Tuesday, March 25, 2025
24.6 C
Odisha

    ସରକାରଙ୍କ ବଡ଼ ଘୋଷଣା: ବର୍ଷାରେ ଧାନ ନଷ୍ଟ ହେଲେ ଚାଷୀଙ୍କୁ ମିଳିବ କ୍ଷତିପୂରଣ

    ଆଗକୁ ପଢନ୍ତୁ

    ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ କାରଣରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଝିପିଝିପି ବର୍ଷା ଲାଗି ରହିଛି । ବଙ୍ଗୋପସାଗରରେ ଲଘୁଚାପ ଘନୀଭୂତ ହୋଇ ଅବପାତର ରୂପ ନେଇଛି । ଏହାର ପ୍ରଭାବରେ ରାଜ୍ୟରେ ଗତକାଲିଠାରୁ ବର୍ଷା ସହ ପ୍ରବଳ ଶୀତଳ ଲହରୀ ଦେଖିବାକୁ ମିଳିଛି । ତେବେ ଆସନ୍ତା ୨୪ ଘଣ୍ଟା ଯାଏ ରାଜ୍ୟରେ ପାଗ ଏପରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି । ତେବେ ବର୍ଷାକୁ ନେଇ ଏବେ ରାଜ୍ୟର ଚାଷୀଭାଇଙ୍କ ମଧ୍ୟରେ ଫସଲ ହାନୀକୁ ନେଇ ଆଶଙ୍କା ଦେଖିବାକୁ ମିଳିଛି । ତେବେ ଗୋଟିଏ ପଟେ ବର୍ଷାକୁ ନେଇ ଚାଷୀମାନେ ଆଶଙ୍କା ଘେରରେ ରହିଥିବା ବେଳେ ଅନ୍ୟପଟେ ରାଜ୍ୟ ସରକାର ଏକ ବଡ଼ ଘୋଷଣା କରିଛନ୍ତି । ଧାନ ନଷ୍ଟ ହେଲେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ । ମଣ୍ଡିରେ ଧାନର ସୁରକ୍ଷା ପାଇଁ ଜରି ପାଲର ବ୍ୟବସ୍ଥା ରହିଛି । ମଣ୍ଡିରେ ଧାନ ଓଦା ହେବାର ସମ୍ଭାବନା କମ୍ ରହିଛି । ବର୍ଷା କାରଣରୁ ବିଲରେ ଧାନ ଗଜା ହୋଇପାରେ । ବର୍ଷା କମିବା ପରେ ଧାନ ଶୁଖିଲା ପରେ ମଣ୍ଡିରେ କିଣାଯିବ । ରାଜ୍ୟ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଏନେଇ ସୂଚନା ଦେଇଛନ୍ତି । ବଙ୍ଗୋପସାଗରରେ ସକ୍ରିୟ ଅବପାତ ପାଇଁ ରାଜ୍ୟରେ ୨ ଦିନ ଧରି ବର୍ଷା ଜାରି ରହିଥିବା ହେତୁ ଚାଷୀମାନେ ଚିନ୍ତାରେ ରହିଛନ୍ତି । ଏପରି ସ୍ଥିତିରେ ମନ୍ତ୍ରୀଙ୍କ ଏହି ଘୋଷଣା ଏବେ ଚାଷୀଭାଇଙ୍କ ମନରେ ଏକ ନୂଆ ସଞ୍ଚାର କରିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.6 ° C
    24.6 °
    24.6 °
    39 %
    2.5kmh
    0 %
    Tue
    25 °
    Wed
    38 °
    Thu
    40 °
    Fri
    41 °
    Sat
    41 °

    ସମ୍ବନ୍ଧିତ