Thursday, April 2, 2026
25.4 C
Odisha

    ଆଫଗାନିସ୍ତାନରେ ଅଛି ଓସାମା ବିନ ଲାଡେନର ପୁଅ ହମଜା

    ଆଗକୁ ପଢନ୍ତୁ

    ଲଣ୍ଡନ: ଆମେରିକାରେ ୯/୧୧ ଆକ୍ରମଣ କରିଥିବା ବିଶ୍ୱର ସବୁଠାରୁ ଦୁର୍ଦ୍ଦାନ୍ତ ଆତଙ୍କବାଦୀ ଓସାମା ବିନ୍ ଲାଡେନର ପୁଅ ହମଜା ବିନ୍ ଲାଡେନ୍ ସଂପର୍କରେ ଏକ ବଡ଼ ସୂଚନା ମିଳିଛି । ହମଜା ବିନ୍ ଲାଡେନ ଏବେ ବି ଜୀବିତ ଅଛି ଏବଂ ସେ ଆଫଗାନିସ୍ତାନରେ ଅଲ୍ କାଏଦା ଆତଙ୍କବାଦୀ ସଂଗଠନର ନେତୃତ୍ୱ ନେଉଛି ବୋଲି ମିରର ରିପୋର୍ଟରେ ଦାବି କରାଯାଇଛି। ହମଜା ପୁଣି ଥରେ ଅଲକାଇଦାକୁ ସଜାଡ଼ୁଛି ଓ ପାଶ୍ଚାତ୍ୟ ଦେଶମାନଙ୍କରେ ଭବିଷ୍ୟତରେ ଆକ୍ରମଣ ପାଇଁ ପ୍ରସ୍ତୁତି ଚଳାଇଛି ବୋଲି ରିପୋର୍ଟରେ ଚେତାବନୀ ଦିଆଯାଇଛି।
    ପୂର୍ବରୁ ମନେକରାଯାଉଥିଲା ଯେ ହମଜା ମୃତ୍ୟୁବରଣ କରିଛି, କିନ୍ତୁ ସେ ଜୀବିତ ଥିବା ଗୁଇନ୍ଦା ରିପୋର୍ଟରୁ ଜଣାପଡ଼ିଛି। ସେ ତା ଭାଇ ଅବଦୁଲ୍ଲା ବିନ୍ ଲାଡେନ୍ ସହ ଗୁପ୍ତ ଭାବେ ଆଫଗାନିସ୍ତାନରେ ଅଲ୍ କାଏଦା ସଂଗଠନ ଚଳାଉଛି। ତାଲିବାନ ବିରୋଧୀ ସାମରିକ ମେଣ୍ଟ ନ୍ୟାସନାଲ ମୋବିଲାଇଜେସନ ଫ୍ରଣ୍ଟ (ଏନଏମଏଫ) ମଧ୍ୟ ହମଜା ଏବଂ ତାଙ୍କ ସହଯୋଗୀଙ୍କ ଅପରେସନର ବିବରଣୀ ଦେଇ ଏକ ରିପୋର୍ଟ ଦାଖଲ କରିଛି। ଆତଙ୍କବାଦର ରାଜକୁମାର କୁହାଯାଉଥିବା ଏହି ବ୍ୟକ୍ତି ୪୫୦ ଜଣ ସ୍ନାଇପରଙ୍କ ନିରନ୍ତର ସୁରକ୍ଷା ରେ ଉତ୍ତର ଆଫଗାନିସ୍ତାନରେ ଲୁଚି ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.4 ° C
    25.4 °
    25.4 °
    49 %
    1.5kmh
    0 %
    Thu
    40 °
    Fri
    41 °
    Sat
    39 °
    Sun
    38 °
    Mon
    34 °

    ସମ୍ବନ୍ଧିତ