Monday, March 2, 2026
23.9 C
Odisha

    ରାମମନ୍ଦିର ଦର୍ଶନ ଓ ଅଯୋଧ୍ୟାରେ ଖାଲି ପାଦରେ ବୁଲିବାର ଅନୁଭୂତି ବଖାଣିଲେ ପାକିସ୍ତାନୀ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଅଯୋଧ୍ୟା ରାମମନ୍ଦିରରେ ରାମଲଲ୍ଲାଙ୍କ ପ୍ରାଣପ୍ରତିଷ୍ଠା ପରେ ସମଗ୍ର ଦୁନିଆରୁ ଲୋକେ ଏଠାକୁ ଦର୍ଶନ ପାଇଁ ଆସୁଛନ୍ତି। ଏହି କ୍ରମରେ ପାକିସ୍ତାନର ବିନୟ କପୁର ବି ଅଯୋଧ୍ୟା ରାମ ମନ୍ଦିରର ଦର୍ଶନ କରିଛନ୍ତି। ବିନୟ ପେସାରେ ଜଣେ ବ୍ଲଗର ‌ବୋଲି ଜଣାପଡ଼ିଛି।ନିକଟରେ ସେ ନିଜ ୟୁଟ୍ୟୁବରେ ଏକ ଭିଡିଓ ‌ପୋଷ୍ଟ କରିଛନ୍ତି। ଏହି ଭିଡିଓରେ ବିନୟ କହୁଛନ୍ତି, ‘ଅଯୋଧ୍ୟା ପହଞ୍ଚିବା ପରେ ମନକୁ ଶାନ୍ତି ମିଳିଥିଲା। ଅଯୋଧ୍ୟା ଗଳିମାନଙ୍କରେ ମାଖନ ମିଶ୍ରି ଖାଇଖାଇ ଖାଲିପାଦରେ ବୁଲିବା ସମୟର ଅନୁଭୂତି ଖୁବ ନିଆରା ଥିଲା। ଏସମୟରେ ଖୁବ ଖୁସି ଲାଗୁଥିଲା ନିଜକୁ ଭାଗ୍ୟବାନ ମନେ କରୁଥିଲି। ଅଯୋଧ୍ୟାରେ ପହଞ୍ଚି ରାମନ୍ଦିର ଦର୍ଶନ ପରେ ସ୍ବପ୍ନ ପୂରା ହେଲା ଭଳି ଲାଗୁଥିଲା। ରାମମନ୍ଦିର ଦର୍ଶନ ମୋ ପାଇଁ ସ୍ମୃତି ହୋଇ ରହିଯିବ। ଦର୍ଶନ ସମୟରେ ମୁଁ ଯାହାକିଛି ଅନୁଭବ କରିଛି ତାହାକୁ ଶବ୍ଦ‌ରେ ବଖାଣି ପାରିବି ନାହିଁ।ଏଥିସହିତ ବିନୟ ରାମମନ୍ଦିରରେ ରାମଲଲ୍ଲାଙ୍କ ଦର୍ଶନ ପୂର୍ବରୁ ଭକ୍ତଙ୍କ ପାଇଁ ତିଆରି ହୋଇଥିବା ଲକରର ଖୁବ ପ୍ରଶଂସା କରିବା ସହିତ କହିଛନ୍ତି, ‘ଅଯୋଧ୍ୟାରେ ସୁରକ୍ଷା ବ୍ୟବସ୍ଥା ପ୍ରଶଂସନୀୟ। ଏଠାରେ ସିମେଣ୍ଟର ବ୍ୟବହାର କରା ନଯାଇ ରାଜସ୍ଥାନରୁ ଆସିଥିବା ପଥରରେ ମନ୍ଦିର ତିଆରି କରାଯାଇଛି। ସ୍ବତନ୍ତ୍ର କଥାଟି ହେଉଛି ରାମମନ୍ଦିରର ସ୍ଥାନେସ୍ଥାନେ ମାଙ୍କଡ଼ ଦେଖିବ‌ାକୁ ମିଳୁଛନ୍ତି। ଯେଉଁମାନଙ୍କ ପାଇଁ ଶ୍ରଦ୍ଧାଳୁ ବିଭିନ୍ନ ପ୍ରକାର ଖାଦ୍ୟ ନେଇ ଆସୁଛନ୍ତି।

    ଅଯୋଧ୍ୟାରେ ଦ୍ରୁତଗତିରେ ଚାରିଆଡେ ନିର୍ମାଣକାର୍ଯ୍ୟ ଚାଲିଛି। ଅନେକ ସ୍ଥାନରେ ନବୀକରଣ ବି ହେଉଛି। ଆଗାମୀ ଦିନରେ ଅଯୋଧ୍ୟାର ରୂପ ସମ୍ପୂର୍ଣ୍ଣ ଭାବେ ବଦଳି ଯିବ। ଏଠ‌ାରେ ସବୁବେଳେ ଭକ୍ତଙ୍କ ଗହଳି ଲାଗି ରହିଥିବ। ଯାହାକି ଅଯୋଧ୍ୟାରେ ଶୋଭା ବୃଦ୍ଧି କରିବ।’

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.9 ° C
    23.9 °
    23.9 °
    47 %
    2.4kmh
    6 %
    Sun
    24 °
    Mon
    36 °
    Tue
    36 °
    Wed
    38 °
    Thu
    38 °

    ସମ୍ବନ୍ଧିତ