Tuesday, July 1, 2025
23.3 C
Odisha

    OYO ହୋଟେଲରୁ ସମାଜସେବୀଙ୍କ ମୃତଦେହ ଉଦ୍ଧାର, ପୁଲିସର ଛାନଭିନ୍

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବରର ଏକ OYO ହୋଟେଲ ଭିତରେ ଯୁବ ସମାଜସେବୀଙ୍କ ମୃତଦେହ ଉଦ୍ଧାର ହୋଇଛି। ହୋଟେଲ କର୍ତ୍ତୃପକ୍ଷ ଏ ନେଇ ସୂଚନା ଦେବା ପରେ ଘଟଣା ସ୍ଥଳରେ ଭରତପୁର ଥାନା ପୁଲିସ ପହଞ୍ଚିଛି। ମୃତକ ଜଣଙ୍କ କାମାକ୍ଷାନଗର ଅଂଚଳର ଦେବୀଦତ୍ତ ମହାପାତ୍ର ବୋଲି ଜଣାପଡିଛି। ଛାନଭିନ୍ ୨ ଦିନ ତଳେ ଭୁବନେଶ୍ବର ଆସିଥିଲେ । ଭରତପୁର ଥାନା ଅଞ୍ଚଳରେ ଏକ OYO ହୋଟେଲରେ ରହିଥିଲେ । ହେଲେ ରୁମ୍ ଭିତରପଟୁ ବନ୍ଦ ଥିବା ବେଳେ କବାଟ ନଖୋଲିବାରୁ ହୋଟେଲ କର୍ତ୍ତୃପକ୍ଷ ସନ୍ଦେହ କରିଥିଲେ । କୌଣସି ଅଘଟଣ ଘଟିଥିବା ନେଇ ସନ୍ଦେହ କରି ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ କବାଟ ଭାଙ୍ଗିବା ପରେ ଝୁଲନ୍ତା ଅବସ୍ଥାରେ ଦେବୀଦତ୍ତଙ୍କ ମୃତଦେହ ଉଦ୍ଧାର କରାଯାଇଛି।ସେପଟେ ଖବର ପାଇ ଦେବୀଦତ୍ତ ମହାପାତ୍ରଙ୍କ ପରିବାର ଲୋକେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ୭ ମାସ ତଳେ ବିବାହ କରିଥିଲେ ଦେବୀଦତ୍ତ । ତେବେ କାହିଁକି ସେ ଏଭଳି ଚରମ ନିଷ୍ପତ୍ତି ନେଲେ ତାକୁ ନେଇ ଆରମ୍ଭ ହୋଇଛି ଛାନଭିନ୍।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.3 ° C
    23.3 °
    23.3 °
    94 %
    2.4kmh
    100 %
    Mon
    23 °
    Tue
    25 °
    Wed
    24 °
    Thu
    29 °
    Fri
    26 °

    ସମ୍ବନ୍ଧିତ