାର୍ଥୀ ଯେ କୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ମାଷ୍ଟର ଡିଗ୍ରୀ ସହିତ ୫୫ ପ୍ରତିଶତ ମାର୍କ ରଖିଥିବେ । ଏଥିସହିତ ପ୍ରାର୍ଥୀ ନ୍ୟାସନାଲ ଏଲିଜିବିଲିଟି ଟେଷ୍ଟ (ନେଟ) ପାସ୍ କରିଥିବା ଆବଶ୍ୟକ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    25 ° C
    25 °
    25 °
    89 %
    1.1kmh
    15 %
    Fri
    32 °
    Sat
    31 °
    Sun
    28 °
    Mon
    30 °
    Tue
    29 °

    ସମ୍ବନ୍ଧିତ